ଜାଣନ୍ତୁ ଶୈଳେନ୍ଦ୍ରଙ୍କ ଜୀବନୀ – କଣ ସତରେ ସିଦ୍ଧାନ୍ତ ଙ୍କ ସହ କିଛି ସମ୍ପର୍କ ରହିଛି – ନିଜେ ମୁଂହ ଖୋଲିଲେ ସେ ଏବେ ଜାଣିରଖନ୍ତୁ

Spread the love

ବନ୍ଧୁମାନେ ଆପଣ ସମସ୍ତେ ଶୈଳେନ୍ଦ୍ରଙ୍କୁ ତ ନିଶ୍ଚିତ ଭାବରେ ଚିହ୍ନିଥିବେ।ଏବେ ଶୈଳେନ୍ଦ୍ର ଓଡ଼ିଶାର ଚକଲେଟ ବୟ ହେଇ ଯାଇଛନ୍ତି।ଗୋଟେ ପରେ ଗୋଟେ ସୁପର ହିଟ ଆଲବମ ଦେବା ପରେ ଶୈଳେନ୍ଦ୍ର ଲୋକଙ୍କ ମନକୁ କିଣିବାରେ ସକ୍ଷମ ହେଇଛନ୍ତି।ତାଙ୍କର କ୍ୟୁଟନେସ ଓ ନାଚିବାର ଶୈଳୀ ଯୋଗୁ ସେ ଲୋକ ମାନଙ୍କର ପ୍ରିୟ ହେଇ ପାରିଛନ୍ତି।ତେବେ ତାଙ୍କର ବିଷୟରେ ଆଜି ଆମେ ଏଠାରେ କିଛି ନୂଆ ଜିନିଷ ଜାଣିବାକୁ ପାଇବା।ତେବେ ଏ ଆର୍ଟିକଲଟିକୁ ଶେଷ ଯାଏଁ ପଢନ୍ତୁ, ଆପଣ ଶୈଳେନ୍ଦ୍ରଙ୍କ ଜୀବନ ବିଷୟରେ ଅନେକ ଜିନିଷ ଜାଣିବାକୁ ପାଇବେ।

ଶୈଳେନ୍ଦ୍ରଙ୍କ ଡାକ ନାମ ହେଉଛି ସାଇ।ତାଙ୍କ ଜନ୍ମଦିନ ଅକ୍ଟୋବର ମାସ ୧୨ ତାରିଖରେ ପଡେ।ସେ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ।ସେ ଓଡ଼ିଆ ,ହିନ୍ଦୀ ଓ ଇଂରାଜୀ ୩ଟି ଭାଷାରେ କଥା ହେଇ ପାରନ୍ତି।ସେ ଧର୍ମରେ ଜଣେ ହିନ୍ଦୁ ଅଟନ୍ତି।ଜାତୀୟତାରେ ସେ ଜଣେ ଭାରତୀୟ ଅଟନ୍ତି।ସେ ପ୍ରାୟ ସମୟରେ ଖାଲି ସମୟ ମିଳିଲେ ନାଚିବାକୁ ପସନ୍ଦ କରିଥାନ୍ତି।ଏହା ସହ ସେ ଫୋଟୋଗ୍ରାଫି କରିବାକୁ ମଧ୍ୟ୍ୟ ପସନ୍ଦ କରନ୍ତି।ନାଚିବା ସହ ସେ ଗୀତ ଗାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି।ଏହା ସହ ସେ ନିଜ ସାଙ୍ଗମାନଙ୍କ ସହ ଫୁଟବଲ ଖେଳିବାକୁ ପସନ୍ଦ କରିଥାନ୍ତି।ସେ ବଲିଉଡ ସୁପରଷ୍ଟାର, କିଙ୍ଗ ଖାନ ଶାହାରୁଖ ଖାନଙ୍କର ଏକ ବହୁତ ବଡ଼ ପ୍ରଶଂସକ ଅଟନ୍ତି।

ତେବେ କିଛିଦିନ ତଳେ ଏକ ଖବର ଆସିଥିଲା ଶୈଳେନ୍ଦ୍ର ହେଉଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ଙ୍କ ପୁଅ |ଯାହାକି ସମ୍ପୂର୍ଣ ମିଥ୍ୟା ,ଏହାକୁ ନେଇ ନିଜେ ଶୈଳେନ୍ଦ୍ର ତାଙ୍କୁ ଫେସବୁକ ରେ କହିଛନ୍ତି ,ସେ କହିଛନ୍ତି ଯେ ଆସୁଥିବା ମିଛ ଖବର ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ |ତେବେ କିଛି ଦିନ ତଳେ ସେ ସିଦ୍ଧାନ୍ତ ଙ୍କ ସହ ଏକ ଫୋଟୋ ଛାଡିଥିଲେ ଓ ସେଠାରେ ମେନସନ କରିଥିଲେ କି ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଓଡ଼ିଆ ଫିଲ୍ମ ର ଜଣେ ଲିଜେନ୍ଡ ଏହା ସହ ସେ ତଳେ ଲେଖିଥିଲେ କି ନୋଟ – ଆମେ ବାପା ପୁଅ ନୁହଁ ,ସେ ଏକଥା କୁ ସ୍ପଷ୍ଟ କରିଛନ୍ତି

ସେ ୟୁଟୁବରେ ସାହେବ ବିୱି ଔର ସାଲା, ମୋ ଘର ବାଟ ଦେଇ,ପୁଚୁକି ଗାଲି ଓ କଲେଜ ଡେଜ ଭଳି ଅନେକ ଗୀତର ଭିଡ଼ିଓରେ ସେ ଅଭିନୟ କରିସାରିଛନ୍ତି।ଏହି ସବୁ ଗୀତଗୁଡ଼ିକି ଲୋକ ୟୁଟ୍ୟୁବରେ ଖୁବ ପସନ୍ଦ କରିଛନ୍ତି।ସେ ବହୁତ ଭଲ ନାଚୁଥିବା ବେଳେ ଜଣେ ବହୁତ ଭଲ ଅଭିନେତା ମଧ୍ୟ ଅଟନ୍ତି।ସେ ପ୍ରଥମେ ଗୋଟେ ରିଅଲିଟି ସୋରେ ଯୋଗ ଦେବା ପାଇଁ କଲିକତା ଯାଇଥିଲେ।ସେ ସୋଟିର ନାମ ହେଉଛି ଡିଆଇଡି ଲିଟିଲ ମାଷ୍ଟର।

ସେ ନିଜର ପଢ଼ାପଢ଼ି ଡିଏଭି ପବ୍ଲିକ ସ୍କୁଲରୁ କରିଥିଲେ।ବର୍ତ୍ତମାନ ସେ ନିଜର ଏଲଏଲବି କୋର୍ସଟି ମଧୁସୂଦନ ଲ କଲେଜରେ କରୁଛନ୍ତି।ତାଙ୍କୁ ଲୋକମାନେ ଏତେ ପସନ୍ଦ କରିବାର କାରଣ ହେଉଛି ସେ ଯେତେବେଳ ହସିଥାଆନ୍ତି ଗୋଟେ ଛୋଟ ପିଲା ଭଳି ଦେଖାଯାଇଥାନ୍ତି।ଏହା ଛଡ଼ା ତାଙ୍କର ନାଚିବାର ଶୈଳୀ ତାଙ୍କର କିଛି ନିଆରା ଢଙ୍ଗର।ସେଥିପାଇଁ ସେ କୋଟି କୋଟି ଲୋକଙ୍କର ହୃଦୟକୁ ଜିଣି ପାରିଛନ୍ତି।ସେ ପ୍ରଥମେ ୟୁଟ୍ୟୁବରେ କଲେଜ ଡେଜ ନାମକ ଆଲବମ ଗୀତରେ ନାଚିଥିଲେ।ତେବେ ଏହାପରେ ତୋ ଘର ବାଟ ଦେଇ ଗୀତରେ ଉଭୟ ଅଭିନୟ ଓ ନୃତ୍ୟ କରିଥିଲେ।

ତେବେ ସେ ନିଜର ଏକ ଇଣ୍ଟର୍ଭିଉରେ କହିଥିଲେ ଯେ ନାଚ ଓ ଅଭିନୟ ଦୁଇଟି ଯାକ ସମ୍ପୂର୍ଣ୍ଣ ଅଲଗା ଜିନିଷ ନୁହଁ।ଏହା ବହୁତ ମାତ୍ରାରେ ପରସ୍ପର ସହ ଜଡ଼ିତ।ତେବେ ସେ ଭବିଷ୍ୟତରେ ନାଚ ଓ ଅଭିନୟ ଉଭୟରେ ଅଧିକରୁ ଅଧିକ ପାରଙ୍ଗମ ହେବାକୁ ଚାହାଁନ୍ତି।ତାଙ୍କ କହିବା କଥା ହେଲା ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏବେ ଯୁବ ତାରକାମାନଙ୍କୁ ଅଧିକ ମଉକା ଦିଆଯାଉଛି ଓ ସେ ତାହାର ଫାଇଦା ଉଠାଇବାକୁ ଚାହଁନ୍ତି।ତେବେ ଏହା ଥିଲା ଶୈଳେନ୍ଦ୍ରଙ୍କ ଜୀବନୀ

Leave a Reply

Your email address will not be published. Required fields are marked *