କଣ ଥିଲା ୱାଇ ଏସ ଜଗନ ମୋହନ ରେଡିଙ୍କ ରାଜନୀତିର କାହାଣୀ – କିଭଳି ଜଣେ ସାଧାରଣ ଲୋକରୁ ହେଇଗଲେ ଦେଶର ସବୁଠୁ ଦକ୍ଷ ମୁଖ୍ୟମନ୍ତ୍ରୀ..

Spread the love

ସାଙ୍ଗମାନେ ୱାଇ ଏସ ଜଗନ ମୋହନ ରେଡି।ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ।ସେହି ବ୍ୟକ୍ତି ଯିଏକି ବହୁତ ସହଜରେ ଶାସନକୁ ଆସିପାରି ଥାନ୍ତେ।କିନ୍ତୁ ଗୋଟିଏ ଆପମାନ ପାଇଁ ସେ ସଂଘର୍ଷର ରାସ୍ତାକୁ ବାଛିଲେ।ୱେବ ବସିଲେ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଗାଦିରେ।କଣ ଥିଲା ତାଙ୍କ ଅପମାନର ଘଟଣା ଯାହାପାଇଁ ଏତେ ସଙ୍ଘର୍ଷ ମୟ ହୋଇଗଲା ଜଗନ ମୋହନଙ୍କ ଯାତ୍ରା ଆସନ୍ତୁ ଜାଣିବା ଏହି ରିପୋଟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

୩୦ ମଇ ୨୦୧୯ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ଉତ୍ସବ ହୋଇଥିଲା।ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାପାଇଁ ପ୍ରସ୍ତୁତ ଥିଲେ।ୱାଇ ଏସ ଜଗନ ମୋହନ ରେଡି ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଉଥିଲେ।ତାଙ୍କ ସହ ହୋଇଥିବା ଏକ ଅପମାନର ପ୍ରତିଶୋଧ ନେବାପାଇଁ ସେ ରାଜନୀତିର ଯୁଦ୍ଧ ଲଢ଼ିଲେ।ଏବଂ ଏହି ଲଢେଇ ସେ ଏପରି ଲଢ଼ିଥିଲେ ଯେ ସିଧା ସିଧା ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ।

କିନ୍ତୁ ତାଙ୍କ ସହିତ କଣ ହୋଇଥିଲା ଜାଣିବା ପାଇଁ ଆମକୁ ଅଳ୍ପ ପଛକୁ ଯିବାକୁ ପଡ଼ିବ।ଏହି କଥା ୨୦୦୯ର।ଏହି ମସିହାରେ ୱାଇ ଏସ ଜଗନ ମୋହନ ରେଡିଙ୍କ ପିତାଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।ତାଙ୍କର ପିତାଙ୍କ ମୃତ୍ୟୁ ପରେ ସେ ଭାବିଲେ ସେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହୋଇପାରିବେ।ଏହି ଦାବି ସେ କଂଗ୍ରେସ ପାଖରେ ରଖିଲେ।କିନ୍ତୁ କଂଗ୍ରେସ ତାଙ୍କର ଏହି କଥାକୁ ଖାରଜ କରିଦେଇଥିଲା।

ଏଥିପାଇଁ ସେ କଂଗ୍ରେସ ଉପରେ ରାଗିଯାଇଥିଲେ।ତାଙ୍କର ଏହି କ୍ରୋଧ କେବଳ କାରଣ ନଥିଲା ଯେ ସେ କଂଗ୍ରେସ ବିରୋଧରେ ଥିଲେ।କଥା କିଛି ଅଲଗା ଥିଲା।ପ୍ରକୃତରେ ୨୦୧୦ ମସିହାରେ ୱାଇ ଏସ ଜଗନ ମୋହନ ରେଡି ମାତା ସୋନିଆ ଗାନ୍ଧୀଙ୍କୁ ଦେଖା ହେବାପାଇଁ ଦିଲ୍ଲୀ ଯାଇଥିଲେ।ସେ ଭାବିଥିଲେ ସୋନିଆ ଗାନ୍ଧୀ ତାଙ୍କ ସହ ଭଲସେ ଦେଖାହେବେ ବୋଲି।କିନ୍ତୁ ତାଙ୍କ ମାତାଙ୍କୁ ସେତେବେଳେ ଖରାପ ଲାଗିଲା ଯେତେବେଳେ ସୋନିଆ ଗାନ୍ଧୀ ତାଙ୍କୁ ଦେଖିବାକୁ ବିଳମ୍ବ କଲେ।ତାଙ୍କୁ ତାଙ୍କ ଘରେ ବହୁତ ସମୟ ଅପେକ୍ଷା କରିବାକୁ ପଡିଲା।

ଯେତେବେଳେ ସୋନିଆ ଗାନ୍ଧୀ ଆସିଲେ ମାତ୍ର କିଛି ସମୟ କଥା ହେବାପରେ ସେ କହିଲେ ନିଜ ପୁଅ ଜଗନ ମୋହନଙ୍କ ଦ୍ଵାରା ପରିଚାଳିତ ଉଦାରପୁର ଯାତ୍ରାକୁ ବନ୍ଦ କରିଦିଅ।ଏହି କଥା ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ।୨୦୦୯ରେ ୱାଇ ଏସ ରାଜ ଶେଖର ରେଡିଙ୍କର ମୃତ୍ୟୁ ପରେ ଲୋକ ତାଙ୍କ ସହିତ ଏତେ ଭବନାତ୍ମକ ଭାବରେ ଯୋଡି ହୋଇଥିଲେ ଯେ ଅନେକ ଲୋକ ଆନ୍ଧ୍ରପ୍ରଦେଶର ଆ-ତ୍ମ-ହ-ତ୍ୟା କରିଥିଲେ।ଜଗନ ମୋହନ ସେହି ଲୋକଙ୍କ ଘରକୁ ଯାଉଥିଲେ ଏବଂ ତାଙ୍କ ପରିଜନଙ୍କ ସହିତ ମିଶୁଥିଲେ।ଏହାକୁ ସେ ଉଦାରପୁର ଯାତ୍ରା କହୁଥିଲେ।କଂଗ୍ରେସକୁ ଲାଗୁଥିଲା ସେ ଏହି ଯାତ୍ରା ଜରିଆରେ ସେ ରାଜ୍ୟରେ ନିଜର ଜନ ଆଧାର ବୃଦ୍ଧି କରୁଛନ୍ତି।ଏଥିପାଇଁ ସୋନିଆ ଗାନ୍ଧୀ ଏହି ଯାତ୍ରା ବନ୍ଦ କରିବାକୁ କହିଥିଲେ।ଏବଂ କହିଥିଲେ ପୁନର୍ବାର ଏହି ଯାତ୍ରାକୁ ବନ୍ଦ କରାଯାଉ।

ଏକଥା ଜଗନମୋହନ ଜାଣିବା ଅପରେ ତାଙ୍କୁ ବହୁତ ଅପମାନ ଲାଗିଥିଲା।ଏହାପରେ ସେ କଂଗ୍ରେସ ଠାରୁ ଅଲଗା ହୋଇ ନିଜର ଅଲଗା ପରିଚୟ ସୃଷ୍ଟି କରିବେ ବୋଲି କହିଥିଲେ।ଏହାପରେ ସେ ନିଜତ ଏକ ଅଲଗା ପାଟି ତିଆରି କରିଥିଲେ।ଏହାପରେ ସେ ନିର୍ବାଚନକୁ ଓଲ୍ହାଇଲେ।୨୦୧୪ରେ ତାଙ୍କ ପାଟିକୁ ଏତେ ସଫଳତା ମିଳିପାରି ନଥିଲା।ଏହାପରେ ସେ ତାଙ୍କ ପିତାଙ୍କ ଭଳି ପଦଯାତ୍ରାର ରାସ୍ତା ଅପଣେଇଥିଲେ।ସେ ଆନ୍ଧ୍ରପ୍ରଦେଶରେ ପଦ ଯାତ୍ରା କରିଥଲେ।ଅନେକ ଲୋକଙ୍କ ସହିତ ମିଶୁଥିଲେ।ଏହାପରେ ୨୦୧୯ ନିର୍ବାଚନରେ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ସେ ଆନ୍ଧ୍ରପ୍ରଦେଶ ଏବଂ ଦେଶର ରାଜନୀତିରେ ଏକ ନୂଆ ଇତିହାସ ଲେଖିଲେ।

Leave a Reply

Your email address will not be published. Required fields are marked *