Amlana ମତେ ପଚାରିଲା ମୁଖାଗ୍ନି କିଏ ଦେବ,ଆଉ ତାପରେ କାନ୍ଦି କାନ୍ଦି ଯାହା କହିଲା….

ଅମ୍ଳାନ ମତେ ପଚାରିଲା ମୁଖାଗ୍ନି କିଏ ଦେବ,ମୁଁ କହିଲି ୟେ କଣ ପଚାରିବା ଜିନିଷ ମତେ ପଚାରୁଛୁ କଣ ତୁ ଦେବୁ ଆଉ କିଏ ଦେବ।ତାପରେ ସେ କହିଲା ମୁଁ ମୋର ସାନ ଭାଇକୁ ମୁଖାଗ୍ନି ଦେବି? ମୁଁ କହିଲି ହଁ। ସକାଳୁ ସକାଳୁ ଆମେ ସେଠାକୁ ଯାଇଥିଲୁ।ଆକ୍ଚୁଆଲିରେ ଡିସେମ୍ବର ୩୦ ତାରିଖରୁ ଲିଭର ପ୍ରବ୍ଲେମ ବାହାରିଥିଲା

ଆଉ ତାପରେ ଆମେ କଟକ ସୃଷ୍ଟି ମେଡ଼ିକାଲକୁ ନେଇଥିଲୁ ତାପରେ ସୃଷ୍ଟି ମେଡିକାଲରେ କିଛି ଦିନ ଟ୍ରିଟମେଣ୍ଟ ହେବା ପରେ ସେଠାରେ ଡାକ୍ତର କହିଥିଲେ ଯେ ନାଇଁ ମୋ ପାଖରେ ଅଧିକ ସୁବିଧା ନାହିଁ ଆପଣ ଭୁବନେଶ୍ୱର ଏମ୍ସ ମେଡ଼ିକାଲକୁ ନେଇଯାନ୍ତୁ। ତାପରେ ୩୧ ତାରିଖରେ ଆମେ ତାକୁ ଏମ୍ସ ମେଡିକାଲରେ

ଟ୍ରିଟମେଣ୍ଟ କଲୁ ତାପରେ ସେ ଆଇସିୟୁରେ ଥିଲେ ତାପରେ ଟିକେ ଭଲ ହେଇଥିଲେ ଆଉ ନର୍ମାଲ ବେଡ଼କୁ ଆସିଥିଲେ।ତାପରେ ନର୍ମାଲ ବେଡ଼ରେ ରହିବା ପରେ ତାଙ୍କର କଣ ୟାଡୁ ସିଆଡୁ ଟିକେ ଖାଇବା ପାଇଁ ଇଛା ହେଉଥିଲା ହେଲେ ଡାକ୍ତର ତାଙ୍କୁ କହିଥିଲେ ନା ସେମିତି ଆପଣ ଖାଇ ପାରିବେ ନାହିଁ

ତମର ଏବେ ଟ୍ରିଟମେଣ୍ଟ ଚାଲିଛି ତେଣୁକରି ତମକୁ ସିଝା ଜିନିଷ ଖାଇବାକୁ ପଡ଼ିବ।ତାପରେ ପୁଣି କିଛି ଦିନ ପରେ କଣ ହେଲା କେଜାଣି ପୁଣି ଆଇସିୟୁକୁ ଅଣାଗଲା ଆଉ ଭେଣ୍ଟିଲେଟର ଲାଗିଲା ହେଲେ କାଲି ଭେଣ୍ଟିଲେଟର ଖୋଲା ଯାଇଥିଲା ଯେହେତୁ ତାକୁ ଟିକେ ଭଲ ଲାଗୁଥିଲା ଆଉ ତାପରେ ଭଲ ଲାଗିବା

ପରେ କଥାବାର୍ତ୍ତା ମଧ୍ୟ ହେଲା ଡାକ୍ତର ମଧ୍ୟ କହିଲେ ନାହିଁ ଭଲ ହେଇଯିବ।ତାପରେ କାଲି ପୁଣି କଣ ହେଲା କେଜାଣି ଆଉ ଟିକେ ତାର ଦେହ ଖରାପ ହେଲା ଆଉ ଅମ୍ଳାନ ମଧ୍ୟ ଆମକୁ କଲ କଲା।ତାପରେ ରାତି ୧୨:୦୩ ସମୟରେ କଲ ଆସିଲା ଯେ ସେ ଆଉ ନାହିଁ। ସାର ସେତେବେଳେ ହସ୍ପିଟାଲରେ କିଏ କିଏ ଥିଲେ?

ଆମେ ଯାଇକି ହସ୍ପିଟାଲରେ ପହଞ୍ଚିଥିଲୁ ଅଶୋକ ପତି, ରବି ମିଶ୍ର ଆଉ ମୁଁ, ଦେବୀ ମହାନ୍ତି ବି ଯାଇଥିଲେ ଆଉ ଆମର ଦି ଜଣ ପିଲା ମଧ୍ୟ ସବୁବେଳେ ତାଙ୍କ ପାଖରେ ଥିଲେ ଆଉ ଆମର ଅମ୍ଳାନ ସେତେବେଳେ ଟିକେ ସୁଟିଂରେ ଥିଲା ତେଣୁ ସେ ଟିକେ ଲେଟର ପହଞ୍ଚିଲା ତାପରେ ଅମ୍ଳାନ ପହଞ୍ଚିବା

ପରେ ଆମେ ସମସ୍ତେ ମିଶି ବ୍ୟବସ୍ଥା କରି ତାକୁ କଟକ ନେଇଗଲୁ ଆଉ। ଏମିତି କିଛି ଜଣେ କହିଥିଲେ।

Leave a Reply

Your email address will not be published. Required fields are marked *