ଓଡ଼ିଶାର Kaptipada ଅଞ୍ଚଳରେ ବିଷାକ୍ତ Daboia ସାପ କୁ ଦେଖିକି ଲୋକମାନେ ପୂଜା କରିବା ପାଇଁ ଲାଗିଲେ କିନ୍ତୁ ପରିଣାମ ଯାହା ହେଲା ସମସ୍ତେ ଡ଼ରିକି ହେଇଗଲେ ଛାନିଆ

Spread the love

ଆମ ଓଡ଼ିଶାର କପ୍ତିପଦା ଗ୍ରାମରେ ଏକ ବିଷାକ୍ତ ସାପ ଦେଖା ଯାଇଥିଲା।ଯାହା ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ଘରେ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା।ତେବେ ସୂଚନା ଅନୁସାରେ ସେହି ସାପଟି ଯାଇ ସେମାନଙ୍କ ଘରେ ଥିବା ଠାକୁରଙ୍କ ଫଟୋ ପାଖରେ ଯାଇ ଅନେକ ସମୟ ଧରି ରହିଥିଲା।ଯେଉଁ କାରଣରୁ ସେମାନେ ସମସ୍ତେ ସେହି ସାପକୁ ଭଗବାନଙ୍କ ରୂପ ବୋଲି ବିଶ୍ୱାସ କରି ନେଇ ଥିଲେ।

ଯାହା ଫଳରେ ସେମାନେ ସେହି ସାପକୁ ଘରୁ ବାହାର କରିବାକୁ ମଧ୍ୟ ଚାହୁଁ ନଥିଲେ।ସେମାନେ ତାଙ୍କୁ ପୂଜା ମଧ୍ୟ କରୁଥିଲେ।ତେବେ ଆମ ସମାଜରେ ଅନେକ ଲୋକ ଏପରି ଭାବରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ସମୟରେ ମୃତ୍ୟୁ ମୁଖରେ ପଡନ୍ତି।ସେମାନେ ଏହି ସାପକୁ ଏପରି ଭାବରେ ଭଗବାନଙ୍କ ରୂପ ବୋଲି ଭାବି ପୂଜା ଅର୍ଚ୍ଚନା କରନ୍ତି।

କିନ୍ତୁ ସେହି ସାପ ଯଦି ସେମାନଙ୍କୁ କାମୁଡି ଦିଏ ତେବେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ।କାରଣ ସେହି ସାପ ଏତେ ବିଷଧର ହୋଇଥାଏ କି ସେହି ସାପ କାମୁଡିବାର ମାତ୍ର ୨୦ ମିନିଟ ମଧ୍ୟରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ଭାବରେ ରହିଥାଏ।ଏହା ସହିତ ଅର୍ଣ୍ଣପାଳ ଗ୍ରାମର ସେହି ଘରର ମହିଳାମାନେ ସେହି ସାପକୁ ଭଗବାନ ଭାବି ପୂଜା କରିବା ଆରମ୍ଭ କରିଥିଲେ।

ତେବେ ସେହି ଖବର ଶେଷରେ କୌଣସି ପ୍ରକାରରେ ଯାଇ ବନ ବିଭାଗର କର୍ମଚାରୀ ମାନଙ୍କ ପାଖରେ ପହଞ୍ଚିଲା।ତେବେ ବନ ବିଭାଗର କର୍ମଚାରୀ ମାନେ ଶେଷରେ ସେହି ସ୍ଥାନରେ ପହଞ୍ଚି ସେହି ସାପକୁ କାଢିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଦେଲେ।ଏହା ସହିତ ସେମାନେ ବନ ବିଭାଗର କର୍ମଚାରୀ ମାନଙ୍କୁ ସେହି ସାପକୁ କାଢିବା ପାଇଁ ଅନ୍ୟ ସତର୍କତାର ସହିତ କାମ କରିବାକୁ ପଡ଼ିଲା।

କାରଣ ସେହି ସାପ ଅତି ବିଷ ଧର ଥିଲା।ତେବେ ଶେଷରେ ବନ ବିଭାଗର କର୍ମଚାରୀ ମାନେ ସେହି ସାପକୁ କଢ଼ିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେମାନେ ସେହି ସାପକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।ତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ସାପ ଏକ ଭୟଙ୍କର ବିଷଧର ଥିଲା।ଯଦି ଏହା କୌଣସି ବ୍ୟକ୍ତିଙ୍କୁ କାମୁଡି ଥାଆନ୍ତା ତେବେ ଏହା ସେମାନଙ୍କ ପାଇଁ ଅନେକ କ୍ଷତିକାରକ ହେବାର ସମ୍ଭାବନା ରହିଥିଲା।

ତେବେ ସେହି ମହିଳାମାନେ ସେହି ସାପ ସମ୍ମୁଖରେ ମୁଣ୍ଡ ନୁଆଁଇ ପ୍ରଣାମ ମଧ୍ୟ କରିଥିଲେ।ତେବେ ବନ ବିଭାଗର କର୍ମଚାରୀମାନେ କହିଥିଲେ କି ଏପରି ଭାବରେ ଅନ୍ଧବିଶ୍ୱାସର ଶିକାର ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ି ସାରିଛନ୍ତି।ସେଥିପାଇଁ ସେ ସମସ୍ତ ଲୋକଙ୍କୁ ସତର୍କ ରହିବା ସହିତ ଏହିଭଳି ବିଷଧର ସାପ ଦେଖିବା ମାତ୍ର ତୁରନ୍ତ ବନ ବିଭାଗ ସହିତ ସମ୍ପର୍କ କରିବା ପାଇଁ କହିଛନ୍ତି।ଏହା ସହିତ ସେ କହିଥିଲେ କି ବନ ବିଭାଗର କାମ ହେଉଛି ଏହି ଭଳି ସାପ ମାନଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ଛାଡ଼ିବା ତେଣୁ ଏପରି ସାପ ଦେଖିବା ମାତ୍ରେ ତୁରନ୍ତ ବନ ବିଭାଗ ସହିତ ସମ୍ପର୍କ କରିବା ପାଇଁ ସେ କହିଥିଲେ।

Leave a Reply

Your email address will not be published. Required fields are marked *