କଉଡ଼ିର (Kaudi) ଚମତ୍କାରୀ ପ୍ରୟୋଗ,ହେବ ଧନର ବର୍ଷା କେବଳ ଏହି ଉପାୟ ଗୁଡିକ କରିକି ଦେଖନ୍ତୁ ଆଜି..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆମେ ଆଜି ଜାଣିବା କଉଡ଼ିର ଚାମତ୍କାରୀ ତାନ୍ତ୍ରିକ ଉପକାର ବିଷୟରେ।କଉଡ଼ିକୁ ସମସ୍ତେ ଭଲ ଭାବରେ ଜାଣନ୍ତି।ପ୍ରଥମେ କଉଡିକୁ ମୁଦ୍ରା ରୂପରେ ବ୍ୟବହାର କରାଯାଉ ଥିଲା।ଏବେ ମଧ୍ୟ ଏହି କଉଡ଼ିକୁ ମୁଦ୍ରା ରୂପରେ ବ୍ୟବହାର କରାଯାଇ ଥାଏ।

କିନ୍ତୁ ଏହି କଉଡ଼ି ର ବହୁତ ତାନ୍ତ୍ରିକ ଗୁଣ ମଧ୍ୟ ରହିଛି।ସେହି ବିଷୟରେ ଆମେ ଜାଣିବା।ବ୍ୟବସାୟରେ ସରକାରୀ ପ୍ରତିବନ୍ଧକ ଯେପରି ଆୟକର, ବିକ୍ରି କର ଆଦି ୧୧ ଗୋଟି କଉଡ଼ିକୁ ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ଓଁ ଶ୍ରୀ ହିଁ କ୍ଲି ମନ୍ତ୍ର କୁ ଦିନ କୁ ଏକ ବା ଦୁଇ ଥର ୧୦୮ ଥର ଲେଖାଏଁ ଜପ କଲେ କିଛି ଦିନରେ ଆପଣଙ୍କ ପାଖରେ ଆର୍ଥିକ ଉନ୍ନତି ଦେଖାଦେବ।

ଆର୍ଥିକ ଉନ୍ନତି ପାଇଁ କଉଡ଼ି ପୂଜା ଜାଗାରେ ରଖି ମୁଣ୍ଡରେ ଆହୁତି ଦେଲେ ଘରେ ନିରନ୍ତର ଆର୍ଥିକ ଉନ୍ନତି ହୁଏ।ଯଦି ଆପଣ ପ୍ରମୋସନ ଚାହୁଁଥିଲେ ୧୧ ଗୋଟି କଉଡ଼ି ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ମାତା ଲକ୍ଷ୍ମୀଙ୍କ ଚରଣରେ ଦେଲେ ପ୍ରମୋସନର ରାସ୍ତା ଖୋଲିଯାଇଥାଏ।ସାତ କଉଡ଼ି ହଳଦିଆ କନାରେ ବାନ୍ଧି ଦୋକାନରେ କ୍ୟାସ ବାକ୍ସରେ ରଖିଲେ ବା କାଉଣ୍ଟରରେ ରଖିଲେ ବ୍ୟବସାୟ ବୃଦ୍ଧି ହୁଏ।

ସୁଖଶାନ୍ତି ବା ବାସ୍ତୁଦୋଷରୁ ମୁକ୍ତି ପାଇଁ ୨୧ ଗୋଟି କଉଡ଼ି ଘରର ନିଆଁରେ ଦେଲେ ସର୍ବଦା ସୁଖଶାନ୍ତି ବଜାଏ ରହିଥାଏ।ବିଘ୍ନ ନାଶ ପାଇଁ ମାଙ୍ଗଳିକ କାର୍ଯ୍ୟ ସମୟରେ ବାହୁରେ କଉଡ଼ି ବାନ୍ଧିଲେ ଅନେକ ସୁଭଫଳ ମିଳିଥାଏ।ଏହାଦ୍ୱାରା ପତିଙ୍କ ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ।ପତିଙ୍କ ଦୀର୍ଘାୟୁ କାମନା କରୁଥିବା ପତ୍ନୀ କଉଡ଼ି ଭିତରେ ସିନ୍ଦୁର ରଖି ନିୟମିତ ଲଗାଇଲେ ପତିର ଆୟୁ ବୃଦ୍ଧି ହୋଇଥାଏ।

ବାରମ୍ବାର ଶିଶୁ ଉପରେ ନଜର ପଡୁଥିଲେ ଶିଶୁର ଗଳାରେ ପ୍ରାଣ ପ୍ରତିଷ୍ଠିତ କଉଡ଼ି ବାନ୍ଧିଲେ ତୁରନ୍ତ ଦୃଷ୍ଟି ନଜରରେ ପ୍ରଭାବ ଚାଲିଯାଏ।ଦୁର୍ଘଟଣାରୁ ରକ୍ଷା।କୌଣସି ନୂତନ ଯାନରେ ସାତଟି କଉଡ଼ି କଳା ସୁତାରେ ବାନ୍ଧି ଗାଡିରେ ବାନ୍ଧିବା ଦ୍ୱାରା ଦୁର୍ଘଟଣାରୁ ରକ୍ଷା ମିଳେ।

ଆର୍ଥିକ ବୃଦ୍ଧି ଏବଂ ସମୃଦ୍ଧି ପାଇଁ ଦୀପାବଳିରେ ମାତା ଲକ୍ଷ୍ମୀଙ୍କ ଚରଣରେ ୧୧ ଗୋଟି କଉଡ଼ି ରଖି ପୂଜାକଲେ ଏବଂ ମଧ୍ୟରାତ୍ରିରେ ଘରର କୌଣସି କଡ଼ରେ ସେହି କଉଡ଼ିକୁ ପୋତିଦେଲେ ମାତା ଲକ୍ଷ୍ମୀ ପ୍ରସନ ହୋଇଥାନ୍ତି।ସେହି ଘରର ଆର୍ଥିକ ଉନ୍ନତି ଏବଂ ସମୃଦ୍ଧି ହୋଇଥାଏ।ତେବେ ଆମେ ଜାଣିଲେ କଉଡ଼ିର ତାନ୍ତ୍ରିକ ଗୁଣ ଏବଂ ଉପକାରୀତା ବିଷୟରେ।

Leave a Reply

Your email address will not be published. Required fields are marked *