କେବଳ ଏହି ମଞ୍ଜି ଖାଆନ୍ତୁ ଆଉ ଜାଣନ୍ତୁ,ନିଦ ଏମିତି ଆସିବ Kumbhakarna ଭଳି ଶୋଇବେ ଆପଣ,ଆପଣଙ୍କ ଅନିଦ୍ରା ପାଇଁ ରାମବାଣ ଉପାୟ ଅଟେ ଏହା…

Spread the love

ନିଦ ନ ଆସିବା ଭଳି ରୋଗକୁ ମୂଳରୁ ଶେଷ କରିବା ପାଇଁ ଆଜି ଆମେ ଏକ ଚମତ୍କାରି ଘରୋଇ ଉପଚାର ବିଷୟରେ ଜାଣିବା।ନିଦ ନ ଆସିବା ଦ୍ବାରା ଦିନ ସାରା ଆମର କୌଣସି କାମରେ ମନ ଲାଗି ନଥାଏ।ଏହା ସହ ସବୁବେଳେ ଆଳସ୍ୟ ଲାଗିଥାଏ।ନିଦ ପୂର୍ଣ୍ଣ ହେଲେ ଆମ ମସ୍ତିଷ୍କକୁ ଏକ ପ୍ରକାରର ପୋଷକ ତତ୍ତ୍ଵ ମିଳିଯାଏ।ଆମକୁ ନିଦ୍ରର ବହୁତ ଆବଶ୍ୟକତା ଥାଏ। ଫଳରେ ଆମେ ଆମର ଦୈନଦୀନ କାର୍ଯ୍ୟ ଠିକ ଭାବେ କରିପାରୁ।

ଅନେକ କାରଣ ଅଛି ଯାହା ପାଇଁ ଆମକୁ ଅନିଦ୍ରା ଭଳି ରୋଗ ଭୋଗିବାକୁ ପଡ଼ିଥାଏ।ଏହି ଘରୋଇ ଉପଚାରକୁ ଆପଣଙ୍କୁ ଦୁଇରୁ ତିନି ଦିନ ଆପଣଙ୍କୁ ସେବନ କରିବାକୁ ହେବ।ଦେଖିବେ ଆପଣଙ୍କୁ ଜୋର ନିଦ୍ରା ଆସିବ।ଏଥି ପାଇଁ ଆପଣଙ୍କୁ ଗୋଟିଏ ମଞ୍ଜିର ଆବଶ୍ୟକ ଅଛି।ତାହା ହେଉଛି ବୋଇତାଳୁ ମଞ୍ଜି।

ଏହା ଆପଣଙ୍କୁ ବହୁତ ସହଜରେ ମିଳିଯିବ।ଆପଣଙ୍କୁ ବିନା ଚୋପା ଯୁକ୍ତ ବୋଇତାଲୁ ମଞ୍ଜି ଆବଶ୍ୟକ।ଏହା ଦେଖିବାକୁ ସବୁଜ ରଙ୍ଗର। ପ୍ରତିଦିନ ରାତିରେ ପାଣିରେ ଏକ ଚାମଚ ବୋଇତାଳୁ ମଞ୍ଜିକୁ ଭିଜେଇ ଦିଅନ୍ତୁ।ଯଦି ଆପଣ ଏହି ଉପାୟରେ ଏହାର ସେବନ କରିବେ ତେବେ ଆପଣଙ୍କ ପେଟ ଥଣ୍ଡା ହେବ।

ନିଦ ଭଲ ଆସିବ ଓ ଶରୀରରେ ଭିଟାମିନ ସିର ଅଭାବ ଏହା ପୂରଣ କରିବ। ରାତିସାରା ଏହାକୁ ନିହାତି ଭାବେ ପାଣିରେ ଭିଜେଇ ରଖନ୍ତୁ। ସକାଳୁ ଉଠି ଫ୍ରେସ ହେବା ପରେ ଖାଲି ପେଟରେ ଏହି ମଞ୍ଜିକୁ ଚୋବେଇ ଚୋବେଇ ଖାନ୍ତୁ।ଭଲ ଭାବେ ଏହି ମଞ୍ଜିକୁ ଚୋବେଇ ଖାଇବାକୁ ହେବ।ଏହା ପରେ ଆପଣ ଏକ ଗ୍ଲାସ ଥଣ୍ଡା ପାଣି ପିଅନ୍ତୁ।

ଏହା ସହ ଆପଣ ଏକ ଗ୍ଲାସ ଥଣ୍ଡା କ୍ଷୀର ମଧ୍ୟ ପାନ କରି ପାରିବେ।ଏହି ପ୍ରକାରର ଆପଣ ଏହାର ସେବନ କରି ପାରିବେ।ଏହାକୁ ଅଧିକ ଦିନ ସେବନ କରିବାକୁ ପଡ଼ିବ ନାହିଁ।ଏହାକୁ କେବଳ ତିନି ଦିନ ପର୍ଯ୍ୟନ୍ତ କରି ଦେଖନ୍ତୁ।ଦେଖିବେ ଆପଣଙ୍କୁ ବହୁତ ଜୋରସେ ନିଦ ଆସିବ। ଏହାକୁ ଆପଣ ଆଉ ଏକ ଉପାୟରେ ମଧ୍ୟ ସେବନ କରି ପାରିବେ।

ଦୁଇରୁ ତିନି ଚାମଚ ଏହି ମଞ୍ଜି ନେଇ ଏହାକୁ ଭାଜନ୍ତୁ।ଅଧିକ ସମୟ ଭାଜିବେ ନାହିଁ। ନହେଲେ ଏହା ଜଳି ଯିବ।ଏହାକୁ ରୋଷ୍ଟ କରି ଏହାକୁ ଖାଇବା ଦ୍ଵାରା ଏହାର ସ୍ଵାଦ ଆସିଥାଏ। ଭାଜିବା ପରେ ଏହାକୁ ସଂପୂର୍ଣ୍ଣ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।ଏହା ପରେ ଏହି ମଞ୍ଜିକୁ ଆପଣ କେଉଁ ସମୟରେ ବି ଖାଇ ପାରିବେ।

ଏହା ଦ୍ଵାରା ଆପଣ ଶରୀରରେ ଯେଉଁ ଭିଟାମିନ ସିର ଅଭାବ ଅଛି ତାହା ପୂରଣ ହୋଇଯିବ।ନିଦ ନ ଆସିବା ଭଳି ସମସ୍ୟା ତାହା ମଧ୍ୟ ଦୂର ହୋଇଯିବ।ଏହା ସହ ଆପଣ ଏହାକୁ ଗୁଣ୍ଡ କରି ପି ପାରିବେ।ଏକ ଚାମଚ ଏହି ଗୁଣ୍ଡ ନେଇ କ୍ଷୀରରେ ମିଶାଇ ଆପଣ ଏହାକୁ ପିଇ ପାରିବେ। ରାତ୍ରୀ ଭୋଜନର ଅଧା ଘଣ୍ଟା ପରେ ଆପଣ ଏହାକୁ ସେବନ କରି ଶୋଇ ପଡନ୍ତୁ।ଦେଖିବେ ପ୍ରଥମ ଦିନରୁ ଆପଣଙ୍କୁ ଫାଇଦା ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *