ବାପା ଙ୍କୁ ବଳିଗଲେ ପୁଅ,ଆମେରିକା 512 କିମିର ରେସ ରେ କମାଲ କଲେ ସୁର ଭାଇ ଙ୍କ ପୁଅ,ସାରା ଓଡିଶା ତାଙ୍କ ପାଇଁ ଏବେ ଗର୍ବ କରିବ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଓଡ଼ିଶାର ବରିଷ୍ଠ ନେତା ସୁର ଭାଇଙ୍କ ବିଷୟରେ ଜାଣିଥିବେ।ତେବେ ରାଜନୀତି କଥା ହେଉ କିମ୍ବା ଭିନ୍ନ ଭିନ୍ନ ତଥ୍ୟରେ ନିଜର ମତ ଦେବା କଥା ହେଉ ସବୁଥିରେ ସୁର ଭାଇ ଆଗରେ।

ତେବେ ସେ ନିଜ ଜୀବନରେ ଅନେକ ବାଧା ବିଘ୍ନ ସହି ଆଜି ଏହି ଜାଗରେ ପହଞ୍ଚିପାରିଛନ୍ତି।ତାଙ୍କର ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାର ମନବୃତ୍ତି ରହିଥାଏ।ତେବେ ଆଜି ଆମେ ସେହି ସୁର ଭାଇଙ୍କ ବିଷୟରେ କିଛି ବିଶେଷ କଥା ଜାଣିବା।ତେବେ ସୁର ଭାଇ ଯିଏକି ସୁର ରାଉତରାୟଙ୍କ ନାମରେ ପରିଚିତ ସେ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ଭାଇରାଲ ହୋଇପାରିଛନ୍ତି।

ତେବେ ଆଜି ଆମେ ଜାଣିବା ସୁର ରାଉତରାୟଙ୍କ ପୁଅଙ୍କ ବିଷୟରେ ଏବଂ ସେ କଣ କହିଛନ୍ତି।ତେବେ ତାଙ୍କ କହିବା ଅନୁସାରେ ମୁଁ ଆମେରିକାରେ ରୁହେ ସେଠାରେ ଯେତେବେଳେ ମୁ ଯୁଆଡେ ଯାଇଥାଏ ଲୋକମାନେ ଯେତେବେଳେ ପଚାରନ୍ତି କେଉଁଠାରୁ ଆସିଛୁ ମୁଁ ଓଡିଶା ବୋଲି କହିଥାଏ।

ଓଡିଶା କହିଲେ ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ।ଯାହା ଅମେରିକାନ ମାନେ କରୁଛନ୍ତି ସେ ଆଇରନ ମ୍ୟାନ ହେଉ, ବା ଅଲ୍ଟ୍ରା ମ୍ୟାନ ହେଉ ସେ ଜାହାବି ହେଉ ତାହା ଓଡ଼ିଆ ଲୋକ ଜଣେ କରିବା ଦରକାର।ଏହା ମୋର ଜୁନୁନ।ଓଡିଶା ଲୋକଙ୍କୁ ମଧ୍ୟ ସମସ୍ତେ ଜାଣନ୍ତୁ ଏବଂ ଓଡିଶା ଲୋକ ସେତିକି ସକ୍ଷମ ବୋଲି ମଧ୍ୟ ଲୋକ ଜାଣନ୍ତୁ।

ମୁଁ ଓଡିଶାରୁ ପାଞ୍ଚ ଥର ଆଇରନ ମ୍ୟାନ କରିଛି।ପ୍ରଥମ ଆଇରନ ମ୍ୟାନ ୨୦୧୬ରେ କରିଥିଲି।୨୦୨୨ରେ ମୁଁ ଅଲ୍ଟ୍ରା ମ୍ୟାନ କଲି ଯାହାକି ୫୧୨ କିଲୋମିଟରର ଦୌଡ଼।୧୦ କିଲୋମିଟର ପହଁରିବା, ୪୧୮ କିଲୋମିଟର ସାଇକେଲ ଚଳାଇବା ଓଏହା ସହିତ ୮୪ କିଲୋମିଟର ଦୌଡ଼ ମଧ୍ୟ ଥିଲା।

ଏହା କରିବାକୁ ୩୧ ଘଣ୍ଟା ଲାଗିଲା।ମୋର ପାହାଡ଼ ଚଢ଼ିବାରେ ଇଚ୍ଛା ଅଛି।ମୁଁ ପ୍ରଭୁ ଜଗନ୍ନାଥଙ୍କ ପତାକା ଧରିକରି ଯାଏ।ସାତ ମହାଦେଶରେ ସାତ ମହାପର୍ବତ ଅଛି।ମୁଁ ତାହାକୁ ନିଲଚ5 ମିସନ ବୋଲି କୁହେ।ଜଗନ୍ନାଥଙ୍କ ପତାକା ଯେପରି ସବୁ ମହାଦେଶର ସେହି ସବୁ ପାହାଡ଼ ଉପରେ ଲାଗିବ ମୋ ତରଫରୁ।ମୁଁ ଏତିକି କହିବାକୁ ଚାହୁଁଥିଲି।ସେ ଏହାପରେ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *