ସୁମିତ ତପସ୍ୱିନୀଙ୍କ ମାମଲା କେଉଁ Controversy ନେଲା ତାହା ସଭିଙ୍କ ନଜର,ଏବେ ଏହି ନୂଆ ଖେଳ ଆରମ୍ଭ ହେଇଗଲା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ଘଟଣା ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ନିହାତି ଭାବରେ ଏହି ଘଟଣା ବିଷୟରେ ଜାଣିଥିବେ।ସମସ୍ତିଙ୍କ ମନରେ ବର୍ତ୍ତମାନ ଏହା ପ୍ରଶ୍ନଯେ ଏବେ ତପସ୍ୱିନୀଙ୍କ ମାମଲା ଆଗକୁ କେଉଁ ମୋଡ଼ ନେବ।ତାହାରି ଉପରେ ସମସ୍ତିଙ୍କ ନଜର।

ଆସନ୍ତା ୧୦ ତାରିଖରେ ଏସ ଡି ଜେ ଏମ କୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାରେ ସୁମିତଙ୍କ ପକ୍ଷରୁ କାଉଣ୍ଟର ଦିଆଯିବ।ଜିଲ୍ଲା କୋର୍ଟର ଆଦେଶ ଅନୁସାରେ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ ୧୭ ହଜାର ଟଙ୍କା ଦାଖଲ ହେବ।ସେପଟେ ସୁମିତଙ୍କ ପରିବାର ପକ୍ଷରୁ ଦାଖଲ ଘରୋଇ ହିଂସା ମାମଲାରେ ତପସ୍ୱିନୀଙ୍କ ପକ୍ଷରୁ କାଉଣ୍ଟର ଦିଆଯିବ।

ଏହାକୁ ନେଇ ଉଭୟଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି।ତପସ୍ୱିନୀ ବର୍ତ୍ତମାନ ସୁମିତଙ୍କ ଘରେ।ତେବେ ବର୍ତ୍ତମାନ ଇନ ଆଣ୍ଡ ଆଉଟର ଏକ ଗେମ ଚାଲିଛି।ତପସ୍ୱିନୀ ଯେତେବେଳେ ଜିଲ୍ଲା ଜଜଙ୍କ କଥା ଅନୁସାରେ ପ୍ରବେଶ କରିଲେ କିଛି ସମୟ ପରେ ଦେଖିଲେ ତାଙ୍କର ଶ୍ୱଶୁର ପ୍ରମୋଦ ସାହୁ ଆଉଟ ହୋଇଗଲେ।

ପୂର୍ବରୁ ଯେପରି ସୁମିତ ଗେଷ୍ଟ ହାଉସରେ ତପସ୍ୱିନୀଙ୍କ ସହିତ ଥିବା ସମୟରେ ସେ ସେଠାରୁ କୁଆଡେ ଚାଲିଯାଇଛନ୍ତି ତାହାର ପିତା ନାହିଁ।କିମ୍ବା ଏହାର ଖୋଜ ଖବର କେହି ମଧ୍ୟ ରଖିନାହାନ୍ତି।ତେବେ ପୁଅ ଯେଉଁ ରାସ୍ତାରେ ଯାଇଛନ୍ତି ବର୍ତ୍ତମାନ ତାଙ୍କ ବାପା ମଧ୍ୟ ସେହି ରାସ୍ତାରେ ଯାଇଛନ୍ତି।କାରଣ ଯାହା ଥାଉନା କାହିଁକି ତାହାକୁ ନେଇ ଆଲୋଚନା ଚାଲିଛି

ଏହି ମାମଲାଟା ତାଙ୍କର ପରିବାରରର ସୀମିତ ରହିନାହିଁ।କିନ୍ତୁ ଏହା ସର୍ବବ୍ୟାପି ହୋଇଯାଇଛି ଏବଂ ଅନେକ ଲୋକ ଏଥିରେ ଯୋଡି ହୋଇଛନ୍ତି।ଲୋକଙ୍କ ମନରେ ଅନେକ ଉତ୍କଣ୍ଠା ମଧ୍ୟ ଦେଖାଦେଇଛି ଯେ ଆଗକୁ ଏହି ପ୍ରସଙ୍ଗ କେଉଁ ରୂପ ନେବ।ପ୍ରକୃତରେ ସୁମିତ ଯାହା ଚାହୁଁଛନ୍ତି ତାହା ସେ ପାଇବେ ନା ତପସ୍ୱିନୀ ଯାହା ଚାହୁଁଛନ୍ତି ତାହା ସେ ପାଇବେ।

ତାଙ୍କ ପରିବାର ପକ୍ଷରୁ ସୁମିତଙ୍କ ଓକିଲ କାଉଣ୍ଟର ଦାଖଲ କରିବେ।ସେହିପରି ସୁମିତଙ୍କ ମାଆ ଏବଂ ଜେଜେମା ଯେପରି ଘରୋଇ ହିଂସା ମାମଲା ଦାଖଲ କରିଛନ୍ତି ତାହାର ମଧ୍ୟ କାଉଣ୍ଟର ରଖିବେ ତପସ୍ୱିନୀଙ୍କ ପରିବାର ତଥା ତପସ୍ୱିନୀଙ୍କ ଓକିଲ।ଏସବୁ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲା କୋର୍ଟ ଯେଉଁ ଆଦେଶ ଦେଇଛନ୍ତି ଯେ ତପସ୍ୱିନୀ ତାଙ୍କର ଶ୍ୱଶୁର ଘରେ ରହିବେ ଏବଂ ତାଙ୍କର ଭରଣ ପୋଷଣ ପାଇଁ ପ୍ରତି ମାସ ଦଶ ତାରିଖ ସୁଧା ୧୭ ହଜାର ଟଙ୍କା ସୁମିତ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *