କେଉଁ ଖାଦ୍ୟ ଖାଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢେ – ଏହି ଖାଦ୍ୟଗୁଡିକ ଖାଇଲେ ଆପଣାକୁ କରୋନା ହେବାର ସମ୍ଭାବନା ପ୍ରାୟତଃ କମିଯାଏ

Spread the love

ବନ୍ଧୁମାନେ ଏବେ ଯେଉଁଭଳି ସ୍ଥିତି ରହିଛି, ବହୁତ ଜୋରରେ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି।ତେବେ ଏହି ସମୟରେ ଆମକୁ ଏକ ସୁସ୍ଥ ପରିବେଶରେ ରହିବ ଦରକାର।ଏହା ସହ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର।ତେବେ ଆମେ ଏଭଳି ଖାଦ୍ୟ ଖାଇବା ଯାହା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।ତେବେ ଆସନ୍ତୁ ଜାଣିବା ଆଜି କେଉଁ ସବୁ ଖାଦ୍ୟ ଖାଇଲେ କଣ ପ୍ରଭାବ ରହିବ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।

ତେବେ ଯଦି ଆପଣ ଏହି ସବୁ ଖାଦ୍ୟକୁ ପ୍ରତିଦିନ ଖାଇବେ ତେବେ ଆପଣ ବହୁତ ରୋଗକୁ ନିଜଠୁ ଦୁରେଇ ରଖିପାରିବେ।ଯେଉଁମାନଙ୍କର ସକାଳୁ ଚାହା ପିଇବା ଅଭ୍ୟାସ ଅଛି ସେମାନେ ସକାଳେ ଚେଷ୍ଟା କରନ୍ତୁ କି ନାଲି ଚାହା କିମ୍ବା ଲେମ୍ବୁ ଚାହା ପିଇବେ।ଏହା ସହ ଚାହାରେ ଅଳ୍ପ ଡାଲଚିନି ଗୁଣ୍ଡ ଏବଂ ଅଳ୍ପ ହଳଦୀ ବି ପକାନ୍ତୁ।ତେବେ ଏହା ସହ ଯଦି ଆପଣ ଜିରା ଗୁଣ୍ଡ ମଧ୍ୟ ପକାଇପାରିବେ।ଏହା ସହ ଯଦି ଆପଣ ଖାଲି କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ପିଉଛନ୍ତି ତେବେ ଏହା ମଧ୍ୟ ବହୁତ ଲାଭବାନ ହେଇଥାଏ।

ଆପଣଙ୍କ ଦୈନିକ ଖାଦ୍ୟରେ ଅଦା ଖାଇବାକୁ ମିଶାଇ ଦିଅନ୍ତୁ।ଅଦା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଆମର ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ।ତେବେ ଆପଣଙ୍କର ଯଦି ପେଟ ଦୋଷ ରହୁଛି ତେବେ ଅଦାରେ ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଖାଇଲେ ଆପଣଙ୍କର ଏହି ସମସ୍ୟା ଦୂର ହେଇଯିବ।

ସକାଳ ଜଳଖିଆରେ ଆପଣ ଯାହା ବି ଖାଇବା ଖାଇଲେ ତା ସହ କିଛି ଗୋଟେ ଫଳ ଖାଆନ୍ତୁ।ତେବେ ଯେଉଁ ଫଳ ଯେଉଁ ମାସରେ ମିଳିବ ତାହା ଖାଆନ୍ତୁ।ତେବେ ବହୁତ ଫଳରେ ଭିଟାମିନ ସି ଭରି ହେଇ ରହିଥାଏ।ତେବେ ଭିଟାମିନ ସି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ।

ତେବେ ଶରୀରରେ ପୃଷ୍ଟିସାର ବଢ଼ାଇବା ପାଇଁ ଆପଣ ଛେନା ଖାଇ ପାରିବେ।ଏହା ସହ ଆପଣ ଅଣ୍ଡାର ଧଳା ଅଂଶକୁ ମଧ୍ୟ ଖାଇ ପାରିବେ।ଅଣ୍ଡାର ଧଳା ଅଂଶରେ ଆଲବମିନ ରହିଥାଏ।ଏହା ଏକ ଭଲ ପୃଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ।ତେବେ ଦ୍ୱିପହର ଖାଇବା ମଝିରେ ଆପଣ ଥରେ ଦହି ଖାଇବାକୁ ଚେଷ୍ଟା କରନ୍ତୁ।ଦହି ଖାଇବା ଦ୍ବାରା ପେଟ ଓ ଖାଦ୍ୟନଳୀର ସବୁ ସମସ୍ୟା ଦୂର ହେଇଥାଏ।

ଦ୍ୱିପହର ଖାଇବାରେ ଆପଣ ସାଧାରଣ ଉଷୁନା ଭାତ କିମ୍ବା ଅଟା ବା ବେସନର ରୁଟି ସହ ସବୁଜ ପନିପରିବା ଯୁକ୍ତ କିଛି ତରକାରୀ ଖାଇ ପାରିବେ।ସବୁବେଳେ ଚେଷ୍ଟା କରିବେ କି କମ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବେ।ଏହା ସହ ସାଲାଡ଼ ମଧ୍ୟ ସବୁଦିନ ଖାଇବାକୁ ଚେଷ୍ଟା କରିବେ।

ସନ୍ଧ୍ୟାବେଳେ ଗଜା ମୁଗ, ବୁଟ ଓ ଗୁଡ଼ ଏହି ଭଳି କିଛି ଖାଇବାକୁ ଚେଷ୍ଟା କରନ୍ତୁ।ଏହା ଆପଣଙ୍କ ଶରୀରରେ ପୃଷ୍ଟିସାର ବୃଦ୍ଧି କରିଥାଏ।ତେବେ ଆପଣ ଚିନି ତୁଳନାରେ ଗୁଡ଼ ବ୍ୟବହାର କରନ୍ତୁ।ରାତି ଆପଣ ଜଲଦି ଖାଇବାକୁ ଚେଷ୍ଟା କରିବେ।ରାତିରେ ଆପଣ ରୁଟି ସହ କୌଣସି ଡାଲି ଖାଇ ପାରିବେ।ଏହା ସହ ଚେଷ୍ଟା କରିବେ କି ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ କ୍ଷୀରରେ ହଳଦୀ ଗୋଳାଇ ପିଇବେ।

Leave a Reply

Your email address will not be published. Required fields are marked *