କେବଳ ପଖାଳ ଖାଇକି ମାସକୁ ରୋଜଗାର ଲକ୍ଷ ଲକ୍ଷ ଟଙ୍କା କରୁଛନ୍ତି ଏହି ଓଡ଼ିଆ ପରିବାର – ଏହି ଉପାୟରେ ଘରକୁ ଆସୁଛି ଟଙ୍କା..

Spread the love

ସମ୍ବଲପୁରର ୟୁଟୁବ ରାଜା।ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା। ଦିନେ ୟୁଟୁବରେ ଦେଖୁଥିଲେ ଭିଡିଓ ଓ ଏହାକୁ ହିଁ ନିଜ ରୋଜଗାରର ପନ୍ଥା ଭାବେ ବାଛିନେଲେ।ୟୁଟୁବ ପାଇଁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା।ଘର ସମ୍ବଲପୁର ବାବୁଲି ଗ୍ରାମରେ।ଶିକ୍ଷାଗତ ଯୋଗ୍ୟତା ସପ୍ତମ।ଏହି କଥାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି।ୟୁଟୁବ ଦେଇଛି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ।ଏହି କିଛି ଦିନ ଭିତରେ ସେ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ କୁଲି ମଜୁରୀ କରି ତାଙ୍କର ଓ ତାଙ୍କ ପରିବାରର ପେଟ ପୋଷିଥିଲେ।ଗତ ବର୍ଷ ୟୁଟୁବରୁ ଭିଡିଓ ଦେଖୁଥିବା ବେଳେ ଏପରି ସମୟ କଟାଉଥିଲେ।

ପରେ ଏଥିରୁ ଟଙ୍କା ରୋଜଗାର କରି ହେବବୋଲି ଜାଣିବାକୁ ପାଇଥିଲେ ଇସାକ ମୁଣ୍ଡା।ପରେ ମୋବାଇଲ କିଣିବା ପରେ ଏଥିରେ ଏକ ଚ୍ୟାନେଲ ଖୋଲି ନିଜ ଭିଡିଓ ସବୁ ତିଆରି କରିବାକୁ ଲାଗିଲେ।ତାଙ୍କର ପ୍ରଥମ ଭିଡିଓ ଖୁବ ଯୋରରେ ଭାଇରାଲ ହୋଇଥିଲା।ଏହାକୁ ୪ ଲକ୍ଷ ୯୭ ହଜାର ଦେଖି ସାରିଲେଣି।

ଇସାକଙ୍କ କହିବା ଅନୁଯାୟୀ ତାଙ୍କୁ ଏକ ବଡ଼ ଭାଇ କହିଲେ ଯେ ତମେ ଖାଲି ୟୁଟୁବରୁ ଭିଡିଓ ଓ ଗୀତ ଆଦି ଦେଖୁଛ ତ ତାହା ଦ୍ବାରା ତମର ଡାଟା ଓ ସମୟ ବି ସରୁଚି।କିନ୍ତୁ ଯଦି ତମେ ମାନେ ଏଥିରେ ପରିଶ୍ରମ କରିବ ଓ ନିଜ ଭିଡ଼ିଓ ଛାଡ଼ିବ ତ ତମକୁ ଏଥିରୁ ପଇସା ମିଳିବ।

ଇସାକ ଓ ତାଙ୍କ ସ୍ତ୍ରୀ ଏକ ମୋବାଇଲ କିଣିବା ପାଇଁ ଚେଷ୍ଟା କଲେ।ସେ ତାଙ୍କ ଭିଡ଼ିଓରେ କେବଳ ତାଙ୍କ ଜୀବନ ଶୈଳୀ ଓ ତାଙ୍କ ଖାଇବା ପିଇବାର ଭିଡିଓ ମାନ ଅପଲୋଡ଼ କଲେ।ସେ ସେହି ଶ୍ରେଣୀର ଭିଡିଓ ମାନ ତିଆରି କଲେ ଓ ତାକୁ ୟୁଟୁବରେ ଅପଲୋଡ଼ କଲେ।

୫୫ ଦେଶରୁ ଲୋକମାନେ ଇସାକଙ୍କର ଭିଡିଓ ମାନ ଦେଖୁଛନ୍ତି।ଦିନ କୁଲି ମଜୁରୀ କରି ନିଜ ଘର ଚଳାଉ ଥିବା ଇଶାକଙ୍କ ୟୁଟୁବ ଚ୍ୟାନେଲ ଏବେ ଖୁବ ଲୋକପ୍ରିୟ ହୋଇ ପାରିଛି।ବର୍ଷକ ତଳେ ସେ ଏହାକୁ ଖୋଲିଥିଲେ ଓ ବର୍ତ୍ତମାନ ୭ ଲକ୍ଷରୁ ଅଧିକ ଲୋକ ଏହା ସହିତ ଯୋଡି ହୋଇଯାଇଛନ୍ତି।

ସେ ପାଖା ପାଖି ୨୫୦ ରୁ ଅଧିକ ଭିଡିଓ ଅପଲୋଡ଼ କରି ସାରିଛନ୍ତି।ସେ ନିଜ ସଂସ୍କୃତି,ଚାଲି ଚଳନ ଓ ଖାଦ୍ୟ ପେୟ ମାନଙ୍କର ଭିଡିଓ ତିଆରି କରିଥାନ୍ତି।ଏହା ସହିତ ବିଭିନ୍ନ ପ୍ରକାରର ଶାଗ ଓ ଆମିଷ ତରକାରୀ ମାନଙ୍କର ଭିଡିଓ ପ୍ରସ୍ତୁତ କରିଥାନ୍ତି।ସେ ମଧ୍ୟ ନିଜ ଘର ଭାଙ୍ଗି ଥିବାର ଏକ ଭିଡିଓ ତିଆରି କରି ପୋଷ୍ଟ କରିଥିଲେ।ଏଥିପାଇଁ ତାଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ମଧ୍ୟ ମିଳିଥିଲା।ସେ ଲକଡାଉନରେ ଏବେ ସୁଦ୍ଧା ଏକ ଲକ୍ଷ ଟଙ୍କାରୁ ଅଧିକ କମାଇ ସାରିଲେଣି।ସେ ଆଗକୁ ମଧ୍ୟ ଏପରି ଭିଡିଓ ତିଆରି କରିବାକୁ ଲକ୍ଷ ରଖିଛନ୍ତି।

Leave a Reply

Your email address will not be published. Required fields are marked *