ଖରିଆର Road ରୁ Bilaspur ଯିବା ରାସ୍ତାରେ ସେରାତିର ଭୟାନକ ଘଟଣା,ଜାଣିଲେ ଆପଣଙ୍କ ଛାତି ଥରି ଉଠାଵ,କମଜୋର ହୃଦୟ ଲୋକ ସମ୍ପୂର୍ଣ୍ଣ ଦୁରେଇ ରୁହନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ସତ ବହୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସେଦିନ ରାତିରେ ଗୋଡାଉନରୁ ତିନୋଟି ଟ୍ରକରେ ମାଲ ଲୋଡିଙ୍ଗ ହୋଇସାରିବା ପରେ ମତେ ବି ସେମାନଙ୍କ ସହିତ ଯିବାକୁ କୁହାଗଲା।କାରଣ ଦୁଇଦିନ ମଧ୍ୟରେ ମାଲ ଦେବାର ଥିଲା।ପାଖାପାଖି ରାତି ୧୧ଟା ବେଳକୁ ଟ୍ରକରେ ମାଲ ଲୋଡିଙ୍ଗ ହୋଇ ସାରିବା ପରେ ଆମେ ସମସ୍ତେ ଯିବାକୁ ବାହାରିଲୁ।

ଆମେ ସେତେବେଳେ ଏକ ରୋଡ଼ ଦେଇ ଆଗକୁ ବଢ଼ିଥାଉ।ଅଚାନକ ଆମର ତିନୋଟି ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକ ରାସ୍ତା ଉପରେ ଥିବାର ଦେଖାଗଲା।ତେଣୁ ଜିତୁକୁ ଲାଗିଲା ବୋଧ ହୁଏ ଡ୍ରାଇଭରଙ୍କୁ କିଛି ସାହାଯ୍ୟ ଦରକାର ଅଛି।ସେ ଟ୍ରକ ଅଟକାଇ ଏହି କଥା ବଡ଼ ପାଟିରେ ପଚାରିଲା।ଦୁଇ ତିନି ଥର ଚିଲେଇ କରି କହିବା ପରେ ମଧ୍ୟ ନା ସେ ଟ୍ରକରୁ ପ୍ରତିଉତ୍ତର ଆସୁଥାଏ ନା ସେ ଟ୍ରକର ଆଖ ପାଖରେ ମଧ୍ୟ କେହି ଦେଖିବାକୁ ମିଳୁଥାନ୍ତି।

ଏହାପରେ ଜିତୁ ଟ୍ରକକୁ ରିଷ୍ଟାର୍ଟ କରି ଦୁଇ ପାଦ ଆଗକୁ ବଢ଼ାଇଛିକି ନାହିଁ ଏକ ବୁଢ଼ୀ ସ୍ତ୍ରୀ ଲୋକଟିଏ ହାତରେ ଗଣ୍ଠିଲିଟିଏ ଧରି ଜିତୁକୁ ଗାଡି ଅଟକାଇବା ପାଇଁ ଇସାରା କଲା।ଅଚାନକ ଜିତୁ ସେହି ବୁଢ଼ୀ ସ୍ତ୍ରୀ ଲୋକକୁ ଦେଖି ଚମକି ପଡିଲା।ଏହାପରେ ସେ କହିଲା ଆପଣ ଏଠାରେ କଣ କରୁଛ।ସେହି ବୁଢ଼ୀଟି ପାଖକୁ ଆସି କହିଲା ମତେ ଆଗ ବସ୍ତି ଯାଏଁ ଛାଡି ଦେବାକୁ।

ଜିତୁ ଏହାର ତାଙ୍କୁ ଟ୍ରକରେ ବସିବା ପାଇଁ କହିଲା।ସେହି ବୁଢ଼ୀ କିନ୍ତୁ ସେହିଠାରେ ହିଁ ରହିଥିଲା।ଏହାପରେ ଜିତୁ ପୁନର୍ବାର କହିଲା।ଯେତେବେଳେ ମୋର ନଜର ସେହି ଟ୍ରକ ଉପରେ ପଡ଼ିଲା ତାହା ଦେଖିକି ମୋ ହୋସ ଉଡିଗଲା କାରଣ ସେହି ଟ୍ରକର ପଛ ପାଖରୁ ଧାର ଧାର ରକ୍ତ ବୋହି ଆସୁଥାଏ।

ଏ ସବୁ ଦେଖି ମୁଁ ସଙ୍ଗେ ସଙ୍ଗେ ବୁଝିଗଲି ସେହି ବୁଢ଼ୀ ଲୋକଟି କୌଣସି ସାଧାରଣ ବୁଢ଼ୀ ହୋଇନଥିବ।ମୁଁ ଜିତୁକୁ ସେହି କଥା ଇସାରା ଦ୍ୱାରା କହିବାକୁ ଚେଷ୍ଟା କଲି କିନ୍ତୁ ସେ ବୁଝିପାରି ନଥିଲା।ଏହାପରେ ଜିତୁ ବ୍ୟତିବ୍ୟସ୍ତ ହୋଇ ଟ୍ରକକୁ ଫୁଲ ସ୍ପୀଡ଼ରେ ଆଗକୁ ବଢ଼ାଇ ଚାଲିଲା।ଏବଂ ଏକ ଢାବା ପାଖରେ ଅଟକାଇଲା।ମୁଁ ଏହାପରେ କଣ ହେଲା ବୋଲି ପଚାରିଲି।

ସେ କହିଲା ମୁଁ ଦେଖିଲି ସେହି ଟ୍ରକ ଡ୍ରାଇଭରର କଟା ମୁଣ୍ଡ ବୁଢ଼ୀ ଠାରୁ ଅଳ୍ପ ଦୂରରେ ପଡିଥିଲା।ଏହା ସହିତ ସେହି ବୁଢ଼ୀ ସ୍ତ୍ରୀ ଲୋକର ହାତ ଦୁଇଟି ମଧ୍ୟ ରକ୍ତରେ ପୂର୍ଣ।ତେଣୁ ମୁଁ ଟ୍ରକ ସ୍ପୀଡ଼ରେ ନେଇ ଆସିଲି।ଯେତେବେଳେ ଆମେ ଏହି କଥା ଢାବା ମାଲିକ ସହିତ ଆଲୋଚନା କଲୁ ସେ ବୁଢ଼ୀ ଲୋକଟି ପ୍ରକୃତରେ ବୁଢ଼ୀ ଲୋକ ନୁହେଁ ବରଂ ସେ ଏକ ପିଶାଚିନି ଥିଲା।

ତେବେ ଆମେ ଏଠାରେ କହି ରଖୁ ଆପଣ ଏହାକୁ ସମ୍ପୂର୍ଣ କାଳ୍ପନିକ କିମ୍ବା ଗଳ୍ପ ଆଧାର ରେ ଗ୍ରହଣ କରନ୍ତୁ.ଏହାର ସତ୍ୟତା ପାଇଁ ଆମେ ଦାବି କରୁ ନାହୁଁ,ଏହା ଏକ ଲୋକ କଥା ଅଟେ,ଆମେ କୌଣସି ପ୍ରକାର ଭୁତ କୁ ବିଶ୍ୱାସ କରୁନାହୁଁ କିମ୍ବା ଏଭଳି ଘଟଣା କୁ ପ୍ରୋତ୍ସାହନ ଦେଉନାହୁଁ

Leave a Reply

Your email address will not be published. Required fields are marked *