ଆମ ଶରୀରର କିଡନୀ ଖରାପ ହେବା ଆଗରୁ ମିଳିଥାଏ ଏହି ସବୁ ସଙ୍କେତ – ନିଶ୍ଚୟ ଜାଣିରଖନ୍ତୁ ଓ ଯଥା ସମ୍ଭବ ଡାକ୍ତର ଙ୍କ ପାଖକୁ ଯାଆନ୍ତୁ ନଚେତ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କିଡନୀ ଖରପ ହେବା ଆଗରୁ ଶରୀର ଦେଇଥାଏ ଏହି ସଙ୍କେତ।ଏବଂ ଏହା ମଧ୍ୟ ଜାଣିବା କିଡନୀ ଶରୀର ମଧ୍ୟରେ କେଉଁ କାମ କରିଥାଏ?ଓ କିଡନୀ ଖରପ ହେଲେ ଶରୀରରେ କିପରି ପରିବର୍ତ୍ତନ ଆସିଥାଏ?ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ଏହା ଜାଣିବା ଆପଣଙ୍କ ଦୁଧପାଇଁ ବହୁତ ଜରୁରୀ ଅଟେ କାରଣ କିଡନୀ ଖରପ ହେବା ଆଗରୁ ତାହାର ସଙ୍କେତ ଜାଣିବା ବହୁତ ଲାଭଦାୟୀ ହୋଇଥାଏ।

ଅନେକ କାରଣ ପାଇଁ ଆମେ ଜାଣିପାରିଥାଉ ଆମ ଶରୀରର କେଉଁ ଜାଗାରେ ଅସୁବିଧା ଅଛି।ଯେପରି ଯଦି ନିଶ୍ୱାସ ନେବାରେ ଅସୁବିଧା ହୁଏ ତେବେ ଆମେ ଭାବିଥାଉ ଫୁସଫୁସରେ କୌଣସି ଅସୁବିଧା ଅଛି ଏବଂ ଯଦି ଛାତିରେ ଦରଜ ହୁଏ ତେବେ ଏହା ଜଣାପଡି ଥାଏ ଯେ ହୃଦୟରେ କିଛି ଅସୁବିଧା ଅଛି।କିନ୍ତୁ କିଡନୀ ସମ୍ବନ୍ଧରେ କଣ ଏପରି ହୋଇଥାଏ?କିଡନୀ ଶରୀରର ଏକ ମୁଖ୍ୟ ଅଙ୍ଗ ମଧ୍ୟରୁ ଏକ ଅଟେ।ଏହା ଶରୀରରୁ ଅପରିଷ୍କାର ପଦାର୍ଥ ବାହାର କରିବା ସଙ୍ଗେସଙ୍ଗେ ଅନେକ କାମ କରିଥାଏ।

ପ୍ରତି ବ୍ୟକ୍ତିର ଶରୀରରେ କିଡନୀର ଏକ ଯୋଡି ଥାଏ ଯାହା ମୁଖ୍ୟ ରୂପରେ ପେଟର ପଛ ଭାଗରେ ମହଜୁଦ ଥାଏ।ହୃଦୟ ଦ୍ୱାରା ପମ୍ପ କରାଯାଇଥିବା ରକ୍ତର ୨୦% କିଡନୀକୁ ଯାଇଥାଏ।ଏହାପରେ ସେହି ରକ୍ତ ସଫା ହୋଇ ଶରୀରକୁ ଯାଇଥାଏ।କିଡନୀ ଏହା ଛଡା ଶରୀରର ବିଷାକ୍ତ ପଦାର୍ଥକୁ ବାହାରକୁ କାଢ଼ିବା କାମ ମଧ୍ୟ କରିଥାଏ କିନ୍ତୁ କିଡନୀ ଯଦି ଏହି କାମକୁ କରିପାରି ନଥାଏ ତେବେ ସେହି ପରିସ୍ଥିତିକୁ କିଡନୀର ଖରାପ ହେବା କୁହାଯାଇଥାଏ।

ଆଜିକାଲିର ଜୀବନରେ ବାହାର ଫାଷ୍ଟ ଫୁଡ଼ ଅଧିକ ଖାଇବା ଦୂଷିତ ପାଣି ଏବଂ ବାୟୁର ସେବନ କରିବା ଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ।କିନ୍ତୁ ଏହି ଜୀବନଶୈଳୀ ଦ୍ୱାରା ସବୁଠାରୁ ବଡ଼ କ୍ଷତି କିଡନୀରେ ହିଁ ହୋଇଥାଏ।ଆମ ଶରୀରର ଦୁଇ କିଡନୀ ଥାଏ କିନ୍ତୁ ଏକ ଖରାପ ହୋଇଗଲେ ମଧ୍ୟ ଅନ୍ୟ ଏକ କିଡନୀ ଶରୀରକୁ ଜୀବିତ ରଖିଥାଏ।କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ ଏକ କିଡନୀ ସହାରାରେ ବଞ୍ଚିବା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ।

କିଡନୀ ଖରାପ ହେବା ଆଗରୁ କିଛି ସଙ୍କେତ ଦେଇଥାଏ ଆଜି ଆମେ ସେହି କିଚଛି ସଙ୍କେତ ବିଷୟରେ ଆପଣଙ୍କୁ ଜଣାଇବୁ।

ପ୍ରଥମ ହେଉଛି ପେଟର କୌଣସି ଭାଗରେ ଦରଜ।ଏହା ହେବା ସାଧାରଣ କଥା ଅଟେ।କିନ୍ତୁ ଯଦି ଏହି ଦରଜ ପେଟର ବାମ କିମ୍ବା ଡାହାଣ ପଟେ ହେବା ଏବଂ ଏହା ଅସହନିୟ ହେବା ତେବେ ଏହାକୁ ନଜର ଅନ୍ଦାଜ କରିବା ଉଚିତ ନୁହେଁ।ଏହା କିଡନୀ ଖରାପ ହେବାର ସଙ୍କେତ ହୋଇପାରେ।

ଏହାପରେ ଅନ୍ୟ ଏକ ଲକ୍ଷଣ ହେଉଛି ପାଦରେ ଅଚାନକ ସୁଜନ ହେବା।ଏହା ଅନେକ କାରଣରୁ ହୋଇଥାଇ ପାରେ କିନ୍ତୁ କିଡନୀ ଖରାପ ହେବାଦ୍ୱାରା ମଧ୍ୟ ପାଦରେ ସୁଜନ ଆସିଥାଏ।

ତୃତୀୟ ଲକ୍ଷଣ ହେଉଛି ଚର୍ମରେ ଚିହ୍ନ ହ୍ରବା।ଏହା ମଧ୍ୟ ଅନେକ କାରଣରୁ ହୋଇଥାଇ ପାରେ କିନ୍ତୁ କିଡନୀ ଖରାପ ହେବାଦ୍ୱାରା ମଧ୍ୟ ତ୍ୱଚାରେ ଅନେକ ଚିହ୍ନ ଆସିଥାଏ।

ଏବଂ ଯଦି ଆପଣଙ୍କ ଶରୀର ବିନା କାରଣରେ ଶରୀର ଦୁର୍ବଳ ହୋଇଯାଉଛି କିମ୍ବା ଶରୀରରେ ଉର୍ଜା କମିଯାଉଛି ତେବେ ଏହାର ମଧ୍ୟ କାରଣ କିଡନୀ ଖରପ ହୋଇଥିବାର ହୋଇଥାଇ ପାରେ।

ୟୁରିନ ସମସ୍ୟା।ଯଦି କୌଣସି ବ୍ୟକ୍ତିଙ୍କୁ ପରିସ୍ରା ସମୟରେ କୌଣସି ଅସୁବିଧା ହୋଇଥାଏ।ପ୍ରବଳ ଦରଜ କିମ୍ବା ଜଳା ହୋଇଥାଏ ତେବେ ଏହା ସଙ୍କେତ ମଧ୍ୟ କିଡନୀ ଖରପ ହେବାର ହୋଇଥାଇପାରେ।

ଯଦି ଏପରି କୌଣସି ସମସ୍ୟା ଦେଖାଦେଉଥାଏ ତେବେ ଆପଣ ଡାକ୍ତରଙ୍କ ସହିତ ସମ୍ପର୍କ କରି ଏହାର ଧ୍ୟାନ ରଖିପାରିବେ।ଏହା ସହିତ ଆପଣ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।ବାହାର ଫାଷ୍ଟ ଫୁଡ଼ କମ ଖାଇବା ସହିତ ବ୍ୟାୟାମ ଏବଂ ବାହାରେ ଖେଳିବା ଉପରେ ନିଜ ଦିନର କିଛି ସମୟ ଅତିବାହିତ କାରନ୍ତୁ।ଏହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବ ସହିତ ଫିଟ ଏବଂ ଆକ୍ଟିଭ ରହିପାରିବେ।

Leave a Reply

Your email address will not be published. Required fields are marked *