ଭୁଲରେବି ଏହି ସମୟରେ କ୍ଷୀରର ସେବନ କରନ୍ତୁ ନାହିଁ ଏହା ହେଉଛି କ୍ଷୀର ସେବନର ସଠିକ ସମୟ…

Spread the love

ଆଜି ଆମେ ଏଠାରେ କ୍ଷୀର ବିଷୟରେ ବହୁତ ମହତ୍ୱପୁର୍ଣ୍ଣ ସୂଚନା ଆପଣ ମାନଙ୍କୁ ଦେବାକୁ ଯାଉଛୁ।କ୍ଷୀର କେବଳ ଗୋଟେ ଏକ ମାତ୍ର ଏମିତି ଜିନିଷ ଅଟେ ଯାହା ଗୋଟେ ସମ୍ପୂର୍ଣ୍ଣ ଆହାରର ସମାନ ହୋଇଥାଏ।ସେଥିପାଇଁ ଜନ୍ମ ହେଇଥିବା ଛୋଟ ଶିଶୁକୁ ନିଜର ପ୍ରଥମ ଆହାରରେ ମାର କ୍ଷୀର ଦେଇଥାନ୍ତି।ଆଜି ଆମେ ଜାଣିବା ଆମକୁ ଦୀନ ସାରା କ୍ଷୀର କେତେ ପିଇବା ଆଵଶ୍ୟକ,ଆଉ କ୍ଷୀରକୁ କେତେବେଳେ ପିଇବା ଆଵଶ୍ୟ,କ୍ଷୀର କେତେବେଳେ ନପିଇବା ଆଵଶ୍ୟକ।କ୍ଷୀର ପିଇବାର ସଠିକ ଉପାୟ କଣ ଅଟେ,କେଉଁ ଲୋକମାନଙ୍କୁ କ୍ଷୀରର ସେବନ କରିବା ଉଚିତ ନୁହେଁ,ଆଉ କ୍ଷୀର ପିଇଲେ ଆମର କଣ କଣ ଲାଭ ହୋଇଥାଏ ?ଆପଣମାନେ ଜାଣିଥିବେ କ୍ଷୀରରେ ଭିଟାମିନ-ଏ,ଭିଟାମିନ-କେ,ଭିଟାମିନ-ବି ୧୨ ଭରପୁର ମାତ୍ରରେ ରହିଥାଏ।

ଏଥିରେ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ ରହିଥାଏ,ଯେମିତି କ୍ୟାଲସିୟମ ଫସଫରସ ଭିଟାମିନ ଓ ସୋଡିୟମ ଆଦି ଥାଏ।ଆଉ ଏହା ନିଜର ଗୋଡ଼ର ହାଡ଼ ପାଇଁ ବହୁତ ଲାଭ ଦାୟୀ ହୋଇଥାଏ।ସେମିତିରେ ଦେଖିବାକୁ କ୍ଷୀର ପିଇବାର ବହୁତ ବଢିଆ ଫାଇଦା ଥାଏ।ଯଦି କ୍ଷୀରର ଭୁଲ ସମୟରେ ଭୁଲ ଭାବରେ ବ୍ୟବହାର କରାଯାଏ ଏହାଦ୍ୱାରା ଅପଚନ ଖଟା ଢ଼କାର,ଆଉ ଗ୍ୟାସ ଭଳି ସମସ୍ୟା ଆଦି ହୋଇଥାଏ।ଆସନ୍ତୁ ଜାଣିବା କ୍ଷୀରକୁ ଗୋଟେ ଦିନରେ କେତେ ଥର ପିଇବା ଆବଶ୍ୟକ।ଗୋଟେ ବଡ଼ ଗିଲାସ କ୍ଷୀରରେ ମାନେ ୨୦୦ ଏମ.ଏଲ କ୍ଷୀରରେ ପ୍ରାୟ ୨୭୫ ମି.ଲି ଗ୍ରାମ କ୍ୟାଲସିୟମ ଥାଏ।ଆମ ଶରୀର ପ୍ରାୟ ୧୦୦୦ ମିଲି ଗ୍ରାମରୁ ୧୨୦୦ ମିଲିଗ୍ରାମର କ୍ୟାଲସିୟମ ଆଵଶ୍ୟକତା ପଡିଥାଏ।

 

ତାହେଲେ ଏହି ହିସାବରେ ଆମକୁ ପ୍ରତିଦିନ ୨-୩ ଗିଲାସ କ୍ଷୀରର ସେବନ କରିବା ଉଚିତ।ଏବେ ଆସନ୍ତୁ ଜାଣିବା କ୍ଷୀର ସେବନ କରିବାର ସବୁଠାରୁ ସଠିକ ସମୟ କେଉଁଟା ଅଟେ ?ଆୟୁର୍ବେଦ ଅନୁସାରେ କ୍ଷୀରର ସେବନ ରାତି ସମୟରେ କରିବା ଆବଶ୍ୟକ।କ୍ଷୀରରେ ଥିବା ଟ୍ରିପ୍ଟୋଫେନ ନାମକ ଏମିନୋ ଏସିଡ ଥିବାରୁ ଏହା ମସ୍ତିସ୍କକୁ ଶାନ୍ତ କରି ଭଲ ନିଦ ଦେଇଥାଏ।ସାଧାରଣତଃ ଲୋକମାନେ ରାତିର ଖାଦ୍ୟ ଖାଇସାରିବା ତୁରନ୍ତ ପରେ ପରେ ଖୀରର ସେବନ କରନ୍ତି ଯାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ଏମିତି କରିବା ଦ୍ୱାରା ପେଟ ଭାରିଲାଗିବା,ଏସିଡିଟି ଭଳି ସମସ୍ୟା ମାନ ହେବାରେ ଲାଗିଥାଏ।ସେଥିପାଇଁ ରାତ୍ରି ସମୟରେ ଖାଦ୍ୟ ଖାଇବାର ଦୁଇଘଣ୍ଟା ପୂର୍ବରୁ ଆଉ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହି କ୍ଷୀରର ସେବନ କରିବାର ଅଛି।

 

ଯଦି ଆପଣମାନେ କ୍ଷୀରରେ ହଳଦୀ ମିଶେଇ ପିଉଛନ୍ତି ତାହେଲେ ଏହା ଆପଣ ମାନଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।ଆୟୁର୍ବେଦ ହିସାବରେ ହଳଦୀକୁ ପ୍ରାକୃତିକ ଆଣ୍ଟିବାୟୋଟିକ ଭାବରେ ଆମେ ଜାଣିଥାଉ।ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଆମ ଚେହେରା ସୁନ୍ଦର ରହିଥାଏ ଆଉ ଚର୍ମ ରୋଗପାଇଁ ଏହା ରାମବାଣ ଔଷଧି ଅଟେ।କ୍ଷୀରକୁ ହାଲ୍କା ଉଷୁମ କରି ପିଇବା ଆଵଶ୍ୟକ ଏହାଦ୍ୱାରା ସେ ଆମ ପେଟକୁ ସମ୍ପୂର୍ଣ୍ଣ ଭାବରେ ସଫା କରିଥାଏ।ଆପଣ ମନେ ରଖନ୍ତୁ ଖୀରରେ ଚିନି ନମିସେଇ ପିଇଲେ ଏହା ଆପଣଙ୍କୁ ବହୁୟ ଲାଭ ଦେବ।ଆପଣ ଯଦି କ୍ଷୀରକୁ ଆଉ ଟିକେ ମିଠା କରିବାକୁ ଚାହୁଁଛନ୍ତି ତାହେଲେ ସେଥିରେ ଅଳ୍ପ ମହୁ,ମିଶ୍ରି ଆଉ ଜାଗ୍ରି ଭଳି ଜିନିଷ ମିଶେଇ ପିଇପାରିବେ।

ଏବେ ଆମେ ଜାଣିବା କ୍ଷୀର ପିଇବା ପୂର୍ବରୁ ଓ ପରେ କେଉଁ ଜିନିଷର ସେବନ କରିବା ଉଚିତ ନୁହେଁ।ଖଟାଫଳ, ବାହାର ଆମିଷ ଯୁକ୍ତ ଖାଦ୍ୟ ଓ ଆଚାର ସହିତ ନା ପରେ ନା ପୁର୍ବରୁ କ୍ଷୀରର ସେବନ କରିବା ଉବିତ ନୁହେଁ।ଯଦି ଆପଣ ଏମିତି କରୁଛନ୍ତି ତାହେଲେ ବଦହଜମି ହେବା,ଖଟା ଢ଼କାର ଆସିବା ଭଳି ସମସ୍ୟା ଦେଖାଯାଇଥାଏ।ଆୟୁର୍ବେଦ ହିସାବରେ କ୍ଷୀରକୁ ହଜମ ହେବାରେ ୯୦ ମିନିଟ ସମୟ ନେଇଥାଏ।ଯଦି ଆପଣ ଏହାକୁ କୌଣସି ଫଳ ସହିତ ମିଶେଇ ଏହାର ସେକ ପ୍ରସ୍ତୁତ କରୁଛନ୍ତି ତାହେଲେ ଏହା ଆପଣଙ୍କ ପେଟକୁ ଭାର କରିଦେଇ ଥିଲା।କ୍ଷୀର ସହିତ ପ୍ରଥମେ ବା ପୂର୍ବରୁ ଯଦି ଆପଣ ମାଛର ସେବନ କରୁଛନ୍ତି ତାହେଲେ ଆପଣଙ୍କୁ ଚର୍ମ ରୋଗ ହେବାର ସମ୍ଭାବନା ବଢିଯାଇଅଥାଏ।

ତାହେଲେ ଚାଲନ୍ତୁ ଜାଣିବା କେଉଁ ଲୋକ ମାନଙ୍କୁ କ୍ଷୀର ପିଇବା ଉଚିତ ନୁହେଁ ?ଯେଉଁମାନଙ୍କର ଏହି ଆଖପାଖରେ ଅପରେସନ ହୋଇଥିବ ଆଉ ଶରୀରରେ ଯଦି କୌଣସି ବଡ଼ ଯଖମ ହୋଇଥିବ ତାହେଲେ ସେମାନଙ୍କୁ କ୍ଷୀରର ସେବନ କିଛି ଦିନ ପାଇଁ କରିବା ଅନୁଚିତ ଅଟେ।ସେମାନେ କ୍ଷୀରକୁ ଲଗାତାର ସେବନ କରିବା ଦ୍ୱାରା ତାଙ୍କର ଘା ସୁଖୀ ନଥାଏ।ଏବେ ଆସନ୍ତୁ ଜାଣିବା ଆମେ ଯଦି ଶୋଇବା ପୂର୍ବରୁ କ୍ଷୀର ପିଇଶୋଉଛେ ତାହେଲେ ଆମର କି କି ପ୍ରକାରର ଲାଭ ହୋଇଥାଏ ସେ ବିଷୟରେ ଜାଣିବା।ଆମର ଦାନ୍ତ ଓ ହାଡ଼କୁ କ୍ୟାଲ୍ସିୟମର ଆଵଶ୍ୟକତା ହୋଇଥାଏ।ସବୁଦିନ ଉଷୁମ କ୍ଷୀରରେ ଗୋଟେ ଚାମୁଚ ମହୁ ମିଶେଇ ଦେବା ଦ୍ୱାରା ଆମ ହାଡ଼ ଶକ୍ତ ହୋଇଥାଏ।ଯଦି ଆପଣ ମାନଙ୍କୁ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଅଛି ତାହେଲେ ଆପଣ ମାନଙ୍କୁ କ୍ଷୀରର ସେବନ କରିବା ଦ୍ୱାରା ବହୁତ ଲାଭ ମିଳିଥାଏ।ଆଉ ଏହା ପାଚନ କ୍ରିୟା ପାଇଁ ବିବୁତ ଲାଭ ଦାୟୀ ଅଟେ।ଅଫିସରୁ ଘରକୁ ଫେରିବା ସମୟରେ ଆପଣ ଦିନ ସାରା ଚିନ୍ତା ଘରକୁ ନେଇ ଆସିଛନ୍ତି ଏମିତିରେ ହାଲ୍କା ଉଷୁମ କ୍ଷୀର ପିଇବା ଆମ ପାଇଁ ବହୁତ ଲାଭ ଦାୟକ ହେବ।କ୍ଷୀର ହୃଦ ରୋଗୀ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ,ଯେମିତି ଗାଈ କ୍ଷୀର ଆମ ଶରୀରରେ ଭଲ କୋଳେଷ୍ଟ୍ରଲର ସ୍ତରକୁ ବଢ଼େଇ ଥାଏ,ଆଉ ଖରାପ କୋଳେଷ୍ଟ୍ରଲର ମାତ୍ରାକୁ କମ କରିଥାଏ ଯାହାଫଳରେ ଆମ ଶରୀର ସୁସ୍ଥ ରହିଥାଏ।କ୍ଷୀର ସ୍ମରଣ ଶକ୍ତି ବଢେ଼ଇବାରେ ସାହାଯ୍ୟ କରିଥାଏ।କ୍ଷୀରରେ ଏମିନୋ ଏସିଡ ଥିବାରୁ ଏହା ଆମ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *