ଏହି କଥା ଆରମ୍ଭ ହେଉଛି ଦୀର୍ଘ ୧୧ ବର୍ଷ ତଳେ।ଯେତେବେଳେ ପଶ୍ଚିମବଙ୍ଗର ଏକ ଛୋଟ ସହରରେ ରମେଶ ଓ ତାଙ୍କର ପତ୍ନୀ ତାଙ୍କ ୧୮ ବର୍ଷ ବୟସର ଝିଅକୁ ନେଇ ରହୁଥିଲେ।ତାଙ୍କର ଓ ତାଙ୍କ ପତ୍ନୀଙ୍କର କିଛି ଖାସ ପଡୁ ନଥିଲା।ସବୁବେଳେ ତାଙ୍କ ଦୁଇଜଣଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା।ଦିନେ ହଠାତ ଏମିତି କିଛି ଝଗଡ଼ାରୁ ରମେଶ ବହୁତ ରାଗି ଯାଇଥିଲେ।ରାଗି ଯାଇ ସେ କହିଥିଲେ କି ମୁଁ ତୁମ ଦୁହିଁଙ୍କୁ ଛାଡି ଚାଲି ଯାଉଛି।ତ କଥା ହେଉଛି ୨୮ ମେ ୨୦୧୦ର,ରମେଶ ଘନେଶ୍ଵରି ଏକ୍ସପ୍ରେସ ଧରି ନିଜ ମାତା ପିତାଙ୍କ ପାଖକୁ ବାହାରିଲେ।
ତେବେ ରମେଶ ମନେ ମନେ ଭାବିଲେ କି କିଛି ଦିନ ସେଠି ରହି ରାଗ ଶାନ୍ତି ହେଲା ପରେ ଘରକୁ ଫେରି ଆସିବେ।କିନ୍ତୁ ତାଙ୍କୁ ଏ କଥାର ଟିକେ ବି ଜ୍ଞାତ ନଥିଲା କି ଆଗକୁ କଣ ହେବାକୁ ଯାଉଛି।ତେବେ ସେହିଦିନ ଘନେଶ୍ୱେରି ଏକ୍ସପ୍ରେସର ବହୁତ ବଗି ଟ୍ରାକରୁ ହଟି ଯାଇଥିଲା।ତେବେ କିଛି ବଗି ଯାଇ ଅନ୍ୟ ଏକ ଟ୍ରାକରେ ଥିଲା ବେଳେ ଗୋଟେ ମାଲଗାଡ଼ି ଆସି ସେ ବଗିଗୁଡ଼କୁ ପିଟି ଦେଇଥିଲା।ଏହି ଭୟାନକ ଦୁର୍ଘଟଣାରେ ପ୍ରାୟ ୧୪୦ ଲୋକ ନିଜ ଜୀବନ ହରାଇଥିଲେ।
ତେବେ ରମେଶଙ୍କର କିଛି ବେଶୀ କ୍ଷତି ହେଇ ନଥିଲା ତ ସେ ଏକ ଡାକ୍ତରଖାନାରେ ଯାଇ ଦେଖାଇ ଥିଲେ।ଏପଟେ ତାଙ୍କ ଘରେ ଟ୍ରେନର ଦୁର୍ଘଟଣା ଖବର ଶୁଣି ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳକୁ ଯାଇ ଦେଖିଥିଲେ।କିନ୍ତୁ ସେଠି କିଛି ବି ଜଣା ପଡ଼ି ନଥିଲା।ତେବେ ସେଠି କିଛି ଜଣା ନ ପଡ଼ିବାରୁ ତାଙ୍କ ସ୍ତ୍ରୀ ଭାବିଥିଲେ କି ରମେଶ ଆଉ ନାହାନ୍ତି।ତେବେ ରେଳ ଅଧିକାରୀମାନେ କହିଥିଲେ କି ଡିଏନଏ ପରୀକ୍ଷା କରାଇ ଦିଅନ୍ତୁ।ତେବେ ଡିଏନଏ ଟେଷ୍ଟର ପରେ ଜଣା ପଡିଲା କି ତାଙ୍କର ରକ୍ତର କିଛି ଅଂଶ ଟ୍ରେନରୁ ମିଳିଛି।ଏହାପରେ ତାଙ୍କ ପତ୍ନୀ ନିଶ୍ଚିତ ହେଇଥିଲେ କି ତାଙ୍କ ପତି ଆଉ ନାହାନ୍ତି।
ତେବେ ତାହାର ପରଦିନ ଖବରକାଗଜରେ ଦୁର୍ଘଟଣା ବିଷୟରେ ପଢୁଥିବା ବେଳେ ଜାଣିବାକୁ ପାଇଲା କି ତାକୁ ମଧ୍ୟ ମୃତ ଘୋଷିତ କରାଯାଇଛି।ଏହା ସହ ରମେଶ ଏହା ମଧ୍ୟ ଜାଣିବାକୁ ପାଇଲା କି ମୃତକଙ୍କ ପରିବାରକୁ ସରକାର ୪-୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି ଓ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମଧ୍ୟ ମିଳୁଛି ।ତେବେ ସେ ନିଜ ପରିବାରର ଖୁସି ପାଇଁ ଆଉ ତାଙ୍କ ଆଗକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଲେ ଓ ଯାଇ ଋଷିକେଶରେ ଡଙ୍ଗା ଚଳାଇ ଜୀବନ ଯାପନ କରିଥିଲେ।
ରେଳ ଅଧିକାରୀମାନେ ସେ ଡିଏନଏ ନେଇ କିଛି ଅସ୍ଥି ରମେଶଙ୍କ ପରିବାରକୁ ଦେଇଥିଲେ ।ତେବେ ଏହାର ୧୧ବର୍ଷ ପରେ ସେ ଅସ୍ଥି ବିସର୍ଜନ କରିବା ପାଇଁ ସେ ଋଷିକେଶ ଯାଇଥିଲେ।ତେବେ ଋଷିକେଶରେ ପହଞ୍ଚି ଯେତେବେଳେ ସେ ଏକ ନାଉରୀକୁ ଡାକିଥିଲେ ତେବେ ସେ ତା ମୁହଁ ଦେଖି ଆଶ୍ଚର୍ଯ୍ୟ ହେଇଥିଲେ।ରମେଶଙ୍କୁ ଦେଖି ତାଙ୍କ ଖୁସିର ଠିକଣା ରହି ନଥିଲା।ତେବେ ସେମାନେ ଏବେ ବି ଅଲଗା ରହୁଛନ୍ତି।ମହାଦେବଙ୍କ କୃପାରୁ ଏତେ ବର୍ଷ ପରେ ବି ଗୋଟେ ପରିବାର ଏକାଠି ହେଇ ପାରିଥିଲେ।