ସତ ଜୀବନର ଲେଡି ସିଂଘମ ହେଉଛନ୍ତି ଡ଼ Roopa,ଯିଏକି ମୁଖ୍ୟ ମନ୍ତ୍ରୀଙ୍କୁ ଗିରଫ କରିବାକୁ ମଧ୍ୟ ଆଗେଇ ଆସିଥିଲେ ଏହି ସାହସୀ IPS

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ ତଥ୍ୟ ବିଷୟରେ ଜାଣିବା।ଆଉ ଜଣେ ଲେଡି ସିଙ୍ଘମ।ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରିବାକୁ ଆଗେଇ ଆସିଥିଲେ।ଆଇ ପି ଏସ ଡି ରୁପା।ନାଁ ଯେମିତି କାମ ମଧ୍ୟ ସେମିତି।ଡି ରୁପା ନାମ ଶୁଣିଲେ ଥରି ଉଠନ୍ତି ବଡ଼ ବଡ଼ ଅପରାଧୀ।ପୂର୍ବରୁ ଆପଣ ଅନେକ ଆଇ ପି ଏସ ଅଫିସରଙ୍କ କଥା ଶୁଣିଥିବେ କିନ୍ତୁ ଡି ରୁପା ସମସ୍ତିଙ୍କ ଠାରୁ ଭିର୍ଣ୍ଣ।ଅପରାଧୀଙ୍କ କଥାତ ଦୂର ସେ ମୁଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଛାଡି ନଥିଲେ।ତେବେ ଆସନ୍ତୁ ଜାଣିବା କିଏ ଏହି ଲେଡି ସିଙ୍ଘମ।

ଡି ରୁପା ହେଉଛନ୍ତି କର୍ଣ୍ଣାଟକ କ୍ୟାଡ଼ର ୨୦୦୦ ବ୍ୟାଚର ଆଇ ପି ଏସ ଅଧିକାରୀ।ଏବଂ ଅତିରିକ୍ତ ଜେନେରାଲ ଏକ୍ସ ଅଫିସର।ଏହା ସହିତ ସେ ସିଭିଲ ଦିଫେନ୍ସରେ ଆଡିସନାଲ କମାଣ୍ଡାଣ୍ଟ ପଦରେ ମଧ୍ୟ କାମ କରିଛନ୍ତି।ଏହା ସହିତ ସେ ଟ୍ରାଫିକ ଏବଂ ରୋଡ଼ ସେଫଟି ଡିପାର୍ଟମେଣ୍ଟରେ କମିଶନର ଏବଂ କର୍ଣ୍ଣାଟକ ଜେଲରେ ଡେପୁଟି ଇନ୍ସପେକ୍ଟର ଭାବରେ ମଧ୍ୟ କାମ କରିସାରିଛନ୍ତି।

ଡି ରୁପା ଦେଶର ପ୍ରଥମ ମହିଳା ଆଇ ପି ଏସ ଅଧିକାରୀ ଥିଲେ ଯାହାଙ୍କୁ ୨୦୧୩ରେ ସାଇବର କ୍ରାଇମ ମାମଲାରେ ତଦନ୍ତ ଦାଇତ୍ୱ ଦିଆ ଯାଇଥିଲା।ଏବଂ ସେତେବେଳେ ସାଇବର କ୍ରାଇମକୁ ରୋକିବାରେ ପୋଲିସକୁ ବଡ଼ ସଫଳତା ମିଳିଥିଲା।କିନ୍ତୁ ଡି ରୁପା ସେତେବେଳେ ଲୋକପ୍ରିୟ ହେଲେ ଏବଂ ଲୋକେ ତାଙ୍କୁ ଜାଣିଲେ ଯେତେବେଳେ ସେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ଉମା ଭାରତୀଙ୍କୁ ଗିରଫ କରିବାକୁ ଆଗେଇ ଆସିଥିଲେ।

୨୦୦୪ରେ ମଧ୍ୟପ୍ରଦେଶ ମୁଖ୍ୟ ମନ୍ତ୍ରୀ ଥିବା ଉମା ଭାରତୀଙ୍କ ବିରୁଦ୍ଧରେ ଦଶ ବର୍ଷ ପୁରୁଣା ମାମଲାରେ ଜାମିନ ବିହୀନ ମାମଲା ଜାରି ହୋଇଥିଲା।ବାସ୍ତବରେ ଅଗଷ୍ଟ ୧୫ ୧୯୯୪ରେ ଉମା ଭାରତୀ କର୍ଣ୍ଣାଟକ ହୁଗୁଲିର ଏକ ଇଟଗ୍ରାହରେ ତ୍ରିରଙ୍ଗା ଉଡାଇଥିଲେ।ତାହା ପରେ ସାମ୍ପ୍ରଦାୟିକ ସଦ୍ଭାବନାକୁ ବିଚଳିତ କରିଥିବା ଅଭିଯୋଗ ହୋଇଥିଲା।

କୋର୍ଟରୁ ୱାରେଣ୍ଟ ଜାରି କରିବା ସମୟରେ ଡି ରୁପା କର୍ଣ୍ଣାଟକ ଧରୱାଡା ଜିଲାର ଏସ ପି ଥିଲେ ଏବଂ ୱାରେଣ୍ଟ ପାଇବା ମାତ୍ରେ ସେ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରିବାପାଇଁ ମଧ୍ୟପ୍ରଦେଶ ଯାଇଥିଲେ।ଗିରଫ ହେବା ପୂର୍ବରୁ ଉମା ଭାରତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।ଅନ୍ୟ ଏକ ଘଟଣା ମଧ୍ୟ ଘଟିଥିଲା।୨୦୧୭ରେ ଯେତେବେଳେ ଜୟ ଲଳିତାଙ୍କ ପାର୍ଟିର ଜଣେ ନେତା ଶସିକଳା ଜେଲରେ ଥିଲେ ସେତେବେଳେ ଡି ରୁପା ଜେଲ ବିଭାଗରେ ଡି ଆଇ ଜି ପଦରେ ଥିଲେ।

ଯେଉଁ ଜେଲରେ ଶସିକଳା ରହିଥିଲେ ସେହି ଜେଲକୁ ନିରୀକ୍ଷଣରେ ଯାଇଥିଲେ ଡି ରୁପା।ଏହାପରେ ସେ ଏକ ରିପୋଟ ଦାଖଲ କରିଥିଲେ।ଯେଉଁଥିରେ ଶସି କଳାକୁ ଜେଲରେ ଭି ଆଇ ପି ସୁବିଧା ମିଳୁଥିବାର ଅଭିଯୋଗ ଥିଲା।ଜେଲରେ ପାଞ୍ଚ ବଖରା ଭଳି ବଡ଼ ରୁମ ସହ କିଚେନ ରୁମ ଦିଆ ଯାଇଥିଲା।ଏହି ସୁବିଧା ପାଇଁ ଜେଲ କତ୍ତୃପକ୍ଷଙ୍କୁ ଦୁଇ କୋଟି ଟଙ୍କା ଦିଆଯାଇଥିବାର ଖୁଲାସା କରିଥିଲେ ଡି ରୁପା।ଡି ରୁପା କେବଳ ଜଣେ ଆଇ ପି ଏସ ଅଫିସର ନୁହନ୍ତି ତାଙ୍କ ପାଖରେ ଅନ୍ୟ ପ୍ରତିଭା ମାନ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *