ବର୍ତମାନ ର ସବୁଠୁ ବଡ ଖବର,ବଢ଼ୁଛି Cuttack ଖ୍ରୀଷ୍ଟ କଲେଜ ଛାତ୍ର Tusharkant ଙ୍କ ମୃତ୍ୟୁ ରହସ୍ୟ,କିଏ ଏହି ବୁଲବୁଲ ଯାହାଙ୍କ ପାଇଁ ଚାଲିଗଲା ଜୀବନ !

Spread the love

ବୟସ ମାତ୍ର ୧୮।ପରିବାର ଲୋକ ଦେଖିଥିଲେ ପୁଅର ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ।ମାତ୍ର ସେ ସମସ୍ତ ସ୍ବପ୍ନ ବର୍ତ୍ତମାନ ପାଣି ଫଟକା ଭଳି ମିଳାଇ ଯାଇଛି।ଏହି ଦୁନିଆରେ ଆଉ ନାହାନ୍ତି ତାଙ୍କର ସେହି ପୁଅ ତୁଷାରକାନ୍ତ।ତେବେ ତାଙ୍କର ପରିବାର ଲୋକ ଏହି ସମସ୍ତ ଘଟଣାକୁ ନେଇ ଅଭିଯୋଗ କରିଛନ୍ତି ତାଙ୍କର ବାନ୍ଧବୀ ବୁଲବୁଲ ଓ ତାଙ୍କର ଆଉ କିଛି ବନ୍ଧୁଙ୍କ ଉପରେ।ତେବେ ଏହି ଘଟଣାର ତଦନ୍ତ ବର୍ତ୍ତମାନ ଆରମ୍ଭ ହୋଇ ସାରିଛି।ପୋଲିସ ବର୍ତ୍ତମାନ ନିଜର ତଦନ୍ତ ଅଭିଯୋଗ ଅନୁସାରେ କରୁଛି।ଉପରେ

ତେବେ ତାଙ୍କର ପରିବାର ଲୋକ ତାଙ୍କର ପୁଅର ବାନ୍ଧବୀ ଓ ତାଙ୍କର ୪ ଜଣ ପୁରୁଷ ବନ୍ଧୁଙ୍କ ଉପରେ ହତ୍ୟାକାଣ୍ଡର ଅଭିଯୋଗ କରି ସାରିଛନ୍ତି।ତେବେ ବର୍ତ୍ତମାନ ପୋଲିସ ଡି ଏସ ପି ବର୍ତ୍ତମାନ ଏହି ଘଟଣାର ତଦନ୍ତ ନିଜେ ଆରମ୍ଭ କରିଛନ୍ତି।ତେବେ ଗତ ମଙ୍ଗଳବାର ସନ୍ଧ୍ୟାରୁ ତୁଷାରକାନ୍ତ ଗାୟବ ଥିଲେ।ଫଳରେ ତାଙ୍କର ପୁଅର ନିଖୋଜ ହେବା ଖବର ସେମାନେ ପୋଲିସ ନିକଟରେ ଜଣାଇ ଥିଲେ।

ଫଳରେ ପୋଲିସ ତାଙ୍କର ପୁଅକୁ ଖୋଜିବା ଆରମ୍ଭ କରିଥିଲା।ତେବେ ଗୁରୁବାର ଦିନ କଟକ ମହାନଦୀ ଅନିକଟ ନିକଟରୁ ତାଙ୍କର ପୁଅର ସବ ଉଦ୍ଧାର କରାଯାଇଥିଲା।ତେବେ ଏହା ଏକ ଆତ୍ମହତ୍ୟା ନା ଏହା ଏକ ହତ୍ୟାକାଣ୍ଡ ତାହା ଏବେ ପର୍ଯ୍ୟନ୍ତ ସଠିକ ଭାବରେ ଜଣା ପଡି ନାହିଁ।ତେବେ ସୂଚନା ଅନୁସାରେ ତୁଷାରକାନ୍ତଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ କି ମଙ୍ଗଳବାର ଦିନ ତାଙ୍କର ପୁଅଙ୍କୁ କିଛି ପିଲା ଘରୁ ଡାକି ନେଇଯାଇଥିଲେ ଓ ସେଠାରେ ତାଙ୍କର ବାନ୍ଧବୀ ତାଙ୍କୁ ତାଙ୍କର ଅନ୍ୟ ଏକ ପୁରୁଷ ବନ୍ଧୁଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ।

ତେବେ ଏହାପରେ ତୁଷାରକାନ୍ତଙ୍କର ଆଉ କୌଣସି ଖବର ମିଳି ନଥିଲା।ତେବେ ଏହା ସମ୍ପର୍କରେ ପୋଲିସ ବର୍ତ୍ତମାନ ନିଜର ତଦନ୍ତ ଜାରି ରଖିଛି।ତେବେ ପୋଲିସର ସୂଚନା ଅନୁସାରେ ବର୍ତ୍ତମାନ ସେହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ ହୋଇ ସାରିଛି।ତେବେ ତୁଷାରଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ପୁନମ, ସେ କହିଛନ୍ତି କି ଯଦି ଏହା ଏକ ଆତ୍ମହତ୍ୟା ତେବେ ତାଙ୍କର ଗାଡ଼ି ଓ ତାଙ୍କର ଶବ ଅଲଗା ଅଲଗା ଜାଗାକୁ ଆସିଲା କିପରି ?

ଏହା ସହିତ ସେ କହିଛନ୍ତି କି ଏହା ହେଉଛି ଏକ ହତ୍ୟାକାଣ୍ଡ ଓ ତାଙ୍କର ଭାଇଙ୍କୁ ତାଙ୍କର ବାନ୍ଧବୀ ଓ ତାଙ୍କର ପୁରୁଷ ବନ୍ଧୁମାନେ ମିଶି ହତ୍ୟା କରିଛନ୍ତି ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ।ଏହା ସହିତ ସେ ସେହି ଝିଅଙ୍କୁ ଗିରଫ କରିବା ପାଇଁ ନିଜର ଦାବି ଜଣାଇଛନ୍ତି।ତେବେ ତାଙ୍କର ପରିବାର ଲୋକ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି।ଏହା ସହିତ ତାଙ୍କର ଜଣେ ସମ୍ପର୍କୀୟ ଭାଇ କହିଛନ୍ତି କି ତାଙ୍କୁ ସମ୍ପୂର୍ଣ୍ଣ ଯୋଜନା ବଦ୍ଧ ଭାବରେ ହତ୍ୟା କରା ଯାଇଛି।

ଏହା ସହିତ ସେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।ତେବେ ଏହି ଘଟଣା କିପରି ଭାବରେ ସମାଧାନ ହେବ ଏହା ଦେଖିବାକୁ ବାକି ରହିଲା।ତେବେ ତାଙ୍କର ପରିବାର ଲୋକ ନିଜର ଘରର ପୁଅକୁ ହରାଇ ଥିବାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି ଏହା ସହିତ ସେମାନେ ଏହି ହତ୍ୟାର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *