କିଏ ସେ Sarmistha ଯାହାଙ୍କ ପାଇଁ ଚାଲିଗଲା ନିରୀହ ମାନସଙ୍କ ଜୀବନ,କଣ ହେଇଥିଲା ସେଦିନର ଅସଲ କାହାଣୀ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।କ୍ୟାମେରା ଆଗରେ ମିଠା ମିଠା କଥା କହୁଥିବା ଏହି ସୁନ୍ଦରୀ ମହିଳା ହେଉଛନ୍ତି ଶର୍ମିଷ୍ଠା ରାଉତ।ଯାହାଙ୍କ ଉପରେ ହେଉଛି ଗୋଟିଏ ରୂପ ଏବଂ ଭିତରେ ଆଉ ଗୋଟିଏ ରୂପ।ଯାହାଙ୍କ ପାଇଁ ଚାଲିଗଲା ନିରୀହ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କ ଜୀବନ।

ଶର୍ମିଷ୍ଠା ହେଉଛନ୍ତି ଏକ ୱେବ ପୋର୍ଟାଲର ମାଲିକିଆଣି।ତାହାର ନାମ ହେଉଛି ସମ୍ପୂର୍ଣ୍ଣ ନ୍ୟୁଜ।ସେଥିରେ କ୍ୟାମେରା ମ୍ୟାନ ଭାବରେ କାମ କରୁଥିଲେ ମାନସ ସ୍ୱାଇଁ।ଶର୍ମିଷ୍ଠାଙ୍କ ଆଉ ଏକ ବୃଦ୍ଧାଆଶ୍ରମ ମଧ୍ୟ ଥିଲା।ଗୋଟିଏ ପଟେ ସାମ୍ବାଦିକତା ଏବଂ ଅନ୍ୟପଟେ ଜନସେବାକୁ ଢାଲ କରି ଏକାଧିକ ରାଜନେତାଙ୍କ ସହ ସମ୍ପର୍କ ଗଢି ଉଠିଥିଲା ଶର୍ମିଷ୍ଠାଙ୍କର।

ସେ ଭବୁଥିଲେ ନ୍ୟୁଜ ଚ୍ୟାନେଲ ଏବଂ ଆଶ୍ରମକୁ ନେଇ ସେ ଖୁବ ଶୀଘ୍ର ଆଗକୁ ଆଗକୁ ବଢିଯିବେ।ମାନସଙ୍କୁ ନିଜର କ୍ୟାମେରା ମ୍ୟାନ ଭାବରେ ମଧ୍ୟ ଅନେକ ଜାଗରେ ପରିଚିତ କରାଇଥିଲେ।ଆଶ୍ରମ ଆଳରେ ସେ ଖୁବ ଶୀଘ୍ର ରାଜନେତ୍ରୀ ବନିବାକୁ ଚାହୁଁଥିଲେ।ଏମିତିକି ପୋଲିସ ବାବୁଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଏମିତିକି ସବୁଠାରେ ପହଞ୍ଚିସାରିଥିଲେ ଶର୍ମିଷ୍ଠା ରାଉତ।

ଆଶ୍ରମର କୌଣସି କାମରେ ଅତିଥି ହେଉ ବା ନ୍ୟୁଜ ଚ୍ୟାନେଲର କୌଣସି କାମରେ ଅତିଥି ଭାବରେ ନିମନ୍ତ୍ରଣ କରି ବିଭିନ୍ନ ପ୍ରଭାବଶାଳୀ ଲୋକ ମାନଙ୍କ ସହିତ ରଖିଥିଲେ ସମ୍ପର୍କ।ଯେଉଁଥିରେ ଶର୍ମିଷ୍ଠାଙ୍କୁ ସାହାଯ୍ୟ କରୁଥିଲେ ତାଙ୍କର କ୍ୟାମେରା ମ୍ୟାନ ମାନସ ସ୍ୱାଇଁ।କିନ୍ତୁ ଏହାରି ଭିତରେ ମାନସ ଆଉ ଶର୍ମିଷ୍ଠାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମତାନ୍ତର

ଏବଂ ଗଣାନ୍ତର।ଯେଉଁଥିପାଇଁ ମାନସ ଚାକିରୀ ଛାଡି ଘରକୁ ପଳାଏ ଆଉ ମାନସ ପାଖରେ କାଳେ ଶର୍ମିଷ୍ଠାଙ୍କର କିଛି ଗୁମର ଭୀଡ଼ିଓ ରହିଯାଇଥିଲା ଯାହାକୁ ପାଇ ପଗେଳି ହୋଇଯାଇଥିଲେ ଶର୍ମିଷ୍ଠା।କଳ ବଳ କୌଶଳ ଖଟାଇ ମାନସର ପିଛା କରି ଭଦ୍ରକରେ ପହଞ୍ଚିଥିଲା ଶର୍ମିଷ୍ଠା ଆଉ ତାଙ୍କର ଟିମ।ଆଉ ସେଠାରୁ ପୁରା ଫିଲ୍ମ ଷ୍ଟାଇଲରେ ମାନସଙ୍କୁ ଅପହରଣ କରି ଭୁବନେଶ୍ୱର ଆଣିଥିଲେ।

ତାଙ୍କୁ ଭୁବନେଶ୍ୱରର ରାସ୍ତା କଡ଼ରେ ହତ୍ୟା କରିଥିଲେ ଏବଂ ତାଙ୍କୁ ଏକ ପାହାଡ଼ରେ ପୋତି ଦେଇଥିଲେ।ତେବେ ଶର୍ମିଷ୍ଠାଙ୍କ ସହିତ ଆଉ ଜଣେ ରାହସ୍ୟମୟୀ ମହିଳାଙ୍କର ନାଁ ମଧ୍ୟ ସାମ୍ନାକୁ ଆସୁଛି।ସେତିକିବେଳେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।ତେବେ ପୋଲିସଙ୍କ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କ୍ୟାମେରା ମ୍ୟାନ ମାନସଙ୍କ ହତ୍ୟା ପଛରେ ଆଉ କାହାର କାହାର ହାତ ଆଛି।

Leave a Reply

Your email address will not be published. Required fields are marked *