ସମାଧାନ କମ TRP ପାଇଁ ବେଶୀ ବ୍ୟାକୁଳ,ଅସଲ ରେ କିଏ ହେଉଛି ଲାଭବାନ ତପସ୍ୱିନୀ ସୁମିତ ମାମଲାରେ,କଷ୍ଟ ସହୁଛି କିଏ ଆଉ ରୋଜଗାର କରୁଛି ମୋଟା ରକମ ଟଙ୍କା ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ।ବର୍ତ୍ତମାନ ଏହି ଘଟଣା ଅନେକ ସ୍ଥାନରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହା ସମ୍ପର୍କରେ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।ତାହା ମୁଁ ଆପଣ ମାନଙ୍କୁ କହିବି।ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ତପସ୍ଵିନୀ ଓ ସୁମିତ କେଶ ବିଷୟରେ।ଦୁହିଁଙ୍କ ମଧ୍ୟରେ ବହୁତ କଳହ ହୋଇଛି।ନିଜ ସ୍ବାମୀ ସୁମିତଙ୍କୁ ଫେରି ପାଇବା ପାଇଁ ତପସ୍ୱିନୀଙ୍କ ସାଧନା ସମସ୍ତଙ୍କୁ ପ୍ରଭାବିତ କରିଛି।ସାଙ୍ଗମାନେ ବ୍ରହ୍ମପୁରର ଡାକ୍ତର ସୁମିତ ଏବଂ ଡିମ୍ପଲଙ୍କ ମାମଲା ଏବେ ରାଜ୍ୟ ଡେଇଁ ବିଦେଶରେ ଚର୍ଚ୍ଚା।

ଏହି ପାରିବାରିକ କଳିର ସମାଧାନ ପାଇଁ ଏବେ କୋର୍ଟରେ ମାମଲା।ହେଲେ ମାମଲା ସମାଧାନ ହେବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି।ତେବେ କିଛି ମିଡ଼ିଆ ନିଜର ଟିଆରପି ପାଇଁ ମାମଲାକୁ ଅଧିକ ରୋଚକ କରି ଜଟିଳ କରିଥିବା ଅଭିଯୋଗ ଉଠିଛି।ତେବେ ଏକମାସ ବିତି ଗଲାଣି ଡକ୍ଟର ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ କଳିକୁ।

କିନ୍ତୁ ଏପର୍ଯ୍ୟନ୍ତ ବାହାରି ପାରୁନି ସମାଧାନର ରାସ୍ତା।ତେବେ ଘଟଣାର ସମାଧାନ ପାଇଁ ଉଭୟ କୋର୍ଟକୁ ଦ୍ବାରସ୍ଥ ହୋଇଥିଲେ।ଏଥିପାଇଁ କୋର୍ଟ ସେମାନଙ୍କୁ ସାତ ଦିନ ଏକାଠି ରହିବା ପାଇଁ ନିଷ୍ପତି ନେଇଥିବା ବେଳେ ଉଭୟ କୋର୍ଟର ନିର୍ଦ୍ଦେଶ ମାନି ଏକାଠି ବି ରହିଥିଲେ।ଆଶା କରାଯାଉଥିଲା ଘଟଣାର ପୂର୍ଣ୍ଣଛେଦ ଏଇଠି ପଡ଼ିଯିବ ବୋଲି।

ହେଲେ ପରବର୍ତ୍ତୀ ସମୟରେ ସୁମିତ ମିଶିବା ତ ଦୂରର କଥା ସାତ ଦିନ ପରେ ଚଂପଟ ମାରିଥିଲେ।ଯଦି ଘଟଣାକୁ ପ୍ରଥମରୁ ଦେଖିବା ସୁମିତଙ୍କ ପତ୍ନୀ ଡିମ୍ପଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ନ୍ୟାୟ ପାଇଁ ଲଢ଼ୁଥିବା ବେଳେ ଏହି ଘଟଣାରେ କିଛି ମିଡ଼ିଆ ନିଜର ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି।ପ୍ରକୃତ ଘଟଣା ସାମ୍ନାକୁ ଆଣିବା ମିଡ଼ିଆର କାମ।ନା ନିଜର ଫାଇଦା ବା ଟିଆରପି ପାଇଁ ଘଟଣାର ପୋଷ୍ଟମର୍ଟମ କରିବା।

ତେବେ ଘଟଣାରେ ମିଡ଼ିଆରେ ସଂପୃକ୍ତି ପରେ ମୋଡ଼ ବଦଳି ଯାଇଚି।ସ୍ବାମୀ ସ୍ତ୍ରୀଙ୍କ ଭିତରେ ସାମାନ୍ୟ ମତାନ୍ତର ଏବେ ମନାନ୍ତରରେ ପରିଣତ ହୋଇଯାଇଛି।ଉଭୟ ଉଭୟଙ୍କ ଉପରେ ଦୋଷାରୋପ କରୁଛନ୍ତି।କିନ୍ତୁ କିଛି ମିଡ଼ିଆ ବ୍ରେକିଂ ଆଶାରେ ଭିଡିଓ ଭାଇରାଲ କରି ଟିଆରପି ହାସଲ କରିବାରେ ଲାଗିଛନ୍ତି।ଫଳରେ ଉଭୟଙ୍କ ମଧ୍ୟରେ ଦିନକୁ ଦିନ ଫାଟ ଦେଖାଯାଉଛି।

ଏଇ ଘଟଣାର ସମାଧାନର ରାସ୍ତା ବାହାରିବାକୁ ହେଲେ ଉଭୟଙ୍କୁ ମିଡ଼ିଆ ଠାରୁ ଦୂରେଇ ରହିଥିବାର ଆବଶ୍ୟକତା ବୁଦ୍ଧିଜୀବୀ ମତ ଦେଇଛନ୍ତି।ଡକ୍ଟର ସୁମିତ ସାହୁ ସେ ଜଣେ ଡକ୍ଟର।ଗୋଟେ ତାଙ୍କ ସ୍ତ୍ରୀ ଘର ଆଗରେ ବସି ରହିଛନ୍ତି ତମେ ତାଙ୍କୁ ବାହା ହେଇଛ ତମେ ଏଭଳି କାଣ୍ଡ କରୁଛ ଯେ ସାରା ଓଡ଼ିଶା ବାସୀ ପ୍ରହସନ ଦେଖୁଛନ୍ତି।କିଛିଦିନ ତଳେ ମୁଁ ଦେଖିଥିଲି ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ଵିନୀ ଦାସ ନାମକ ଯୁବତୀ ତାଙ୍କ ଶାଶୁ ଘର ଆଗରେ ଶଶୁର ଘର ଆଗରେ ଧାରଣା ଦେଇଛନ୍ତି।

ଏବଂ ବହୁତ ନିର୍ଯାତନାର ଶିକାର ହୋଇଛନ୍ତି।ଯାହା ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ତାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ ନିଷ୍ପତି ନେଇଥିଲେ ଯେ ତାଙ୍କ ସ୍ଵାମୀ ତାଙ୍କୁ ନେଇ ଏକ ଘରେ ରଖିବେ କିନ୍ତୁ ସାତ ଦିନ ରଖିବା ଜାଗାରେ ତାଙ୍କ ସ୍ଵାମୀ ସୁମିତ ସାହୁ ତାଙ୍କୁ ଛାଡ଼ି ପଳାଇ ଗଲେ।ଏଇଠି ଗୋଟେ ପ୍ରହସନ ଚାଲିଛି ତପସ୍ଵିନୀକୁ ନେଇ।

ପୁଣି ତପସ୍ଵିନୀ ଦାସ ତାଙ୍କ ନ୍ୟାୟ ଦାବିରେ ଶଶୁର ଘର ଆଗରେ ଆଜକୁ ୭ ଦିନ ହେବ ବସି ରହିଛନ୍ତି।ମୁଁ ମଧ୍ୟ କେନ୍ଦ୍ର ମାନବ ଅଧିକାର କମିଶନଙ୍କୁ ଏ ବାବଦରେ ଅବଗତ କରାଇଥିଲି।ମାନବ ଅଧିକାର ମଧ୍ୟ କେଶଟିକୁ ରେଜିଷ୍ଟ୍ରି କରିଛନ୍ତି।କୌଣସି ପ୍ରକାର ଅର୍ଡର ଏପର୍ଯ୍ୟନ୍ତ ଆସିନାହିଁ।ସେଭଳି ଭାବରେ ମୁଁ ଆଜି ଆମର ଓଡିଶାର ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି କରିଛି।

ଏବଂ ମୁଁ ଦାବି କରୁଚି ତୁରନ୍ତ ତପସ୍ୱିନୀ ଦାସଙ୍କୁ ନ୍ୟାୟ ପ୍ରଦାନ କରାଯାଉ।ଆଉ ଏଭଳି ଜିନିଷ ତାଙ୍କ ସ୍ବାମୀ ସୁମିତ ସାହୁ ସେ ଜଣେ ଡାକ୍ତର।ସିଏ ଗୋଟିଏ ତାଙ୍କ ସ୍ତ୍ରୀ ଘର ଆଗରେ ବସି ରହିଛନ୍ତି ତମେ ତାଙ୍କୁ ବାହା ହେଇଥିଲ ତମେ ଏଭଳି କାଣ୍ଡ କରୁଛ ଯେ ସାରା ଓଡ଼ିଶା ଜନତା ଏ ପ୍ରହସନ ଦେଖୁଛନ୍ତି।

ସମସ୍ତ ଗଣମାଧ୍ୟମ ବି ଏଇ ଜିନିଷଟାକୁ ବଜଉଛନ୍ତି ଆଉ ଏ ଜିନିଷ ପ୍ରହସନ ପାଲଟିଛି।ଓଡ଼ିଶାର ଗୋଟିଏ ହଟ ନିଉଜ ହେଇଚି କଣ ନା ତପସ୍ଵିନୀ ଦାସ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ।ସେଥିପାଇଁ ମୁଁ ଓଡ଼ିଶାର ମାନ୍ୟବର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରୁଛି ଯେ ତୁରନ୍ତ ଏହି କେଶରେ ହସ୍ତକ୍ଷେପ କରି ତପସ୍ଵିନୀ ଦାସଙ୍କୁ ନ୍ୟାୟ ପ୍ରଦାନ କରାଯାଉ।

Leave a Reply

Your email address will not be published. Required fields are marked *