ପୋଷ୍ଟାଲ ନୂଆ ସ୍କିମ ୨୦୨୧- ଏବେ ମାତ୍ର ୯୫ ଟଙ୍କା ଜମାକରି ପାଇବେ ଆପଣ ପୁରା ୧୪ ଲକ୍ଷ ଟଙ୍କା – ଦେଖନ୍ତୁ କିପରି ଲାଭ ଉଠେଇବେ

Spread the love

ଗ୍ରାହକ ମାନକଙ୍କ ପାଇଁ ଏବେ ଖୁସି ଖବର। ପୋଷ୍ଟ ଅଫିସ ଆଣିଚି ଗ୍ରାହକ ମାନଙ୍କ ପାଇଁ ଡବଲ ଧମାକା। ପୋଷ୍ଟାଲରେ ୯୫ ଟଙ୍କା ଜମା କରି ପାଆନ୍ତୁ ୧୪ ଲକ୍ଷ ଟଙ୍କା।ଆଜି ମୁଁ ଆପଣ ମାନଙ୍କୁ ଏକ ପୋଷ୍ଟାଲ ସ୍କିମ ବିଷୟରେ କହିବି।ଏଥିରେ କଣ କଣ ସବୁ ସୁବିଧା ମିଳିବ ତାହା ମଧ୍ୟ କହିବି।ଯଦି ଏହାକୁ ଆପଣ ଧ୍ୟାନ ସହକାରେ ପଢ଼ିବେ ନାହିଁ ତ ଆପଣ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିପାରନ୍ତି।

ଯଦି ଆପଣ ଇନଭେଷ୍ଟମେଣ୍ଟ ସ୍କିମ ବିଷୟରେ ନିବେଶ କରିବାକୁ ଚାହୁଁଛନ୍ତି ତ ଆପଣ ପୋଷ୍ଟ ଅଫିସର ଏହି ସ୍କିମରେ ପଇସା ଇନଭେଷ୍ଟ କରିପାରିବେ।ଏହାଯୋଗୁଁ ପୋଷ୍ଟ ଅଫିସ ସରକାରୀ ହୋଇଥିବା ଯୋଗୁ ଏଥିରେ ପଇସା ବୁଡିବାର ସମ୍ଭାବନା ରହିବ ନାହିଁ।ପୋଷ୍ଟ ଅଫିସରେ ଏଥିପାଇଁ ଅନେକ ସ୍କୀମ ସବୁ ରହିଛି।କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଏମିତି ଏକ ସ୍କିମ ବିଷୟରେ କହିବି ଯେଉଁଥିରେ ଆପଣଙ୍କୁ ଭଲ ରିଟର୍ନ ସହିତ ଜୀବନବୀମାର ସୁବିଧା ମଧ୍ୟ ମିଳିବ।

ଏହି ସ୍କିମ ହେଉଛି ଗ୍ରାମ ଶୁମଙ୍ଗଲମ ରୁରାଲ ପୋଷ୍ଟାଲ ସ୍କିମ।ଏଥିରେ ନିୟମ ଅଛି ଯେ ଆପଣଙ୍କୁ ମନି ବଣ୍ଡ ସହିତ ମ୍ୟାଚୁରିଟିରେ ଏକାଥରେ ପଇସା ମିଳିବ।ଏହି ସ୍କିମର ଶୁଭାରମ୍ଭ ଭାରତ ସରକାର ୧୯୯୫ ମସିହାରେ କରିଥିଲେ।ଏହା କ୍ଷେତ୍ରରେ ୫ ଟି ବୀମା ସ୍କିମ ଅଫର କରାଯାଇଛି।ଏହି ସ୍କିମ ୧୫ ରୁ ୨୦ ବର୍ଷ ପାଇଁ ହୋଇଥାଏ।ଏଥିରେ ମ୍ୟାଚୁରିଟି ପୂର୍ବରୁ ତିନିଥର ମନି ବ୍ୟାକ ମିଳିଥାଏ।ଏହି ସ୍କିମକୁ ଯେକୌଣସି ଭାରତୀୟ ନାଗରିକ କିଣିପାରିବେ।

ଏହି ପଲିସି ପାଇଁ ସର୍ବନିମ୍ନ ବୟସ ସୀମା ୧୯ ବର୍ଷ ଓ ସର୍ବାଧିକ ବୟସ ସୀମା ହେଉଛି ୪୫ ବର୍ଷ।ପଲିସି ୧୫ ବର୍ଷ ନହେଲେ ୨୦ ବର୍ଷ ପାଇଁ ହୋଇପାରିବ।୨୦ ବର୍ଷ ପାଇଁ ପଲିସି ନେବାର ସର୍ବାଧିକ ବୟସ ସୀମା ହେଉଛି ୪୦ ବର୍ଷ।ଏଥିରେ ପ୍ରାୟ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ ଆସେଟ ମିଳିଥାଏ।ଯଦି ପଲିସି ଧାରୀଙ୍କ ମୃତ୍ୟୁ ହୋଇଯାଏ ତ ସମ ଆଶେଟ ନୋମିନିଧାରୀଙ୍କୁ ମିଳିଥାଏ।ଏହା ସହିତ ବୋନସ ମଧ୍ୟ ମିଳିଥାଏ।୧୫ ବର୍ଷ ପଲିସିଧାରିଙ୍କ କ୍ଷେତ୍ରରେ ୬ ବର୍ଷ,ନ ବର୍ଷ ଓ ୧୨ ବର୍ଷ ରେ ପଇସା ମିଳିଥାଏ।

ସେହିପରି ୨୦ ବର୍ଷର ପ୍ଲାନରେ ୮ ବର୍ଷ,୧୨ ବର୍ଷ,୧୬ ବର୍ଷ ରେ ବୋନସ ସହିତ ପଇସା ମିଳିଥାଏ।ଯଦି କୌଣସି ୨୫ ବର୍ଷ ବୟସର ବ୍ୟକ୍ତି ଯଦି ୭ ବର୍ଷର ସମ ଆସେଟ ସହିତ ପଲିସି କିଣୁଛନ୍ତି ବାର୍ଷିକ ପ୍ରିମିୟମ ୩୨ ହଜାର ୭୫୦ ଟଙ୍କା ମିଳିବ। ତ ଏହି ହିସାବରେ ଯଦି ଆପଣ ୯୫ ଟଙ୍କା ପଲିସି କରନ୍ତି ତ ଆପଣଙ୍କୁ ୧୪ ଲକ୍ଷ ଟଙ୍କାର ଆସେଟ ମିଳିବ।

Leave a Reply

Your email address will not be published. Required fields are marked *