ଜଣେ ସାଧାରଣ Riksawala ରୁ କିପରି ସାଜିଲା କେନ୍ଦ୍ରାପଡା ର କୁଖ୍ୟାତ Hyder,ଏଭଳି ଥିଲା ହାଇଦର ର କାହାଣୀ ଆପଣ କେବଳ ଫିଲ୍ମ ରେ ଦେଖିଥିବେ

Spread the love

ସିନେମା କାହାଣୀଠୁ କମ ନୁହେଁ ହାଇଦରର କଳା କାହାଣୀ।ରିକ୍ସା ଚାଳକରୁ ପାଲଟିଥିଲା ରକ୍ତର ହୋଲି ଖେଳୁଥିବା ସଇତାନ।ଦିନେ ଟିଟୋ ଓ ସୁଲେମାନର ସହଯୋଗୀ ଥିଲା।ପରେ ନିଜେ ଆରମ୍ଭ କରିଥିଲା ଅପରାଧର ବିରାଟ ସାମ୍ରାଜ୍ୟ।୧୬ ବର୍ଷ ଜେଲରେ ରହିବା ପରେ ଫେରାର ହୋଇ ପୋଲିସକୁ ନାକେଦମ କରି ଦେଇଥିବା ଗ୍ୟାଙ୍ଗଷ୍ଟର ହାଇଦରର ଅପରାଧ ତାଲିକା ବେସ ଲମ୍ବା।

ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଗୋଟେ ସାଧାରଣ ଟ୍ରଲି ଚାଳକ ଥିଲା ଆଉ ସେତେବେଳେ ବି ଥିଲା ତାର ବେସ ଖାତିରି।କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ। ସିନେମାର କାହାଣୀଠୁ କିଛି କାମ ନୁହେଁ, ଶେଖ ହାଇଦରର କଳା କ୍ୟାରିୟର।୧୯୭୫ ବେଳକୁ କେନ୍ଦ୍ରାପଡ଼ାର ଟଲି ରିକ୍ସା ପରେ ଟ୍ରେକର ଓ ଟ୍ରକ ଚଳାଉଥିବା ହାଇଦର ୧୯୯୭-୯୮ ବେଳକୁ ଦୁର୍ଦ୍ଦାନ୍ତ ଅପରାଧୀ ପାଲଟି ଯାଇଥିଲା।

ଚୋରି,ରାହାଜାନୀ, ଗୁଣ୍ଡଗର୍ଦି, ହାଇୱେ ଡକାୟତି, ବ୍ୟାଙ୍କ ଡକାୟତି,ଟେଣ୍ଡର ଫିକ୍ସିଂ ଓ ହତ୍ୟା ଏମିତି ଏମିତି ବଢ଼ି ଚାଲିଥିଲା ତାର ଦୌରାତ୍ମ୍ୟ।ସେତେବେଳେ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ରବିନ ବେହେରା ନିୟନ୍ତ୍ରଣ ଥିବା ବାଉଁଶ ପୋଲରୁ ଆଦାୟ ଟଙ୍କାକୁ ନେଇ ରବିନକୁ ସଫା କରିବାକୁ ହାଇଦରକୁ ନିଜ ଗୋଷ୍ଠୀରେ ସାମିଲ କରିଥିଲେ ଟିଟୋ ଓ ସୁଲେମାନ।

ତେବେ ଟଙ୍କା ଭାଗ ବଣ୍ଟାକୁ ନେଇ ବିବାଦ ଉପୁଜିବାରୁ ୧୯୯୮ରେ ଟିଟୋଠୁ ଅଲଗା ହୋଇଯାଇଥିଲେ ସୁଲେମାନ ଓ ହାଇଦର ଏବଂ ୨୦୦୨ରେ ସୁଲେମାନ ଓ ହାଇଦର ଭିତରେ ବିବାଦ ଦେଖା ଦେଇଥିଲା।ଫଳରେ ବାରମ୍ବାର ଗ୍ୟାଙ୍ଗୱାର ହୋଇ ରକ୍ତ ବୋହିଥିଲା ଓ ରକ୍ତ ଗଡ଼ିଥିଲା।ସୁଲେମାନକୁ ୨୦୦୯ରେ ହତ୍ୟା କରାଯିବା ପରେ ସେଠାରେ ଏବେ ତାଲା ଝୁଲୁଛି।

ସୁଲେମାନର ଟେଣ୍ଡର କାରବାର ସମ୍ଭାଳୁ ଥିଲେ ବଡ଼ ଭାଇ ଚୁନାକୁ ୨୦୦୫ ମସିହାରେ ଭୁବନେଶ୍ୱରରେ ଗୁଳି କରି ହତ୍ୟା କରିଥିଲେ ହାଇଦରର ସହଯୋଗୀ।ପୂର୍ବ ଯୋଜନା ମୁତାବକ ହତ୍ୟାର ମାଷ୍ଟର ମାଇଣ୍ଡ ହାଇଦର ଓ ତାର ୬ ସହଯୋଗୀ ମହାରାଷ୍ଟ୍ରର ନାଗପୁରରେ ଲୁଚି ଥିଲେ।ସେହି ସମୟରେ ବଛା ବଛା ଟିମକୁ ନେଇ ଓଡ଼ିଶା ପୋଲିସର ଡିଏସପି ଶରତ ସାହୁଙ୍କ ସମେତ ୧୧ ଜଣ ଅଫିସରଙ୍କୁ ନେଇ ବହୁ ଛାନ ବିନ ପରେ ନାଗପୁର ଓ ତାର ସହଯୋଗୀଙ୍କୁ ଧରିବାରେ ସଫଳ ହୋଇଥିଲା।

୨୦୦୫ ଜୁନ ୮ ରେ ଓଡ଼ିଶାରେ ପହଞ୍ଚିଥିଲା ହାଇଦର।ଚୁନା ମର୍ଡର କେସରେ ଜେଲ ଭିତରେ ଥାଇ ବି ଖଣି ବ୍ୟବସାୟୀ ରଶ୍ମି ରଞ୍ଜନଙ୍କ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ର କରିଥିଲା ହାଇଦର।ରଶ୍ମି ରଂଜନଙ୍କୁ ପ୍ରଥମେ ଭୁବନେଶ୍ୱର ଡକାଇ ମୁଣ୍ଡ ଜାମିନ ବାବଦରେ ମାଗିଥିଲେ ୨ କୋଟି ଟଙ୍କା।ହେଲେ କିଛି ଦିନ ପରେ ଝାଡ଼ଖଣ୍ଡରୁ ମିଳିଥିଲା ତାଙ୍କର ଗଳିତ ମୃତ ଦେହ।ସେତେବେଳେ ଚୁନା ହତ୍ୟା ମାମଲାରେ ସଜା କାଟୁଥିବା ହାଇଦରକୁ ପୁଣି ସଜା ମିଳିଥିଲା।

ତେବେ ଶେଷରେ ବର୍ତମାନ ହାଇଦର ପୁଣି ଖସିଯିବା କୁ ଚେଷ୍ଟା କରିବା ସମୟ ରେ ପୋଲିସ ଗୁଳି ରେ ନିହତ ହେଇଚି କୁଖ୍ୟାତ ହାଇଦର ,ତେବେ ଏହା ସହ ହାଇଦର ର ଯୁଗ ସମାପ୍ତି ହେଇଚି କହିଲେ ଭୁଲ ହେବ ନାହିଁ,ତେବେ ହାଇଦର ର ଏହି କାହାଣୀ କୌଣସି ଫିଲ୍ମ କାହାଣୀ ରୁ କୌଣସି ମାତ୍ର ରେ କମ ନୁହଁ

Leave a Reply

Your email address will not be published. Required fields are marked *