ଶେଷରେ ରଜ କୁଇନ ୨୦୨୧ କୁ ନେଇ ମୁହଁ ଖୋଲିଲେ ଝିଲିକ – କହିଲେ ଜଜ ମାନକୁ ଲାଜ ଲାଗିବା କଥା ସେମାନେ ଏଭଳି ପ୍ରଶ୍ନ ପଚାରିବା ଆଗରୁ ନିଜେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ରଜ କୁଇନ ଏବଂ ରଜ ସୁନ୍ଦରୀକୁ ନେଇ କିଛି ବିଶେଷ ସୂଚନା।ରଜ କୁଇନ ଏବଂ ରଜ ସୁନ୍ଦରୀର ଜଜ ମାନେ ଯେଉଁଭଳି ଭାବରେ ପ୍ରଶ୍ନ ପ୍ରଚାରୁଛନ୍ତି ଝିଅମାନଙ୍କୁ ତାହା ଉପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଝିଲିକ।ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ଓଡ଼ିଆ ସଂସ୍କୃତି ପରମ୍ପରା ଏବଂ ଆଜିର ନାରୀକୁ ଆଗକୁ ନେବାପାଇଁ ଆରମ୍ଭ ହୋଇଥିଲା ରଜ କୁଇନ ଏବଂ ରଜ ସୁନ୍ଦରୀ ଭଳି କିଛି ସୋ।ଆମ ଓଡ଼ିଶାରେ ଗତ କିଛି ବର୍ଷ ଧରି ରଜ କୁଇନ ଭଳି କିଛି ସୋ ଆମ ଜି ସାର୍ଥକ ଚ୍ୟାନେଲରେ ଗତ କିଛି ବର୍ଷ ଧରି ଚାଲିଛି।ଏ ବର୍ଷ ସିଦ୍ଧାର୍ଥ ଟିଭିରେ ରଜ ସୁନ୍ଦରୀ କାର୍ଯ୍ୟକ୍ରମ ଚାଲିଛି।କେବଳ ଝିଅ ମାନେହିଁ ଏହି ସୋରେ ଭାଗ ନେଇପାରିବେ।ଯେଉଁମାନେ ଇଛୁକ ପ୍ରତିଯୋଗୀ ସେମାନେ ଏହି ସୋରେ ଭାଗ ନିଅନ୍ତି।

ସେଠାରେ ଉପସ୍ଥିତ ଜଜ ମାନେ ପ୍ରଶ୍ନ ପଚାରନ୍ତି ଯେପରିକି ରଜ ପର୍ବ ବିଷୟରେ କଣ ଧାରଣା ରହିଛି ଏହା ସହିତ ସେମାନେ ଆମ ସଂସ୍କୃତି ବିଷୟରେ କେତେ ଜାଣିଛନ୍ତି ଏବଂ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଆଦି।ଓ ବାହାର ଦୁନିଆ ବିଷୟରେ ମଧ୍ୟ କିଛି ପ୍ରଶ୍ନ ପଚାରନ୍ତି ଜଜ ମାନେ।ଏହା ସହିତ ସେମାନଙ୍କ ଅନ୍ୟ କେଉଁ ସବୁ ପ୍ରତିଭା ରହିଛି ଗୀତ ନାଚ ଅଭିନୟଅ ଆଦି ତାହା ମଧ୍ୟ ଦେଖାଯାଏ।

ଯଦି ଜଣଙ୍କ ପାଖରେ ସେହି ସବୁ ଗୁଣ ରହିଥାଏ ତେବେ ତାଙ୍କୁ ରଜ କୁଇନ ବୋଲି ଘୋଷିତ କରାଯାଇଥାଏ।କିନ୍ତୁ ବର୍ତ୍ତମାନ ସମୟରେ ରଜ କୁଇନର ଜଜ ମାନଙ୍କ ସମ୍ୱନ୍ଧରେ ବିବାଦ ଦେଖାଦେଇଛି।କାରଣ ଜଜ ମାନେ ଅଜବ ପ୍ରକାର ପ୍ରଶ୍ନ ଝିଅ ମାନଙ୍କୁ ପଚାରୁଛନ୍ତି।ଯଦି ଯେଉଁ ଝିଅ ସେଠାରେ ଉତ୍ତର ଦେଇପାରୁ ନଥାଏ ତେବେ ସେଠାରେ ବସିଥିବା ଜଜ ମାନେ ତାଙ୍କୁ ଅଜବ ପ୍ରକାର ପ୍ରଶ୍ନ ପଚାରି ଅପମାନିତ କରୁଛନ୍ତି।ତେବେ ଏହି ସବୁ କାମ ପାଇଁ ଲୋକ ରଜ କୁଇନରେ ବସିଥିବା ଜଜ ମାନଙ୍କୁ ସୋସିଆଲ ମିଡିଆରେ ଗାଳିଗୁଲଜ ମଧ୍ୟ କରୁଛନ୍ତି।

ତେବେ ସାଙ୍ଗମାନେ ଜଜ ମାନଙ୍କ ଏହି କାମ ପାଇଁ ଲୋକମାନଙ୍କ ସହିତ ଅନ୍ୟ କଳାକାର ମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।ଆପଣମାନେ ଦେଖିଥିବେ ସୁଲଗ୍ନା ନାମରେ ଜଣେ ଲେଖିକା ଜଜ ମାନଙ୍କୁ ସେ ଫେସବୁକରେ ବର୍ଷିଥିଲେ।ଲୋକ ମାନେ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ।ତେବେ ସାଙ୍ଗମାନେ ଆମ ଓଲିଉଡ଼ର ଆଗଧାଡିର ନାୟିକା ଝିଲିକ ମଧ୍ୟ ଜଜ ମାନଙ୍କୁ ନେଇ ପ୍ରଶ୍ନ ଉଠାଇ ଛନ୍ତି।ସେ ଏହା କହିଛନ୍ତିଯେ କୌଣସି ଏକ ରିୟାଲିଟି ସୋରେ ଜଜ ହେବାପାଇଁ କୌଣସି ଏକ ଯୋଗ୍ୟତା ଥିବା ଆବଶ୍ୟକ।ଜଜ ମାନେ ପ୍ରତିଯୋଗୀ ମାନଙ୍କୁ ଠିକ ବ୍ୟବହାର କରିବା ଉଚିତ।ଏବଂ ଯିଏଭି ଭୁଲ କରୁଛନ୍ତିତାଙ୍କୁ ସେହି ବିଷୟରେ ବୁଝେଇବା ଉଚିତ।

ନିଜର ବ୍ୟକ୍ତିଗତ ପ୍ରଶ୍ନ ନପଚାରି ରଜ କୁଇନରେ ଯେଉଁ ପ୍ରଶ୍ନ ପଚାରିବା ଉଚିତ ସେହି ପ୍ରଶ୍ନହିଁ ପଚାରନ୍ତୁ।ଏବଂ ଯଦି କେହି ଏହାର ଉତ୍ତର ଦେଇପାରୁ ନଥାନ୍ତି ତେବେ ତାଙ୍କୁ ବୁଝନ୍ତୁ ଏବଂ ଆଡୁ ସାଡୁ ପ୍ରଶ୍ନ ପଚାରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *