Kukuda ମରା ରୁମରେ କହୁଛନ୍ତି ମୋତେ ରହିବାକୁ,ମୁଁ ତାଙ୍କ ପାଇଁ କଣ ମଣିଷ ନା ଆଉ କିଛି..ଦେଖନ୍ତୁ Video

Spread the love

ଗତକାଲି ରାତି ସାରା ଆପଣଙ୍କୁ ଏଠାରେ ରହିବାକୁ ପଡିଲା ଯେହେତୁ କି କୋର୍ଟ ଅର୍ଡର ଦେଇଥିଲେ ଆପଣ ଯାଇକି ଘର ଭିତରେ ରହି ପାରିଥାନ୍ତେ।ଆପଣ ତ ଦେଖୁଥିବେ ସେ କବାଟ ହିଁ ଖୋଲିଲେନି।ଉପରେ ରହିବାର ଅବସ୍ଥା ହିଁ ନାହିଁ।ସେ କେବଳ ଗୋଟିଏ ଜିଦରେ ଅଟକିଛନ୍ତି ଯେ ଉପର ଘର ଷ୍ଟୋର ରୁମ ହେଉ କି କୁକୁଡ଼ା ଘର ହେଉ ଆମେ ତତେ ସେଇ ଘରେ ହିଁ ରଖିବୁ।ତଳେ କାର୍ଡିଓ ଓ ବିପି ପେସେଣ୍ଟ ଅଛନ୍ତି।

ଆଜ୍ଞା ଦେଖନ୍ତୁ ମୁଁ ବି ଜଣେ ବିପି ପେସେଣ୍ଟ।ଆଉ ଜେଉଁଘରେ ପେସେଣ୍ଟ ମାନେ ରୁହନ୍ତି ସେ ଘରେ ବୋହୂ ପିଲା କଣ ରହେନି କି।ନା ତାକୁ ଦାଣ୍ଡରେ ଭିକାରୀ ଭଳି କାଢି ଦିଆଯାଏ।ଯଦି ସେ କାର୍ଡିଓ ପେସେଣ୍ଟ ତ ପ୍ରଶାସନ ତରଫରୁ ଯେତେବେଳେ ଆମ୍ବୁଲାନ୍ସ ଅଣାଯାଇଥିଲା ତ ସେ ସେଥିରେ କାହିଁକି ଗଲେନି।

ଆଉ ଗୋଟିଏ କଥା ସେ ଯେଉଁ କହୁଥିଲେ ବୋହୂ ତାଙ୍କୁ ଗୃହବନ୍ଦି କରି ରଖିଛି କାଲି ଆପଣ ମାନେ ସମସ୍ତେ ଦେଖି ପାରୁଥିବେ ଯେ ଗୃହବନ୍ଦୀ କିଏ କାହାକୁ କରିଥିଲା।ଯେତେବେଳେ ସେମାନେ କୋର୍ଟର ଅର୍ଡରକୁ ଅବମାନନା କରୁଛନ୍ତି ତ ମୁଁ ଆଉ କଣ କହିବି।ଯେଉଁ ଦାଣ୍ଡଘର ରହିଛି ସେଥିରେ ବଡ଼ଭାଇ ଶୁଅନ୍ତି ଯେଉଁଠାରେ ଗୋଟିଏ ବେଡ ପଡ଼ିଥିଲା।

ଆଉ ଏବେ ଯେଉଁଘରେ ମୁଁ ରହୁଚି ସେ ରୁମରେ କୁକୁର ରହୁଚି।ଜେଜେମା ଯେଉଁଠି ରୁହନ୍ତି ତା ପାଖରେ ଜାଗା ଛାଡିକି ଆଉ ୨ ଟା ବେଡ ପଡ଼ିଛି।ମୁଁ ଯେତେବେଳେ ବାହା ହେଇକି ଆସିଲି ତ ଜେଜେମାଙ୍କ ସହିତ ସେଇଟା ହିଁ ଆମ ବେଡ ରୁମ ଥିଲା।ବାପା ମା ଅଲଗା ବେଡରୁମରେ ରହିଥିଲେ କିନ୍ତୁ ଆମ ଦୁଇ ଜଣଙ୍କୁ ଜେଜେମାଙ୍କ ପାଖରେ ଶୋଇବା ପାଇଁ କହିଥିଲେ।

ମୁଁ ଆଗରୁ ବି ଯେହେତୁ ସେଇଠି ଥିଲି ବାହା ହେଇକି ତ ସେଇଠି ରହିବି ନା ଷ୍ଟୋର ରୁମରେ ରହିବି।ମୋ ଶଶୁର ଘର ଲୋକେ କୁକୁଡ଼ା କିଣି ଆଣନ୍ତି ଆଉ ତାକୁ ନିଜେ ମାରିକି ଖାଆନ୍ତି।ସେ ଉପର ରୁମ ପୁରା ଗନ୍ଧିଆ ହେଇକି ଅଛି।ତାପରେ କୁକୁଡ଼ା ମାନେ ମଧ୍ୟ ସେଇଠି ରୁହନ୍ତି।କାନ୍ଥରେ ଗୋଟିଏ ଚୂନ ଦାଗ ବି ନାହିଁ ସବୁଆଡେ ନାଁ ଲେଖା ହେଇଚି।

ସେଇ ରୁମ ସବୁ ହଷ୍ଟେଲ ରୁମ।ସେମାନେ ଯେଉଁ କହୁଛନ୍ତି ଯେ ସେଇଟା ବେଡ଼ ରୁମ ସେମାନଙ୍କୁ ଧର୍ମ ସହିବନି।ମୁଁ ଆଗରୁ ତଳେ ହିଁ ଥିଲି କିନ୍ତୁ ତାଙ୍କ ପିଉସୀ ଯିଏ କି ଭୁବନେଶ୍ଵରରେ ରହୁଛନ୍ତି ସେମାନେ ଆସିବା ପରଠୁ ମୋତେ ନେଇ ଉପରେ ରଖିଲେ। ତା ପରଠୁ ମୋତେ କେବେ ତଳକୁ ଆଣି ନାହାଁନ୍ତି।ସେମାନେ ମତେ ପୁଣି ହଇରାଣ କରିବେ ଚାବି ପକେଇ ରଖିବେ।ସେଇ ରୁମ ଗୋଟିଏ ରହିବା ଯୋଗ୍ୟ କି।ମୁଁ ମଣିଷ କୁକୁର ନୁହେଁ।ସେ ରୁମରେ ମୁଁ କେମିତି ରହିବି।

Leave a Reply

Your email address will not be published. Required fields are marked *