PCOS ଥିଲେ କଣ କରିବେ ? ପିସିଓଏସ୍‌ ନିୟନ୍ତ୍ରଣରେ ଖାଦ୍ୟପେୟର ଭୂମିକା କ’ଣ ରହିଛି? ଏହାକୁ କଣ୍ଟ୍ରୋଲ କରିବା ପାଇଁ କ’ଣ ଖାଇବା ଆବଶ୍ୟକ…ଦେଖନ୍ତୁ Video

Spread the love

ତେବେ ଏହି ରୋଗ ସାଧାରଣ ଭାବରେ ପ୍ରତି ପାଞ୍ଚଜଣ ମହିଳାଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ।ତେବେ ଆଗ କାଳରେ ମହିଳାମାନେ ଅନେକ ପରିଶ୍ରମ କରୁଥିଲେ ଯାହା ଫଳରେ ଏହି ରୋଗ ସେମାନଙ୍କ ମଧ୍ୟରେ ବୃଦ୍ଧି ହେଉ ନଥିଲା।ତେବେ ବର୍ତ୍ତମାନ ଏହି ରୋଗ ସାଧାରଣ ଭାବରେ ହେବାର କାରଣ ହେଉଛି ବର୍ତ୍ତମାନ ମହିଳାମାନେ ଅନେକ ସୁବିଧାବାଦୀ ହୋଇ ସାରିଲେଣି।ଯାହା ଫଳରେ ଏହି ରୋଗ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ବୃଦ୍ଧି ହେବାରେ ଲାଗିଛି।ଏହା ସହିତ ବାହାରର ଖାଦ୍ୟ ଖାଇବା ଫଳରେ ଏହାର ପ୍ରଭାବ ମଧ୍ୟ କିଛି ମାତ୍ରାରେ ବଢ଼ିଥାଏ।

ତେବେ ମହିଳା ମାନଙ୍କ ଶରୀରରେ ଅଧିକ ହେବାର କାରଣ ହେଉଛି ସେମାନେ ବାହାରର ଖାଦ୍ୟ ଖାଇବା ଫଳରେ ସେମାନଙ୍କର ଶରୀରର ଓଜନ ଅଯଥାରେ ବଢ଼ି ଯାଇଥାଏ।ଯାହା ଫଳରେ ସେମାନଙ୍କ ଗର୍ଭାଶୟ ସହିତ କିଛି ସମସ୍ୟା ମଧ୍ୟ ଦେଖାଯିବା ଆରମ୍ଭ ହୋଇ ଯାଇଥାଏ।ଏହା ସହିତ ଏହି ରୋଗ ପାଖରୁ ଦୂରେଇ ରହିବାକୁ ହେଲେ ମହିଳା ମାନଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବା ସହିତ

ଏହିପରି ବାହାରର ଖାଦ୍ୟ ଖାଇବାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହିବା ଆବଶ୍ୟକ।ନଚେତ ଏହା ସେମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇ ଥାଏ।ତେବେ ଶୁଖିଲା ଖାଦ୍ୟ ଯେପରିକି କାଜୁ,କିସମିସ ଭଳି କିଛି ଖାଦ୍ୟ ଓ ମାଛ ଏହିଭଳି ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ ଏହି ରୋଗ ଦେଖା ନ ଯିବାର ସମ୍ଭାବନା ଅଧିକ ରହିଥାଏ।

ତେବେ ପ୍ରୋଟିନ ଜାତୀୟ ଖାଦ୍ୟ ସହିତ କ୍ୟାଲସିୟମ ଖାଦ୍ୟ ଖାଇବା ମଧ୍ୟ ନିହାତି ଭାବରେ ଆବଶ୍ୟକ।ବିଭିନ୍ନ ପ୍ରକାରର ଶାଗ ଓ ପନିପରିବା ଖାଇବା ଫଳରେ ଏହି ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇ ପାରିବ।ତେଣୁ ଏହାକୁ ଖାଇବା ସହିତ କିଛି ପରିମାଣରେ ଶାରିରୀକ ପରିଶ୍ରମ କରିବା ମଧ୍ୟ ନିହାତି ଭାବରେ ଆବଶ୍ୟକ

ଯାହା ଫଳରେ ଆପଣ ନିଜର ଶରୀରକୁ ସୁସ୍ଥ ରଖିବା ସହିତ ଏହି ରୋଗ ପାଖରୁ ଦୂରେଇ ରହି ପାରିବେ।ଏହା ସହିତ ପ୍ରତିଦିନ ସକାଳୁ ଉଠିବା ପରେ କିଛି ସମୟ ଖରାରେ ରହିବା ମଧ୍ୟ ନିହାତି ଭାବରେ ଆବଶ୍ୟକ।ଏହା ସହିତ ଭିଟାମିନ ବି ୧୨ ଜାତୀୟ ଖାଦ୍ୟ ଖାଇବା ମଧ୍ୟ ନିହାତି ଭାବରେ ଆବଶ୍ୟକ।

ଏହା କରିବା ଫଳରେ ହିଁ ଆପଣ ଏହି ରୋଗ ପାଖରୁ ଦୂରେଇ ରହି ପାରିବେ।ତେବେ ବ୍ୟାୟାମ କରିବା ଫଳରେ ମଧ୍ୟ ଆପଣଙ୍କ ଏହି ସମସ୍ୟାର ସମାଧାନ ଅନେକ ମାତ୍ରାରେ ହୋଇ ପାରିବ।ତେବେ ଏହି ସମସ୍ତ ସମସ୍ୟା ସାଧାରଣ ଭାବରେ ରୋକିବାରେ ସବୁଠାରୁ ଭଲ ଉପାୟ ହେଉଛି ନିଜର ଖାଦ୍ୟ ପେୟ ଉପରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ରଖିବା।

ଏହା ସହିତ ଧନିଆ ପାଣି ପିଇବା ଫଳରେ ଏହା ଏହି ରୋଗ ପାଖରୁ ଆମର ଶରୀରକୁ ରକ୍ଷା କରି ଥାଏ।ତେବେ ଏହା ସହିତ ଆପଣ ଏହା ପ୍ରୟାସ କରନ୍ତୁ କି ଆପଣ ନିଜର ଶରୀରକୁ କିପରି ଭାବରେ ଅଧିକରୁ ଅଧିକ ଗରମ ରଖିବେ।ଆପଣଙ୍କ ଶରୀର ଗରମ ରହିବା ଫଳରେ ଏହି ରୋଗ ଅନେକ ମାତ୍ରାରେ ନିବାରଣ ହୋଇ ପାରିବ।

Leave a Reply

Your email address will not be published. Required fields are marked *