ଲଗାଣ ବର୍ଷାରେ ବୁଡ଼ିଲା ବାବା ଙ୍କ ମନ୍ଦିର,ରାଜଧାନୀ ଭୁବନେଶ୍ୱର Tankapani ରୋଡ ସାଇ ମନ୍ଦିର ଭିତରେ ଆଣ୍ଠିଏ ପାଣି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପାଣିପାଗକୁ ନେଇ କିଛି ବିଶେଷ ଖବର ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଲଗାଣ ବର୍ଷାରେ ବେହାଲ ସହର।ଏଠି ଲୋକ ଯେମିତି ହନ୍ତସନ୍ତ ହେଉଛନ୍ତି।ସେଭଳି ଭାବରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳୁଛି।

ଟଙ୍କପାଣି ରୋଡ଼ର ସ୍ଥିତ ସବୁଠାରୁ ମୁଖ୍ୟ ସାଇ ମନ୍ଦିର।ମନ୍ଦିର କ୍ୟାମ୍ପସରେ ଜଳ ପରିପୂର୍ଣ୍ଣ ହୋଇଯାଇଛି।ଆଣ୍ଠୁଏ ଆଣ୍ଠୁଏ ପାଣି।ଓ ଏହା ଭିତରେ ଲୋକ ମନ୍ଦିର ଭିତରକୁ ଆସୁଛନ୍ତି।ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି ମନ୍ଦିର ଭିତରକୁ ପ୍ରେବେଶ କରିବା ପାଇଁ।ପାଣି ନିଷ୍କାସିତ ହେବାର ନାମ ମଧ୍ୟ ନେଉନାହିଁ।ଯେହେତୁ ଲଗାଣ ବର୍ଷା ହେଉଛି ଯଦିଓ ବର୍ଷାର ପରିମାଣ କମିଛି କିନ୍ତୁ ଯେଉଁ ବର୍ଷା ହେଉଛି ସେହି ବର୍ଷାରେ ପାଣି ପସିଯାଇଛି ମନ୍ଦିର ଭିତରକୁ।ଓ ଏହି ପାଣି କୁଆଡେ ଯିବାକୁ ବାଟ ନାହିଁ।

ମନ୍ଦିରର ନବଗ୍ରହ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି।ପାଣି ଭିତରେ ଠାକୁର ଅଛନ୍ତି।ଏଠାରେ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଛି।ଏହା ମଧ୍ୟରେ ସମସ୍ତ ପୂଜାର୍ଚ୍ଚନା କରାଯାଉଛି ଏବଂ ସମସ୍ତ ବନ୍ଦୋବସ୍ତ କରାଯାଉଛି।ଅଗ୍ନିସମ ବିଭାଗ ତରଫରୁ ଯଦିଓ ବ୍ୟବସ୍ଥା କରାଯାଇଛି ପାଣିକୁ ନିଷ୍କାସନ କରିବା ପାଇଁ।

କିନ୍ତୁ ବର୍ତ୍ତମାନ ସମୟରେ ସେହି ମନ୍ଦିର ମଧ୍ୟରେ ପାଣି ରହିଛି ଓ ତାହାରି ମଧ୍ୟରେ ଲୋକ ଯାତାୟାତ କରୁଛନ୍ତି।ଓ ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି।ଏକ କଥା ହେଉଛି ଏହିଭଳି ପରିସ୍ଥିତି ପାଇଁ କାହାକୁ ଦାୟୀ କରାଯିବ?ପ୍ରଶାସନକୁ ଦାୟୀ କରାଯିବ?ସ୍ଥାନୀୟ ଅଞ୍ଚଳରେ ଯେଉଁଭଳି ଭାବରେ ଜବରଦଖଲ ଚାଲିଛି ସେଠି ଲୋକ ଆଖ ପାଖରେ ସେଠାରେ ଡ୍ରେନର ବ୍ୟବସ୍ଥା ଆଦୌ ନାହିଁ।

ଜେବେଠାରୁ ଏହି ଅଞ୍ଚଳରେ ଡ୍ରେନର ସୁବିଧା ନାହିଁ ସେବେଠାରୁ ତାର ପାଣି ଗୁଡିକ ମନ୍ଦିର ଭିତରକୁ ଆସୁଛି।ସେହି ଅଞ୍ଚଳରେ କେବଳ ମନ୍ଦିରରେ ଡ୍ରେନର ବ୍ୟବସ୍ଥା ଅଛି।ଏହାପରେ ବି ଏମ ସିର ଏକ ଟିମ ଆସିଥିଲେ ସେମାନେ ପ୍ରତିଶୃତି ଦେଇଛନ୍ତି ଯେମିତି ହେଲେ ପାଣି ବାହାର କରିବେ।ସକାଳେ ମଧ୍ୟ ଦମକଳର ଗାଡି ଲାଗିଥିଲା।ସେମାନେ ମଧ୍ୟ ପାଣି ନିଷ୍କାସନ କରିବାପାଇଁ ଚେଷ୍ଟା କରୁଛନ୍ତି।

ପାଣି ଯେଉଁ ସ୍ଥାନରେ ବ୍ଲକ କରି ଅଛି ଯଦି ବି ଏମ ସି କି ପ୍ରଶାସନ ଚାହିଁବ ତେବେ ତାହାକୁ ହଟେଇଦେଇ ପାରିବ।ଯେବେ ପର୍ଯ୍ୟନ୍ତ ମ୍ୟାସନାଲ ହାଇ ୱେ ନଥିଲା ମନ୍ଦିରରେ କୌଣସି ପାଣି ପ୍ରବେଶ କରୁ ନଥିଲା କିନ୍ତୁ ଯେବେଠାରୁ ନ୍ୟାସନାଲ ହାଇୱେ ହେଲା ମନ୍ଦିରରେ ପାଣି ପ୍ରବେଶ କରୁଛି।

Leave a Reply

Your email address will not be published. Required fields are marked *