ଲଘୁଚାପ ନେଲା ଭୟଙ୍କର ଅବପାତ ରୁପ,Impact ରେ ଆଜି ଦିନ ସାରା ଓଡିଶା ରେ ପ୍ରବଳ ବର୍ଷା ସହ ହେବ ଭୟାନକ ପବନ,ଟ୍ୱିନ City ରେ ଆଜି ବୁଡିବ ସହର

Spread the love

ସାଙ୍ଗମାନେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳୁଚି କି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଏବେ ଅବପାତର ରୂପ ନେଇ ସାରିଛି।ପ୍ରଥମ ଥର ପାଇଁ ଆଠୋଟି ଜିଲ୍ଲାକୁ ରେଡ ୱାର୍ନୀଙ୍ଗ ଜାରି କରାଯାଇଛି।କିଛି ଜିଲ୍ଲାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲାଣି।କିଛି ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଲାଣି।ଯଦି ବର୍ଷା ଲଗାତାର ଲାଗି ରୁହେ ତେବେ ପରିସ୍ଥିତି ଅସମ୍ଭାଳ ହୋଇଯିବ। ତ କେଉଁ ଜିଲ୍ଲା ମାନଙ୍କରେ କେତେ ପ୍ରବଳ ବର୍ଷା ଆସନ୍ତା କାଲି ଢାଳିବ

ଆଉ କେଉଁ କେଉଁ ଜିଲ୍ଲା ମାନଙ୍କୁ ରେଡ ୱାର୍ଣି ଜାରି କରାଯାଇଛି ଓ ଏହି ଅବପାତ ଜନିତ ବର୍ଷା କଣ କ୍ଷୟକ୍ଷତି କରିପାରେ ଓ ସବୁଠୁ ବଡ କଥା ହେଉଛି ଆଜି ଯେତେବେଳେ ଲଘୁଚାପଟି ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ ତେବେ ପବନର ବେଗ ୬୦ ରୁ ୭୦ କିମି ରହିପାରେ।ତେବେ ଏସବୁ ଜାଣିବା ପାଇଁ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଙ୍ଗୋସାଗରରେ ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି।ଗତକାଲି ତାହା ୱେଲମାର୍କ ଲୋ ପ୍ରେସରରେ ଥିଲା ଓ ଏହା ଅବପାତର ରୂପ ନେବା ପରେ ଖୁବ ମାତ୍ରାରେ ବର୍ଷା ହେବ, ପବନର ବେଗ ମଧ୍ୟ ବୃଦ୍ଧି ପାଇବ।ଏହା ଉତ୍ତର ଓଡ଼ିଶା ଆଡ଼କୁ ଗତି କରିବା ସମୟରେ ପବନର ବେଗ ବହୁ ମାତ୍ରାରେ ବୃଦ୍ଧି ପାଇବ।

ଏଥିପାଇଁ ପାଖାପାଖି ଆଠୋଟି ଜିଲ୍ଲାକୁ ରେଡ ୱାର୍ଣିଂ ଜାରି କରାଯାଇଛି।ତେବେ ଏହା ସହିତ ଆଉ କିଛି ଜିଲ୍ଲା ମାନଙ୍କୁ ଅରେଞ୍ଜ ୱାର୍ଣିଂ ମଧ୍ୟ ଜାରୀ କରାଯାଇଛି।କଟକ,ପୁରୀ, ଭୁବନେଶ୍ଵର, ଜଗତସିଂହପୁର କିମ୍ବା ସହରିଆ ଅଞ୍ଚଳ ମାନଙ୍କରେ ସେ ସବୁ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।

ସୁନ୍ଦରଗଡ଼,କେନ୍ଦୁଝର,ମୟୂରଭଞ୍ଜ,ବଲାଙ୍ଗୀର,ସୋନପୁର, ଝାରସୁଗୁଡ଼ା,ଦେବଗଡ଼,ଅନୁଗୁଳ,ଗଜପତି,ଗଞ୍ଜାମ,କନ୍ଧମାଳ କୋରାପୁଟ, ନବରଙ୍ଗପୁର ଏହି ସବୁ ଜିଲ୍ଲା ମାନଙ୍କୁ ୟେଲୋ ଓ ଅରେଞ୍ଜ ୱାର୍ଣିଂ ଜାରୀ କରାଯାଇଛି।ଏଠାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ।ତେବେ ୫ଟି ଜିଲ୍ଲା ମାନଙ୍କୁ ରେଡ ୱାର୍ଣିଂ ଜାରି କରାଯାଇଛି।

ସେଗୁଡିକ ହେଲା ଯାଜପୁର,କେନ୍ଦ୍ରାପଡ଼ା ଜଗତସିଂହପୁର,କଟକ,ଖୋର୍ଦ୍ଧା,ପୁରୀ,ଢେଙ୍କାନାଳ।ଏହି ସବୁ ଜିଲ୍ଲା ମାନଙ୍କରେ ଜଳବନ୍ଦୀ ପରିସ୍ଥିତି ସାଂଘାତିକ ହୋଇପାରେ। ପବନର ବେଗ ୬୦ ରୁ ୭୦ କିମି ବେଗରେ ରହିପାରେ।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ସମୟରେ ଆପଣ ଯଥା ସମ୍ଭବ ଘରୁ ବାହାରନ୍ତୁ ନାହିଁ।ଏସଆରସିଙ୍କ କାର୍ଯ୍ୟାଳୟ ତରଫରୁ ଏହି ସବୁ ଜିଲ୍ଲା ମାନଙ୍କର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି।ମତ୍ସ୍ୟଜୀବୀ ମାନଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *