ସେପ୍ଟେମ୍ୱର ୧ ରୁ ଲାଗୁହେଲା ନୂଆ ନିୟମ ଗୁଡିକ,ଆପଣଙ୍କର Bank ରେ ଖାତା ଥିଲେ ଏହି କଥା ନିଶ୍ଚୟ ପଢ଼େନାତୁ ନହେଲେ ହଇରାଣ ହେଇଯିବେ ଆପଣ

Spread the love

ପ୍ରତ୍ୟେକ ମାସର ଆରମ୍ଭରେ କିଛି କିଛି ନୂଆ ନିୟମ ଲାଗୁ ହେଉଛି।ସେହିପରି ଭାବରେ ସେପ୍ଟେମ୍ୱର ମାସ ପହିଲାରୁ କିଛି କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି।ଏହା ସହିତ ସମସ୍ତ ପୁରୁଣା ନିୟମରେ କିଛି କିଛି ପରିବର୍ତ୍ତନ ହେବାକୁ ଯାଉଛି।ଏହା ସହିତ ଏହି ସମସ୍ତ ନିୟମରେ ପରିବର୍ତ୍ତନ ହେବା ଫଳରେ ସମସ୍ତ ବ୍ୟକ୍ତିଙ୍କୁ କିଛି କିଛି ଲାଭ ମିଳିବାକୁ ଯାଉଛି।ଏହା ସହିତ କିଛି ପରିମାଣରେ କ୍ଷତି ମଧ୍ଯ ସହିବାକୁ ପଡ଼ିବ ବୋଲି ଜଣା ପଡିଛି।ଏହା ସହିତ ଏହି ସମସ୍ତ ନିୟମ ସମ୍ପର୍କରେ ଆମେ ସମସ୍ତେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛେ।

ତେବେ ଏହି ସମସ୍ତ ନିୟମ ମଧ୍ୟରେ ପ୍ରଥମ ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସୁଧ ହାରରେ ହ୍ରାସ।ଏହା ସହିତ ସୂଚନା ଅନୁସାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ସୁଧ ହାରରେ ହ୍ରାସ କରିବାକୁ ଯାଉଛି।ଆଗାମୀ ସମୟରେ ସମସ୍ତ ଜମାକାରୀ ମାନେ ପୂର୍ବରୁ ଯେଉଁ ସୁଧ ମିଳୁଥିଲା ସେହି ସୁଧ ଠାରୁ କମ ତାଙ୍କ ପାଇବାକୁ ଯାଉଛନ୍ତି।ତେବେ ଶୁଣା ଯାଉଛି କି ଏହା କରିବାର କାରଣ ହେଉଛି ଏହି ମହାମାରୀ ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଅନେକ କ୍ଷତି ସହିବାକୁ ପଡୁଛି ସେଥିପାଇଁ ବ୍ୟାଙ୍କ ଏହିଭଳି ନିଷ୍ପତି ନେଇଛି।

ଏହା ସହିତ ଏହି ନିୟମ ବ୍ୟାଙ୍କରେ ଚାଲୁ ରହିଥିବା ସମସ୍ତ ଖାତା ସହିତ ନୂତନ ଭାବରେ ଖୋଲା ଯାଇଥିବା ସମସ୍ତ ଖାତା ଉପରେ ଲାଗୁ ହେବ ବୋଲି ସୂଚନା ମିଳିଛି।ତେବେ ପୂର୍ବରୁ ଏହି ସମସ୍ତ ଖାତା ଉପରେ ବାର୍ଷିକ ପ୍ରାୟ ୩ ପ୍ରତିଶତ ସୁଧ ମିଳୁଥିବା ବେଳେ ଏହା ହ୍ରାସ ପାଇ ୨.୯ ପ୍ରତିଶତ ହୋଇ ଯିବ ବୋଲି ସୂଚନା ମିଳିଛି।ଏହା ସହିତ ଅନ୍ୟ ଏକ ବଡ଼ ଖବର ହେଉଛି ପି ଏନ ୟୁ ଏ ଏ ସହିତ ଆଧାର ଲିଙ୍କ ବାଧ୍ୟତାମୂଳକ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି।ଏହା ସହିତ ଏହି ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇ ସାରିଛି।

ତେବେ ସୂଚନା ଅନୁସାରେ ଏହା ପ୍ରଥମେ ମେ ୩୧ ତାରିଖ ଭିତରେ କରିବା ପାଇଁ ବାଧ୍ୟତାମୂଳକ ଥିଲା।ଏହାପରେ ଏହି ସମୟ ଅବଧିକୁ ବଢାଇ ଦିଆଯାଇ ଅଗଷ୍ଟ ୩୧ କରି ଦିଆ ଯାଇଛି।ଯଦି ଏହି ସମୟ ଅବଧି ମଧ୍ୟରେ ଆଧାର ଲିଙ୍କ ନ କରାଯାଏ ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।ଏହା ସହିତ ଜି ଏସ ଟିରେ ମଧ୍ୟ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି।ବେପାରୀ ମାନଙ୍କୁ ଆଗାମୀ ସମୟରେ ଅନେକ ନୂଆ ନିୟମର ସାମ୍ନା କରିବାକୁ ପଡ଼ିବ।

ଏହା ସହିତ ବଢ଼ିବାକୁ ଯାଉଛି ଗ୍ୟାସ ସିଲିଣ୍ଡର ଦର।ତେବେ ଆଗାମୀ ସମୟରେ ଗ୍ୟାସ ସିଲିଣ୍ଡର ଦରରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି।ତେବେ ପ୍ରତି ମାସର ଆରମ୍ଭରେ ଗ୍ୟାସ ଦରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି।ପ୍ରତି ମାସରେ ଆରମ୍ଭରେ ହୁଏତ ଗ୍ୟାସ ଦରରେ ବୃଦ୍ଧି ଘଟିଥାଏ କିମ୍ବା ଦରରେ ହ୍ରାସ ଘଟିଥାଏ।ତେବେ ଏହି ମାସର ଆରମ୍ଭରେ ମଧ୍ୟ ଗ୍ୟାସ ଦରରେ କିଛି ମାତ୍ରାରେ ହ୍ରାସ ବୃଦ୍ଧି ଘଟିବାର ମଧ୍ୟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *