କରୋନା ମହାମାରିରୁ ବଞ୍ଚିବା ପାଇଁ ଲେମ୍ବୁ ରସକୁ ଏହିପରି ଭାବରେ ବ୍ୟବହାର କରନ୍ତୁ – ଏପରି ନିଶ୍ଚୟ ଆପଣଙ୍କ ସହାୟକ ହେବ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଲେମ୍ବୁ ଖାଇବା ଦ୍ୱାରା ଆପଣଙ୍କୁ କଣ ଲାଭ ମିଳିଥାଏ ଏବଂ ଏହା ଦ୍ୱାରା ଆପଣଙ୍କର କେଉଁ ସବୁ ଉପକାର ହୋଇଥାଏ?ଏହି ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହିଆ ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଲେମ୍ବୁର ଅନେକ ବିଶେଷ ଗୁଣ ବିଷୟରେ।ଲେମ୍ବୁ ହେଉଛି ଏକ ଖଟା ଜାତୀୟ ଫଳ।ଏହାର ଅନେକ ଉପକରିତା ରହିଛି।

ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ଲେମ୍ବୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଆପଣ ପ୍ରାୟତଃ ଘରେ ଘରେ ଅନେକ ଜାଗାରେ ଲେମ୍ବୁର ବ୍ୟବହାର କରୁଥିବେ କିନ୍ତୁ କଣ କରିବା ଦ୍ୱାରା ଆପଣ ଏହାର ବିଶେଷ ଲାଭ ପାଇବେ?ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଯଦି ଆପଣଙ୍କ ଜ୍ୱର ସମୟରେ ଲେମ୍ବୁରସ ପାନ କରନ୍ତି ତେବେ ଆପଣଙ୍କ ଶରୀରର ଉଷ୍ମତା କମ ହୋଇଥାଏ।ଏହା ସହିତ ଆପଣଙ୍କ ଜ୍ୱର ମଫଷ କମିଯାଇଥାଏ।ଲେମ୍ବୁର ଏପରି ବିଶେଷ ଗୁଣ ରହିଛି ଯାହା ଆପଣଙ୍କ ଶରୀରକୁ ଅଦରକାରୀ ପଦାର୍ଥ ଝାଳ ଆକାରରେ ଶରୀରରୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ।ଏଥିପାଇଁ ଅତି ଶୀଘ୍ର ଆପଣଙ୍କ ଜ୍ୱର ମଧ୍ୟ କମିଯାଇଥାଏ।

ଯଦି କୀଟ ପତଙ୍ଗ ଆପଣଙ୍କ ଶରୀରକୁ କାମୁଡି ଥାନ୍ତି ତେବେ ଆପଣ ସେହି କାମୁଡି ଥିବା ସ୍ଥାନରେ ଲେମ୍ବୁ ଘଷିବା ଆରମ୍ଭ କରିଦିଅନ୍ତୁ।ଦେଖିବେ ଏହାଦ୍ୱାରା ଆପଣଙ୍କୁ ଆରାମ ମଧ୍ୟ ମିଳିବ।ନିୟମିତ ଲେମ୍ବୁ ସର୍ବତ ପାନ କରିବା ଦ୍ୱାରା ଯକୃତର ଅଦରକାରୀ ପଦାର୍ଥ ବାହାରକୁ ଚାଲିଯାଇଥାଏ।ଏବଂ ଏହା ଦ୍ୱାରା ଆପଣଙ୍କ ଯକୃତ ସୁସ୍ଥ ମଧ୍ୟ ରହିଥାଏ।ଲେମ୍ବୁ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।କାରଣ ଏଥିରେ ୬୦ରୁ ଉର୍ଦ୍ଧ୍ବ ଜୀବାଣୁ ନାଶକ ଗୁଣ ରହିଥାଏ।ଏବଂ ବର୍ତ୍ତମାନ ଯେଉଁ କରୋନା ମହାମାରୀ ଚାଲିଛି ଏହି ସମୟରେ ଆପଣଙ୍କ ଇମ୍ୟୁନିଟିର ଅତ୍ୟନ୍ତ ଆବଶ୍ୟକତା ରହିଛି ଏଥିପାଇଁ ଆପଣ ପ୍ରତିଦିନ ଲେମ୍ବୁର ସେବନ କରନ୍ତୁ।ଏହାକୁ ଆପଣ ସର୍ବତ କରି ପିଅନ୍ତୁ ବା ଭାତରେ ବା ପଖାଳରେ ଯେଉଠରେ ଚାହୁଁଛନ୍ତି ସେଠାରେ ବ୍ୟବହାର କରନ୍ତୁ।

ଏଥିରେ ଭିଟାମିନ ସିର ପରିମାଣ ଭରପୁର ମାତ୍ରାରେ ରହିଥାଏ।ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।ନିୟମିତ ଲେମ୍ବୁ ଖାଇବା ଦ୍ୱାରା ଏହା ଆପଣଙ୍କ ହୃଦରୋଗ ଜନିତ ସମସ୍ୟା ମାନ ଦୂର କରିଥାଏ।ପ୍ରତ୍ୟେକ ଦିନ ଯଦି ଆପଣ ଖାଇବା ବା ଶୋଇବା ପୂର୍ବରୁ ଅଧା ଚାମଚ ଲେମ୍ବୁର ରସ ଔଷଧ ଭଳି ବ୍ୟବହାର କରନ୍ତି ତେବେ ଆପଣଙ୍କ ଶ୍ୱାସ ରୋଗ ଭଲ ହୋଇଜାଇଥାଏ।

ଲେମ୍ବୁ ରସ ଚର୍ମରେ ଚମକ ଆଣିଥାଏ।ଏଥିପାଇଁ ଅନେକ ବ୍ୟକ୍ତି ଲେମ୍ବୁକୁ ମୁହଁରେ ଘଷିଥାନ୍ତି ଏହା ସହିତ ଚର୍ମରେ ଯେକୌଣସି ଦାସଗ ବା ବ୍ରଣ ଥାଏ ତାହା ଲେମ୍ବୁ ଦ୍ୱାରା ଦୂର ହୋଇଥାଏ।ଦୁଇ ପାଖୁଡା ରସୁଣ ସହିତ ଦିନକୁ ୪-୫ ଥର ଲେମ୍ବୁର ରସ ସେବନ କରିବାଦ୍ୱାରା କଫ,କାଶ ଏବଂ ଥଣ୍ଡା ଆଦି ଭଲ ହୋଇଥାଏ।ଏଥିପାଇଁ ଆପଣ ନିଜର ଦୈନଦିନ ଜୀବନରେ ଲେମ୍ବୁର ରସ ନିଶ୍ଚିତ ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *