ବୈଜ୍ଞାନିକ ମାନେ ପ୍ରମାଣ କଲେ ରାମାୟଣ କାଳ୍ପନିକ ନଥିଲା ଥିଲା ସତ୍ୟ ଘଟଣା – ମିଳିଗଲା ଏହି ବଡ ପ୍ରମାଣ

Spread the love

ଦୁନିଆରେ ଏପରି କିଛି ତଥ୍ୟ ଆଜିବି ରହିଛି ଯାହା ପ୍ରମାଣ କରିଦେଉଛି ରାମାୟଣ କଥା ଏକ କାଳ୍ପନିକ କଥା ନୁହେଁ ମାତ୍ର ତାହା ସତ୍ୟ।ବହୁତ ଲୋକ ଏହାକୁ କେବଳ କାଳ୍ପନିକ ବୋଲି କହିଥାନ୍ତି।କିନ୍ତୁ ରାମ ସେତୁ ଠାରୁ ଧରି ରାବଣର ମହଲ ପର୍ଯ୍ୟନ୍ତ ଏବଂ ଭଗବାନ ହନୁମାନଙ୍କ ବାସ୍ତବରେ ଥିବାର କିଛି ପ୍ରମାଣ ଆଜି ଖୋଜାହୋଇସାରିଛି।ଆଜିର ଏହି ଆର୍ଟିକିଲରେ ଆମେ ସେହିସବୁ ବିଷୟରେ ଜାଣିବା ଯାହାକୁ ଜାଣିବାପରେ ଆପଣଙ୍କୁ ମଧ୍ୟ ବିଶ୍ୱାସ ହୋଇଯିବ ରାମାୟଣ କେବେଳ ଏକ କାଳ୍ପନିକ କଥାନୁହଁ ମାତ୍ର ଏହା ସତ୍ୟ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

ରାମସେତୁ ଯାହା ଭାରତ ଏବଂ ଶ୍ରୀଲଙ୍କାକୁ ଏକ ପୋଲୋ ଭଳି ଯୋଡି ରଖିଛି ରାମାୟଣ ଏବଂ ପ୍ରଭୁ ଶ୍ରୀରାମଙ୍କ ଉପସ୍ଥିତର ଏହା ସବୁଠାରୁ ବଡ଼ ପ୍ରମାଣ ଅଟେ।ସମୁଦ୍ର ଉପରେ ଶ୍ରୀଲଙ୍କା ପର୍ଯ୍ୟନ୍ତ ହୋଇଥିବା ଏହି ସେତୁର ବର୍ଣ୍ଣନା ରାମାୟଣ କଥାରେ ହୋଇଥିଲା।ଆଜି ଏହି ସେତୁକୁ ମଧ୍ୟ ଖୋଜାଯାଇଛି।ଏହି ସେତୁ ପଥରରେ ତିଆରି ହୋଇଛି ଏବଂ ଏହି ପଥର ପାଣିରେ ଭାସୁଛି।କିନ୍ତୁ ଆଜି ଏହି ସେତୁ ଅଦୃଶ୍ୟ ହୋଇଯାଇଛି।ଲୋକମାନେ ସମୁଦ୍ରର ଲହଡିରେ ଏହି ସେତୁରେ ଥିବା କିଛି ପଥର ଭାସିଯାଇ ଅଲଗା ଅଲଗା ହୋଇଯାଇଛି।ଯଦି ଆପଣ ଗୁଗୁଲ ମ୍ୟାପରେ ଦେଖନ୍ତି ତେବେ ଏହି ସେତୁ ସଫା ସଫା ଦେଖାଯାଉଛି।

ବୈଜ୍ଞାନିକ ମାନେ ଯେତେବେଳେ ଏହି ସେତୁର ପଥର ଗୁଡିକର ପରୀକ୍ଷା କରି ଦେଖିଲେ ସେ କହିଲେଯେ ଏଥିରେ ଲାଗିଥିବା ପଥର ବହୁତ ବିଚିତ୍ର ଏବଂ ଲକ୍ଷ ଲକ୍ଷ ବର୍ଷ ପୁରୁଣା ପଥର ଅଟେ।କୋବ୍ରା ହୁଡ଼ ଗୁମ୍ଫା ଶ୍ରୀଲଙ୍କା ସେହି ଗୁମ୍ଫା ଅଟେ ଯେଉଁଠାରେ ମାତା ସୀତାଙ୍କୁ ରଖାଯାଇଥିଲା।ଏହି ଗୁମ୍ଫାକୁ ପରୀକ୍ଷା କରିବା ଦ୍ୱାରା ଏହା ପ୍ରମାଣ ହୋଇଗଲା ଯେ ଏହା ଶତ ପ୍ରତିଶତ ପ୍ରକୃତିକ ଅଟେ।ପୁରାଣ କଥା ଅନୁସାରେ ଏହା ସେହି ସ୍ଥାନ ଯେଉଠରେ ମାତା ସୀତାଙ୍କୁ ଅସୁର ମାନେ ବନ୍ଦୀକରି ରଖିଥିଲେ।ଏହି ଗୁମ୍ଫାରେ ଏପରି ଅନେକ ଚିତ୍ର ଅଙ୍କା ଯାଇଛି ଯାହା ଲକ୍ଷ ଲକ୍ଷ ବର୍ଷର ପୁରୁଣା ଚିତ୍ର।ଏହା ରାମାୟଣର କାହାଣୀକୁ ଦର୍ଶାଉଛି।

ଲଙ୍କା ଜଳିବାର ଘଟଣା।ରାମୟଣ କଥା ଅନୁସାରେ ଭଗବାନ ହନୁମାନ ସମ୍ପୂର୍ଣ୍ଣ ଲଙ୍କାକୁ ଜାଳିଦେଇଥିଲେ ଏବଂ ତାହା ସମ୍ପୂର୍ଣ୍ଣ ଜଳିଯାଇଥିଲା।କିନ୍ତୁ ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେହି ଜଳିଥିବା ଅଂଶର ଅବଶେଷ ଆଜି ମଧ୍ୟ ମିଳିଛି।ଅନୁସନ୍ଧାନ କାରିମାନେ ଯେତେବେଳେ ଏହାର ଯାଞ୍ଚ କଲେ ସେ ଏହା ଜାଣିବାକୁ ପାଇଲେ ଯେ ଯେଉଁ ଜାଗାରେ ରାବଣର ଲଙ୍କା ଥିବାର ଆଶଙ୍କା କରାଯାଉଥିଲା ସେହି ସ୍ଥାନର ମାଟି ଜାଳି ପାଉଁଶ ହୋଇଯାଇଛି।ଯେପରି କେଉଁ ଏକ ଧାତୁ ଜଳିଗଲେ ହୋଇଥାଏ।

ରାମସେତୁ ଏକ ଏପରି ପୋଲ ଥିଲା ଯାହାରପଥର ପାଣିରେ ଭାସୁଥିଲା।ସୁନାମି ପରେ ରାମେଶ୍ୱରର ସେହି ପଥର ଅଲଗା ଅଲଗା ହୋଇ କୂଳରେ ଲାଗିଥିଲା।ଅନୁସନ୍ଧାନ କାରୀମାନେ ଯେତେବେଳେ ସେହି ପଥର ପୁନର୍ବାର ପାଣିକୁ ଫୋପାଡି ଥିଲେ ଅଭୂତ ଭାବରେ ସେହି ପଥର ପାଣିରେ ଭାସୁଥିଲା।କିନ୍ତୁ ସେଠାରେ ଥିବା ଅନ୍ୟ ପଥର ପାଣିରେ ଭାସୁନଥିଲା।ତେବେ ଏହା କିଛି ପ୍ରମାଣ ରହିଛି ଯାହା ଦର୍ଶାଉଛି ରାମାୟଣ ଥିଲା ଏକ ସତ୍ୟ ଘଟଣା।

Leave a Reply

Your email address will not be published. Required fields are marked *