ଓଡ଼ିଆ ହିରୋଇନ ଲିପି ମହାପାତ୍ରଙ୍କ ବିଷୟରେ ଏହି ଅଜଣା କଥା ଆପଣ କେବେ ମଧ୍ୟ ଜାଣି ନଥିବେ – ଏହି ବଡ ଓଡ଼ିଆ ଅଭିନେତ୍ରୀ ଙ୍କ ଅସଲ ଝିଅ ଅଟନ୍ତି ଲିପି – ଦେଖନ୍ତୁ କିଏ ସେ ବଡ ଅଭିନେତ୍ରୀ

Spread the love

ବନ୍ଧୁମାନେ ଆପଣ ସମସ୍ତେ ଓଡ଼ିଆ ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ ତ ନିଶ୍ଚିତ ଚିହ୍ନି ଥିବେ।ତେବେ ଲିପି ମହାପାତ୍ର ଓଡ଼ିଆ ସିନେମା,ଧାରାବାହିକ ଓ ଆଲବମ ଜଗତର ଏକ ବହୁତ ଲୋକପ୍ରିୟ ଅଭିନେତ୍ରୀ।ତେବେ ତାଙ୍କ ଜୀବନର କିଛି ଅକୁହା କଥା ରହିଛି।ଯେପରିକି ସେ କେବେ ଜନ୍ମ ନେଇଥିଲେ, କଣ ତାଙ୍କର ରୁଚି,ତାଙ୍କ ପାଠପଢା ଏହିଭଳି ଅନେକ କଥା ରହିଛି ଯାହା ଆପଣମାନେ ଜାଣି ନଥିବେ।ତେବେ ଆସନ୍ତୁ ସେହି ସବୁ ବିଷୟରେ ଜାଣିବା।ସେଥିପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ଲିପି ୨୦ ଜାନୁଆରୀରେ ଜନ୍ମ।ତେଣୁ ଲିପି ମହାପାତ୍ରଙ୍କ ସମର୍ଥକମାନେ ୨୦ ଜାନୁଆରୀରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଭୁଲିବେ ନାହିଁ।ସେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ମାଆଙ୍କର ନାମ ବନ୍ଦନା ମହାପାତ୍ର।ଲିପିଙ୍କ ମାଆ ଜଣେ ବହୁତ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ।ସେ ଅନେକ ଓଡ଼ିଆ ଭଜନ ଓ ଧାରାବାହିକରେ ଅଭିନୟ କରିଛନ୍ତି।ତେବେ ଏହା ସହ ଲିପି ମହାପାତ୍ରଙ୍କ ବାପାଙ୍କ ନାମ ଏବେ ଯାଏଁ ସ୍ପଷ୍ଟ ଭାବରେ ଜଣା ପଡିନାହିଁ।ତେବେ ତାଙ୍କର ବାପା ଜଣେ ପୋଲିସ ଅଧିକାରୀ।ଲିପି ମଧ୍ୟ ପିଲାବେଳେ ତାଙ୍କ ବାପାଙ୍କ ପରି ଏକ ଆଇପିଏସ ଅଫିସର ହେବାକୁ ମନସ୍ଥ କରିଥିଲେ।ଏହା ସହ ଲିପିଙ୍କ ପରିବାରରେ ତାଙ୍କର ଏକ ନିଜ ଭାଇ ଅଛି।

ଲିପି ନିଜ ପଢ଼ାପଢ଼ି ବ୍ରହ୍ମପୁରସ୍ଥିତ ମହାମାୟୀ ମହିଳା ବିଦ୍ୟାଳୟରେ କରିଥିଲେ।ସେ ପିଲାବେଳୁ ଏହିଠାରେ ହିଁ ପଢ଼ିଥିଲେ।ଏହାପରେ ସେ ନିଜର ଗ୍ରାଡୁଏସନ ଉତ୍କଳ ବିଶ୍ୱବିଦ୍ୟାଳୟରେ କରିଥିଲେ।ଲିପି ନିଜ ଖାଲି ସମୟ ନିଜ ପରିବାର ସହ ବିତାଇବାକୁ ପସନ୍ଦ କରିଥାନ୍ତି।ଏହା ସହ ସେ ନିଜ ସାଙ୍ଗମାନଙ୍କ ସହ ବୁଲାବୁଲି କରିବାକୁ ବହୁତ ଭଲ ପାଇଥାନ୍ତି।ତେବେ ଲିପି ଙ୍କ ମଧ୍ୟ ଅନେକ ଲୋକପ୍ରିୟ ସିରିୟଲ ରେ କାମ କରୁଛନ୍ତି ଆପଣ ନିଶ୍ଚୟ ଦେଖି ଥିବେ

ତେବେ ଲିପିଙ୍କର ମାଆ ତାଙ୍କୁ ଅଭିନୟ କରିବା ପାଇଁ ଉତ୍ସାହିତ ଓ ପ୍ରେରିତ କରିଥିଲେ।ତେଣୁ ସେ ପିଲାଟି ଦିନରୁ ହିଁ ନିଜକୁ ଅଭିନୟ ପ୍ରତି ଉତ୍ସର୍ଗ କରି ଦେଇଥିଲେ।ପ୍ରଥମେ ସେ ଟିଭିରେ ଆନକରିଂ କରି ଅଭିନୟ ଦୁନିଆକୁ ଆସିଥିଲେ।ଏହାପରେ ସେ ଓଡ଼ିଆ ଆଲବମ କରିଥିଲେ।ତାଙ୍କର ଆଲବମରେ ଅଭିନୟ ଲୋକମାନଙ୍କ ମନକୁ ବହୁତ ଛୁଇଁ ଥିଲା।ତେବେ ସେ ୭୦୦ରୁ ଅଧିକ ଆଲବମରେ କାମ କରିଛନ୍ତି।ଏହା ଏକ ବହୁତ ବଡ଼ ଉପଲବ୍ଧି।ସେଥିପାଇଁ ତାଙ୍କୁ ଓଡ଼ିଆ ସିନେମା ଜଗତରେ ଆଲବମ କୁଇନ ବୋଲି କୁହାଯାଏ।ବାବୁକେ ଉଠା ମେରେ ବାବୁକେ ଉଠା, ରହ ରହ ତୋ ବୋଉକୁ କହୁଛି ଏଭଳି ଅନେକ ଆଲବମରେ ସେ କାମ କରିଛନ୍ତି।

ଏବେ ସେ ଓଡ଼ିଆ ସିନେମା ଓ ଧାରାବାହିକରେ ଅଭିନୟ କରୁଛନ୍ତି।ଲିପି ପଶୁପକ୍ଷୀମାନଙ୍କୁ ବହୁତ ଭଲ ପାଇଥାନ୍ତି।ସେ ୨୦୧୭ ମସିହାରେ ଓଡ଼ିଆ ଫିଲ୍ମଫୈରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ ହେଇଥିଲେ।ସେ ଓଡ଼ିଆ ସିନେମା ଜଗତରେ ଡାଡି,ତୁ ମୋ ପାଇଁ, ଓମ ଶାନ୍ତି ଓମ ଆଦି ସିନେମାରେ କାମ କରିଛନ୍ତି।ଏହିପରି ଅଳ୍ପ ବହୁତ କାମ କରି କରି ଲିପି ଓଡ଼ିଶାର ଦର୍ଶକଙ୍କ ମନକୁ ସମ୍ପୂର୍ଣ୍ଣ ରୂପେ ଜିତି ପାରିଥିଲେ।

Leave a Reply

Your email address will not be published. Required fields are marked *