ଜବକାର୍ଡର ଲିଷ୍ଟରେ ଆପଣଙ୍କ ନାମ ଅଛି ନା ନାହିଁ କିପରି ଚେକ କରିବେ ?ଏବେ ଜାଣିରଖନ୍ତୁ କଣ କଣ ଲାଭ ସବୁ ମିଳିବ ଏଥିରୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜବ କାର୍ଡ ସମ୍ବନ୍ଧୀୟ କିଛି ତଥ୍ୟ ଜାଣିବା।ଜବ କାର୍ଡ ଉପରେ ଏକ ନୂଆ ଲିଷ୍ଟ ଆସିଯାଇଛି ଏବଂ ଜବ କାର୍ଡ ଧାରୀଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ମିଳିବ।ଏହି ଆର୍ଟିକିଲରେ ଆମେ ଜାଣିବା ଆପଣଙ୍କ ନାମ ଏହି ଜବ କାର୍ଡ ଲିଷ୍ଟରେ ଅଛି କି ନାହିଁ କିପରି ଚେକ କରିବେ।ଏହା ଛଡା କେବେ ଏବଂ କିପରି ଆପଣ ଟଙ୍କା ପାଇବେ ତାହା ଉପରେ ସମ୍ପୂର୍ଣ୍ଣ ଭାବରେ ଚର୍ଚ୍ଚା କରିବା ଏହି ଆର୍ଟିକିଲରେ।ସମ୍ପୂର୍ଣ୍ଣ ତଥ୍ ଜାଣିବା ପାଇଁ ଏହି ଆର୍ଟିକିଲକୁ ଧ୍ୟାନର ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଯଦି ଆପଣଙ୍କ ଜବକାର୍ଡ ଅଛି ଏବଂ ଏହି ଲିଷ୍ଟରେ ନାମ ଅଛିକି ନାହିଁ କିପରି ଜାଣିବା।

ପ୍ରଥମେ ଆମେ ଏହା କହିରଖୁଛୁ ଯେ ଜବ କାର୍ଡ ଲେବର କାର୍ଡ ଦୁଇଟି ଅଲଗା ଅଲଗା ଜିନିଷ ଏହି ଦୁଇଟିର ଅଲଗା ଅଲଗା ଲାଭ ରହିଛି।ଯଦି ଆପଣଙ୍କର ଏହି ଲିଷ୍ଟରେ ନାମ ଅଛି ଆପଣ ଏହାକୁ ନିଜ ମୋବାଇଲରେ ହିଁ ଚେକ କରିପାରିବେ ଏବଂ ଯଦି ଆପଣଙ୍କ ଲିଷ୍ଟରେ ନାମ ଥାଏ ତେବେ ଆପଣ ଦୁଇ ହଜାର ଲେଖାଏଁ ପାଇବେ କିପରି ପାଇବେ ଏବଂ କେବେ ପାଇବେ ତାହା ଆପଣଙ୍କୁ ଆମେ ଲିଷ୍ଟ ଚେକ କରିସାରିବା ପରେ ଜଣାଇବୁ।

ଏଥିପାଇଁ ପ୍ରଥମେ ଆପଣ ନିଜ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଯେକୌଣସି ବ୍ରାଉଜର ସାହାଯ୍ୟରେ ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ ୨୦୦୫ ଅଫିସିଆଲ ୱେବସାଇଟକୁ ଯାଅନ୍ତୁ।ସେହି ୱେବସାଇଟରେ ହିଁ ଆପଣ ଜବ କାର୍ଡର ୨୦୨୦-୨୧ର ଲିଷ୍ଟ ଚେକ କରିପାରିବେ।ଏହି ୱେବସାଇଟ ଖୋଲିବା ପରେ ଏକ ଅପସନ ଥିବ ଜେନେରେଟ ରିପୋଟସ ସେଥିରେ କ୍ଲିକ କରନ୍ତୁ।ଏହାପରେ ଅନେକ ରାଜ୍ୟର ନାମ ଆସିବ।ଏଥିରେ ଆପଣ ଓଡିଶା ସିଲେକ୍ଟ କରନ୍ତୁ।

ସେଥିରେ ଆପଣ ନିଜର ଜିଲା,ପଞ୍ଚାୟତ, ବ୍ଲକ ଏବଂ ବର୍ଷ ସିଲେକ୍ଟ କରନ୍ତୁ।ବର୍ଷରେ ଆପଣ କେଉଁବର୍ଷର ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି ତାହା ସିଲେକ୍ଟ କରନ୍ତୁ।ନିଜର ତଥ୍ୟ ଦେବାପରେ ପ୍ରୋସିଡ଼ ଉପରେ କ୍ଲିକ କରନ୍ତୁ।ଏହାପରେ ଅନେକ ଅପସନ ଆସିଯିବ।ସେଥିରେ ଆପଣ ୪ ନମ୍ବର ଅପସନ ସିଲେକ୍ଟ କରନ୍ତୁ।ଏହା ଥିବ ଲିଷ୍ଟ ଅଫ ୱାର୍କର ଆଧାର ନମ୍ବର।ଏଥିରେ ଆପଣଙ୍କ ପଞ୍ଚାୟତରେ ଯେତେଜଣ ଜବକାର୍ଡ ଧାରୀ ଅଛନ୍ତି ସମସ୍ତିଙ୍କ ଲିଷ୍ଟ ଆସିଯିବ।ସେଥିରେ ଆପଣ ଆପଣଙ୍କ ନାମ ଚେକ କରିପାରିବେ।ଏହା ଆପଣ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଭିତରେ ଖୋଲିପାରିବେ।ଯଦି ଆପଣ ଯେଉଁ ଜବ କାର୍ଡ କରିଛନ୍ତି ତାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ଥିବ ସେହି ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିବ।ଏହା ଲକଡାଉନ ପରେ କରାଯିବ।

Leave a Reply

Your email address will not be published. Required fields are marked *