Malkangiri ବସ ଷ୍ଟାଣ୍ଡ ରେ ସେଦିନ ରାତିରେ ଯାହା ଘଟିଗଲା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ,ଭୟରେ ଥରିବେ ଆପଣ

ସାଙ୍ଗମାନେ ଆଜି ଆମେ ଆଉ ଏକ ବହୁତ ଘଟଣା ବିଷୟରେ ଜାଣିବା।ରାଜେନ୍ଦ୍ର ବୋଲି ଜଣେ ଲୋକ ଏକ ବସଷ୍ଟାଣ୍ଡରେ କୁଲିର କାମ କରିଥାଏ।ସେ ଯେବେ ବି ସକାଳୁ ସକାଳୁ କାମକୁ ବାହାରିଥାଏ ସାଇବାବାଙ୍କର ଆରାଧନା ସହ ପୂଜା ପାଠ କରି ଯାଇଥାଏ।ସବୁ ଦିନ ପରି ସେହି ଦିନ ସେ ମଧ୍ୟ କାମକୁ ଯାଇଥିଲା।କାମ ସରିବା ପରେ ସେ ସେହି ବସଷ୍ଟାଣ୍ଡରେ ଥିବା ଗୋଟିଏ ଚା ଦୋକାନରେ ନିଜ ସାଙ୍ଗମାନଙ୍କ ସହ ଏକାଠି ହୋଇ ଚା ପିଉଥିଲେ।

ତାଙ୍କ ଭିତରୁ ଜଣେ ପଚାରିଲା ଆରେ ରାଜେନ୍ଦ୍ର କାଇଁ ତନ୍ମୟ ତ କାମକୁ ଆସୁନି।ରାଜେନ୍ଦ୍ର କହିଲା କି ମୁଁ ବି ତାଙ୍କୁ କେତେ ଦିନ ହେଲା ଦେଖିନି।ହଠାତ ଆଉ ଗୋଟିଏ ବସ ଷ୍ଟାଣ୍ଡରେ ଲାଗିଲା।ତେଣୁ ସେମାନେ ତାଙ୍କ କାମରେ ଲାଗିଗଲେ।ରାଜେନ୍ଦ୍ର କାମ କରୁ କରୁ ରାତି ପାଖା ପାଖି ୧୧ଟା ବାଜି ଗଲାଣି।ସେ ପ୍ରାୟ ଅଧିକ ରାତି ଯାଏ କାମ କରେ।

ସେଦିନ କାମ ସାରି ସେ ଯେତେବେଳେ ଘରକୁ ଯିବା ପାଇଁ ବାହାରିଲା ହଠାତ ପବନ ହେବାରେ ଲାଗିଲା।କିଛି ସମୟ ପରେ ଘଡ଼ଘଡ଼ି ସହ ବହୁତ ଜୋରରେ ବର୍ଷା ହେବାରେ ଲାଗିଲା।ରାଜେନ୍ଦ୍ର ବର୍ଷା ଛାଡ଼ିବା ଯାଏଁ ଅପେକ୍ଷା କରିଥିଲା କିନ୍ତୁ ବର୍ଷା ଛାଡ଼ୁ ଛାଡ଼ୁ ସାଢେ଼ ବାର ହୋଇଗଲାଣି।ସେ ଯେତେବେଳେ ଘରକୁ ଯାଉଥାଏ ତାକୁ ସେହି ରାସ୍ତାରେ ପଛ ଆଡୁ କିଏ ଜଣେ ଡାକିଲା।

ରାଜେନ୍ଦ୍ର ପଛକୁ ବୁଲି ଦେଖେ କି ଜଣେ ସ୍ତ୍ରୀ ଲୋକ ଦୁଇଟି ବଡ଼ ବଡ଼ ଲଗେଜ ଧରି ଠିଆ ହୋଇଛି।ସେ ରାଜେନ୍ଦ୍ରକୁ କହିଲା କି ତାଙ୍କୁ ତାଙ୍କ ଘର ପାଖରେ ଛାଡ଼ି ଦେଇ ଆସିବା ପାଇଁ ଆଉ ସେ ରାଜେନ୍ଦ୍ର କୁ ୧୦୦୦ ଟଙ୍କା ଦେବେ।ରାଜେନ୍ଦ୍ର ରାଜି ହୋଇ ସ୍ତ୍ରୀ ଲୋକଟିର ଜିନିଷ ପତ୍ର ଧରି ଚାଲିଲା।ସେ ସ୍ତ୍ରୀ ଲୋକ ଜଣଙ୍କ ଆଗରେ ଯାଉଥାନ୍ତି।

ହଠାତ ସେ ସ୍ତ୍ରୀ ଲୋକ ଜଣଙ୍କ ଏକ ଜଙ୍ଗଲ ରାସ୍ତା ଦେଇ ଗଲେ କହିଲେ କି ଏହା ଏକ ଛୋଟ ରାସ୍ତା।କିଛି ବାଟ ଗଲା ପରେ ରାଜେନ୍ଦ୍ର କୁ ପଛ ଆଡୁ ଏକ ଶବ୍ଦ ଶୁଭିଲା ଓ ସେ କହୁଥିଲା କି ମୋ ଲଗେଜ ସେଠାରେ ରଖି ଦିଅ।ଏହା ଶୁଣି ସେ ଯେତେବେଳେ ପଛକୁ ଦେଖେ ସେ ସ୍ତ୍ରୀ ଲୋକଟିର ଭୟଙ୍କର ରୁପ ଦେଖି ସେ ଚମକି ପଡ଼ିଲା।ସେ ସ୍ତ୍ରୀ ଲୋକଟି କହିଲା କି ସେ ବ୍ୟାଗ ଖୋଲି ଦେଖିବା ପାଇଁ।

ସେ ବ୍ୟାଗ ଖୋଲି ଦେଖିଲା କି ସେଥିରେ ତନ୍ମୟର ଅଧା ଅଧା ଶରୀର ତା ଭିତରେ ଅଛି।ସେ ସଙ୍ଗେ ସଙ୍ଗେ ଆଖି ବୁଜି ସାଇବାବାଙ୍କୁ ପ୍ରାର୍ଥନା କଲା ଓ ଆଖି ଖୋଲି ଦେଖେ ତ ସେ ବସଷ୍ଟାଣ୍ଡରେ ଅଛି।ଏହା ପରେ ସେ ଘରକୁ ଯିବାକୁ ଲାଗିଲା।ଘର ଯିବା ବାଟରେ ଠିକ ସେହି ଭଳି ଜଣେ ସ୍ତ୍ରୀ ଲୋକ ତାକୁ ସାହାର୍ଯ୍ୟ ମାଗିଲେ।ଏହା ଦେଖି ସେ ଦୌଡିବାକୁ ଲାଗିଲା ଓ ଦୌଡ଼ି ଯାଇ ତା ଘରେ ପହଞ୍ଚିଗଲା।ତାହେଲେ ସେଦିନ ରାତିରେ ରାଜେନ୍ଦ୍ର ସହ ଯାହା ଘଟିଲା ସେ ସବୁ କଣ ଥିଲା?ତେବେ ଏହାକୁ ଗଳ୍ପ ଆକାର ରେ ଗ୍ରହଣ କରିବା ପାଇଁ ଅନୁରୋଧ,ଏହା କେବଳ ମନୋରଞ୍ଜନ ଭିତିକ ଅଟେ

Leave a Reply

Your email address will not be published. Required fields are marked *