ଦୀର୍ଘ ୩ ମାସ ଇକମୋ ଚିକିତ୍ସା ପରେ ସ୍ତ୍ରୀ Mousumi ଏକା କରି ଚାଲିଗଲେ Basudevpur ଅଭିଷେକ ମହାପାତ୍ର ,ବାହାଘର ହେଇଥିଲା ମାତ୍ର ୮ ଦିନ ଆକ୍ରାନ୍ତ ହେଲେ ସ୍ୱାମୀ,ଏବେ କଣ କରିବେ ମୌସୁମୀ

Spread the love

ଅଧାରେ ରହିଗଲା ସ୍ୱପ୍ନ,ଆରମ୍ଭ ହେଉ ହେଉ ରହିଗଲା ସଂସାର।ସେ ଥିଲେ ପରିବାରର ଏକ ମାତ୍ର ପୁତ୍ର ତେଣୁ ସ୍ବଭାବିକ ଭାବରେ ବାପା ମାଙ୍କର ଥିଲା ଅନେକ ଆଶା ଓ ବିଶ୍ୱାସ।ଥୟ ଧରୁନି ମାର ମନ ଆଜି ସିନା ପୁଅ ବଡ଼ ହୋଇଯାଇଛି କିନ୍ତୁ ଦିନେ ଛୋଟ ବେଳେ ଏହି କୋଳରେ ସେ ତାକୁ କୋଳେଇ କାଖେଇ ବଡ଼ କରିଥିଲେ କିନ୍ତୁ ସବୁ କିଛି ଆଜି ଶେଷ ହୋଇଗଲା।ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକ ଜିଲ୍ଲାର ବାସୁଦେବ ପୁର ଅଞ୍ଚଳର ଅଭିଷେଖ ମହାପାତ୍ର।

କରୋନାରେ ଆକ୍ରାନ୍ତ ହୋଇ ସେ ଗତ ତିନିମାସ ହେବ କୋଲକତାରେ ଇକମୋ ଚିକିତ୍ସାରେ ଥିଲେ।ଗତ ରାତି ୧୦.୪୫ ରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ତାଙ୍କ ମାମୁଁ ରୋସନ ମହାନ୍ତି ସୂଚନା ଦେଇଛନ୍ତି।ଯେବେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏହା ପରେ କରୋନା ଭଲ ହୋଇଯାଇଥିଲା କିନ୍ତୁ ତାଙ୍କ ଫୁସଫୁସ ସଂକ୍ରମଣ ହୋଇଯାଇଥିଲା।

ପରେ ପରେ ତାଙ୍କୁ ଇକମୋ ଚିକିତ୍ସା ଆବଶ୍ୟକ ଥିଲା ଯାହା ଏଠି ନଥିଲା।ପରିବାର ତାଙ୍କ ପାଇଁ ସବୁ କିଛି ବିକ୍ରିକରି ସାରିଥିଲା ଶେଷରେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ତାଙ୍କ ପତ୍ନୀ ଓ ପରିବାର ଲୋକ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ସହାୟତା ଦେଇଥିଲେ ଓ ବହୁତ କଷ୍ଟରେ ତାଙ୍କୁ ଏୟାରଲିପିପଟ କରି ଇକମୋ ଚିକିତ୍ସା ପାଇଁ କଲିକତା ନିଆଯାଇଥିଲା ଓ ଚିକିତ୍ସା କରାଯାଉଥିଲା

କିନ୍ତୁ ଆଜି ସବୁକିଛି ସରିଗଲା।ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ଅଭିଶେଖ ଓମାନରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ଥିଲେ ବାପା ମାଙ୍କର ଏକମାତ୍ର ପୁଅ।ବାହାହେବା ପାଇଁ ମାର୍ଚ୍ଚ ୨୫ ତାରିଖରେ ସେ ଘରକୁ ଆସିଥିଲେ। ମଇ ୮ ରେ ତାଙ୍କର ବିବାହ ହୋଇଥିଲା ସିନା ମାତ୍ର ୮ ଦିନ ଭିତରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ।

ଏହା ପରେ ଜଣାପଡିଥିଲା ସେ କୋଭିଡ ଆକ୍ରାନ୍ତ ଓ ଆରମ୍ଭ ହୋଇଥିଲା ମୃତ୍ୟୁ ସହ ତାଙ୍କର ଲଢେଇ।କୋଭିଡ ମେଡିକାଲରେ ତାଙ୍କୁ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ପରିବର୍ତ୍ତନ ନହୋଇ ଅଧିକ ଖରାପ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ଲଗାତର ୨୩ ଦିନ ଆଇସିଉରେ ରହିବା ପରେ ତାଙ୍କ ଅବସ୍ଥାରେ ପରିବର୍ତ୍ତନ ନହେବା ଦ୍ଵାରା ତାଙ୍କୁ ଇକମୋ ଚିକିତ୍ସା ପାଇଁ ଅନ୍ୟସ୍ଥାନକୁ ନେବାକୁ କହିଥିଲେ ଡାକ୍ତର।

ମାତ୍ର ଇକମୋ ଚିକିତ୍ସା ପାଇଁ ବାଧକ ସାଜିଥିଲା ଅର୍ଥ ଯାହା ପରେ ତାଙ୍କ ନବ ବିବାହିତ ପତ୍ନୀ ଅର୍ଥ ପାଇଁ ସହାୟତା ମାଗିଥିଲେ।ଅଭିଶେଖଙ୍କ ପାଇଁ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିଲା ସେଫ ଅଭିଷେଖ କ୍ୟାମ୍ପେନ।ସାରା ଓଡ଼ିଆ ଏଥିରେ ସାମିଲ ହୋଇଥିଲା ଓ ଏଥିରେ ସୁଫଳ ମଧ୍ୟ ମିଳିଥିଲା।ବିଭିନ୍ନ ଆଡୁ ମିଳିଥିଲା ସହାୟତା ଓ ତାଙ୍କ ଚିକିତ୍ସା ପାଇଁ ଏକ କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା।

ଏୟାରଲିପଟ ପାଇଁ ଆବଶ୍ୟକ ଥିଲା ପାଖାପାଖି ୩୦ ଲକ୍ଷ ଟଙ୍କା।ଲୋକଙ୍କ ସହାୟତା ପରେ ତାଙ୍କୁ ଜୁନ ୯ ତାରିଖରେ ଏୟାରଲିପଟ କରାଯାଇ କଲିକତା ନିଆଯାଇଥିଲା।ସେଠାରେ ଗତ ତିନିମାସ ଚିକିତ୍ସା ହେବା ପରେ ଗତକାଲି ରାତିରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ଅଭିଶେଖ।ତେବେ ଭଗବାନ ତାଙ୍କ ପରିବାର କୁ ଶକ୍ତି ଦିୟନ୍ତୁ ଓ ଅଭିଷେକ ଙ୍କ ଆତ୍ମା କୁ ଶାନ୍ତି ଦିୟନ୍ତୁ ଏହା ଆମର ପ୍ରାଥନା

Leave a Reply

Your email address will not be published. Required fields are marked *