ଆସିଲା ଦୁଃଖ ଖବର,ଶେଷ ହେଲା Maya ସିରିଏଲ,କିନ୍ତୁ ଏହି ଖୁସି ଖବର ନେଇକି ଆସିବେ ସିରିଏଲ ର ଲୋକ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସିରିଏଲ ଦୁନିଆ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ନିହାତି ଭାବରେ ଓଡ଼ିଆ ସିରିଏଲ ଦେଖୁଥିବେ ଏବଂ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ ଆସୁଥିବ।ଏହି ସିରିଏଲ ମଧ୍ୟରୁ ମାୟା ସିରିଏଲ ଅନ୍ୟତମ।

ତେବେ ଆପଣମାନେ ତ ମାୟା ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ।ବର୍ତ୍ତମାନ ସମୟରେ ଏହି ସିରିଏଲର ଫ୍ୟାନ ମାନଙ୍କ ପାଇଁ ଏକ ବହୁତ ବଡ଼ ଦୁଃଖର ଖବର ଆସିଛି।ତବେ ଯାହାକିଛି ସୂଚନା ମିଳିଛି ସେହି ଅନୁସାରେ ନୂଆ ବର୍ଷରେ ନିଜର ଦର୍ଶକ ମାନଙ୍କୁ ବିଦାୟ ଦେବାକୁ ଯାଉଛି ମାୟା ସିରିଏଲ।ଏହି ଦିନ ଟେଲିକାଷ୍ଟ ହେବ ଏହି ମାୟା ସିରିଏଲର ଶେଷ ଏପିଷୋଡ଼।

ଏହି ସିରିଏଲ ଶେଷ ହେବାକୁ ନେଇ ଅନେକ ଦୁଃଖ ବ୍ୟକ୍ତ କରିଛନ୍ତି ଏହାର ଅଭିନେତା ଏବଂ ଅଭିନେତ୍ରୀ ମାନେ।ଏହା ମଧ୍ୟ ପ୍ରଶ୍ନ ଆସିଛିଯେ ନାଗିନ ସିରିଏଲ ପାଇଁ ଏହି ସିରିଏଲର ଆସିବ କି ପାର୍ଟ ୨?ମାୟା ସିରିଏଲର ଏକ ମୁଖ୍ୟ ଚରିତ୍ର ଗାର୍ଗୀ ଅର୍ଥାତ ମମତା ନନ୍ଦ।ସେ ଏହି ସିରିଏଲ ଛାଡିବା ପରେ କମିଯାଇଥିଲା

ଏହି ସିରିଏଲର ଟି ଆର ପି।ଯାହା ଫଳରେ ଏହା ପୁଣିଥରେ ଅନେକ ସଂଘର୍ଷ କରି ଦର୍ଶକ ମାନଙ୍କ ମନ ଜିତିବାକୁ ଚେଷ୍ଟା କରିଥିଲା ମାୟା ସିରିଏଲ।କିନ୍ତୁ ଦିନକୁ ଦିନ ଏହାର ଭିଉ ସହିତ ଟି ଆର ପି ମଧ୍ୟ ହ୍ରାସ ପାଇବାକୁ ଲାଗିଥିଲା।ଏହାର ବଜେଟ ମଧ୍ୟ କମିଯାଇଥିଲା।ଫଳରେ ଏହି ସିରିଏଲକୁ ଆଉ ଏକ ଚାନ୍ସ ଦେଇଥିଲା ତରଙ୍ଗ ଟିଭି।

ଏହାର ଷ୍ଟୋରୀ ଦର୍ଶକଙ୍କୁ ସେତିକି ମାତ୍ରାରେ ପସନ୍ଦ ନଆସିବା କାରଣରୁ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ମାୟା ସିରିଏଲ।ଯେମିତିକି ଆପଣମାନେ ଜାଣିଥିବେ ତରଙ୍ଗ ତାର ଗୋଟେ ପରେ ଗୋଟେ ସିରିଏଲ ଆଣିବାରେ ଲାଗିଛି।ଯଥାକ୍ରମେ ବନ୍ଧନ ଏ ଜନ୍ମ ଜନ୍ମର, ଦେବୀ, ଇନା ମିନା ଡିକା, ଆଶା ଏବଂ ପ୍ରେମର କୁହୁକ।

ତେବେ ଜାନୁଆରୀ ୧୦ ତାରିଖରୁ ମାୟା ସିରିଏଲ ବଦଳରେ ଦେବାକୁ ଯାଉଛି ପ୍ରେମର କୁହୁକ।ଫଳରେ ଜାନୁଆରୀ ୮ ତାରିଖ ସୁଦ୍ଧା ବନ୍ଦ ହେବାକୁ ଯାଉଛି ମାୟା ସିରିଏଲ।ଏହାର କାଷ୍ଟ ଯସ୍ମୀନ ରଥ, ଅର୍ପିତା କର, ମାନସ ଏବଂ ଅମ୍ବିକା ଭଳି କଳାକାର ନିଜର ଶୋକ ବ୍ୟକ୍ତ କରି କହିଛନ୍ତି।ସେମାନେ କହିଛନ୍ତି ଆଶା ନଥିଲା ଏତେ ଶୀଘ୍ର ଆପଣଙ୍କ ନିକଟରୁ ବିଦାୟ ନେବୁ ବୋଲି।ତେବେ ଆମକୁ ଯେତିକି ଭଲ ପାଇବା ଦେଇଥିଲେ ସେତିକି ପ୍ରେମର କୁକୁହ ସିରିଏଲଟିକୁ ଦେବେ।

Leave a Reply

Your email address will not be published. Required fields are marked *