ମାୟାଧର (MAYADHARA) ରୁ ମୀରାଙ୍କ ମନକଥା,ଆଗରୁ କିଭଳି ବିବାହ କରିକି ନିଜର ସଂସାର କରିଥିଲେ,କାହିଁକି ବଦଳିଗଲା ତାଙ୍କ ଜୀବନ କାହାଣୀ…ଦେଖନ୍ତୁ Video

Spread the love

ମୋ ଘରଟା ହଉଚି ବେଗୁନିଆ ନିକଟସ୍ଥ ବରତରା ଗାଁ ରେ,ମୁଁ ମୋ ବାପା ମାଙ୍କର ବଡ଼ ପୁଅ ଥିଲି।ଗୋଟେ ପୁଅ ହେଲେ ଯେମିତି ଖୁସୀ ହୁଅନ୍ତି ପରିବାରରେ ମୋ ପାଇଁ ବି ସେମିତି ଥିଲା,ମୋ ବାପା ଜଣେ ପାଲା ଗାୟକ ଆଉ ମୋ ମା ଗୃହିଣୀ ଥିଲେ।ମୋ ଜେଜେମା ମୋ ନା ମାୟାଧର ରଖିଥିଲା।କାହିଁକି ନା ମଲାବେଳେ ଯେମିତି ମାୟାଧର ଟା ପାଟିରେ ଆସୁ ବୋଲି।ଯେହେତୁ ଘରେ ବଡ଼ ପୁଅ ଥିଲି ବାପା ଭଲ ପାଉଥିଲେ ଆଉ ସବୁ ଆଡ଼େ ପାଲା କୁ ନେଇକି ଯାଇଥିଲେ ଆଉ ମୁଁ ସବୁ ଦେଖୁଥିଲି ଦେଖିବା ପରେ ଆସି ଘରେ ମୁଁ ଅଣ୍ଟା ହଲେଇକି ନାଚୁଥିଲି।

ଛୋଟ ବେଳେ ଏସବୁ ସମସ୍ତଙ୍କୁ ଭଲ ଲାଗୁଥିଲା ହେଲେ ବଡ଼ ହେଲାପରେ ମୁଁ ସ୍କୁଲ ରେ ନା ଲେଖେଇଲି ଭଲ ପଢ଼ୁଥିଲି ମଧ୍ୟ ଆଉ ଭଲ ସ୍ପିଚ ଦିଏ,ଭଲ ଖେଳେ,କିନ୍ତୁ ସମୟ ସହ ମତେ କଣ ପାଇଁ କେଜାଣି ସବୁ ଘରେ ଭାଉଜ, ଖୁଡି ସମସ୍ତ ମା-ଇ-ଚିଆ ଡାକିବାକୁ ଲାଗିଲେ।ଆଉ ମୁଁ ଏକଥା ଯାଇକି ଜେଜେମାଙ୍କୁ ପଚାରିଲି ମା-ଇ-ଚିଆ କଣ ବୋଲି ଆଉ ସେ ମତେ ଗାଲରେ ମାରିଲେ

ଆଉ କହିଲେ ଏସବୁ କିଏ କହିଲା ତତେ? ତା ପରେ ମୁଁ କହିଲି ସେ ପଡିସା ଘର ଭାଉଜ ଆଉ ଜେଜେମା,ଏହା ଶୁଣିବା ପରେ ସେ ମତେ ୮ ବର୍ଷ ବୟସରେ ମଧ୍ୟ ଲଙ୍ଗଳା କରି ଦେଖାଉଥିଲେ କି ମୁଁ ମା-ଇ-ଚିଆ ନୁହଁ ପୁଅ ବୋଲି।ବିଦ୍ୟାଳୟରେ ମଧ୍ୟ ପଢ଼ୁଥିଲା ସମୟରେ ପୁଅ ମାନଙ୍କ ପାଖକୁ ଗଲେ ସେ କୁହନ୍ତି ହେ ମା-ଇ-ଚିଆ ଟା

ବୋଲି ଆଉ ଝିଅ ମାନଙ୍କ ପାଖକୁ ଗଲେ ସେମାନେ କୁହନ୍ତି ହେ ମା-ଇ-ଚିଆ ଟା ବୋଲି।କେହି ସାଙ୍ଗ ହୁଅନ୍ତିନି ମୋ ସହ।ଆଉ ଏସବୁ ଭଲ ଲାଗୁନଥିଲା।ମୋ ବାପାଙ୍କୁ ମଧ୍ୟ ବିଭିନ୍ନ କଥା ଶୁଣାଉଥିଲେ ଲୋକ ଆରେ ତ ପୁଅ ତ ମା-ଇ-ଚିଆଟା ବୋଲି।ତାପରେ ମୁଁ ଭୁବନେଶ୍ୱର ଆସିଲି ଆଉ ଘରେ ପୁରା କହିଦେଇଥିଲେ କି ତୁ ମା-ଇ-ଚିଆ

ଭଳି ହେବୁନି,ଝିଅ ପିଲା ଭଳି କିଛି କରିବୁନାହିଁ।ଆଉ ମୁଁ ଆସିଲି ଆଡ଼ମିଶନ କଲି ନାଚ ସ୍କୁଲ ରେ ଆଉ ପାଠ ମଧ୍ୟ ପଢୁଥିଲି।ଆଉ ସେତେବେଳେ ମତେ କିଛି କିଛି ଇଚ୍ଛା ହେଉଥିଲା କି ସିନ୍ଦୁର ଟିକେ ଲଗାଏ,ଚିଡ଼ି ଟିକେ ପିନ୍ଧେ, ଲିପଷ୍ଟିକ ଟିକେ ଲଗାଏ ହେଲେ ଘରେ ଯେହେତୁ ବାରଣ ଥିଲା ତା ମୁଁ କିଛି କରେ ନାହିଁ।

ମତେ ମୋ ସାଙ୍ଗ ଏମିତି ସେମିତି କଥା କହୁଥିଲା ଏସବୁ ଜାଣିବା ପରେ ଆଉ ପରେ ସେ ପୁଣି କ୍ଷମା ମାଗିଲା ଆଉ ମତେ ଭଲ ଲାଗିଲା,ଯେହେତୁ ବାପା ମତେ ଧମକ ଦଉଥିଲା କି ମରିଯିବି ତୁ ଯଦି ଏମିତି କମ କରିବୁ ତେଣୁ ମୁଁ କିଛି ସେମିତି କାମ କରୁନଥିଲି ହେଲେ ଏବେ ମୁଁ ସବୁଆଡେ ବୁଲା ବୁଲି କରିବା ପରେ ଜାଣିବାକୁ ପାଇଲି

କି ମୁଁ ଏକା ନୁହଁ ମି ଭଳି ବହୁତ୍ ଦୁନିଆରେ ଅଛନ୍ତି।ଆଉ ଏହା ପରେ ମୁଁ ଏମିତି ସବୁ ପିନ୍ଧା ପିନ୍ଧି କଲି ଆଉ ଏହା ଜାଣିବାପରେ ବାପା ମଧ୍ୟ ଗାଳି କରୁଛନ୍ତି।ମୁଁ ଏବେ ମାକୁ ଜଣେଇ ଦେଇଛି କି ମୁଁ ଏମିତି କରୁଛି ମୁ ଏହି ଜାଗାରେ ରହୁଛି ମୁଁ ନାଚ ସ୍କୁଲ ରେ ନା ଲେଖେଇ ଦେଇଛି ବୋଲି।ମୁଁ ଏକଟିଆ ରହୁଥିଲି ମତେ ଦେହ ଖରାପ

ହେଲା ବୋଲି ମୋ ସାଙ୍ଗ ମୋ ପାଇଁ ମେଡିସିନ ଆଣି ଦେଲା ଆଉ ଖାଇବା ପରେ ମତେ ଭଲ ଲାଗିଲା।ମୁଁ ମୋ ଲାଇଫରେ ବହୁତ ଜାଗାରେ କାମ କରି ମୋ ପେଟ ପୋସୁଛି,ଗୋଟେ ଜାଗାରେ କଲର କାମ କଲି,ସିଗାରେଟ କମ୍ପାନୀ ରେ କାମ କଲି ଏମିତି ବହୁତ ଜାଗାରେ କାମ କରିଛି।ଆଉ ଲୋକମାନଙ୍କ ନଜରରେ ମୋ ଉପରେ

ଥାପା ଲାଗି ଯାଇଥିଲା କି ଗୋଟେ ମା-ଇ-ଚିଆ ବୋଲି।ଆଉ କଉଠୁ କଉଠୁ ଲୋକ ମତେ ବାହର ମଧ୍ୟ କରିଦିଅନ୍ତି।କିଛି କିଛି କାମ ପାଇଁ ଥାନା କୋର୍ଟ କଚେରୀ ମଧ୍ୟ ଯାଇଛି।ମୁଁ ସମସ୍ତ କାମ କରିବାକୁ ଚାହୁଁଥିଲି ହେଲେ ଲୋକମାନେ ସମସ୍ତ ଜାଗାରୁ ମତେ ବାହର କରୁଥିଲେ।ମୁଁ ଚାହୁଁଥିଲି କି କିନ୍ନର ମାନେ ମଧ୍ୟ ସମାଜ ରେ ସମ୍ମାନ ପାଆନ୍ତୁ ବୋଲି।

ମୁଁ ସମସ୍ତ ମିଡିଆ ଭାଇ ମାନକୁ ଧନ୍ୟବାଦ ଜଣାଉଛି।ଆଉ ସରକାର ବହୁତ କିଛି ମଧ୍ୟ ଆମ ପାଇଁ କରିବାକୁ ଯୋଜନା କଲେଣି ଆଉ କୋର୍ଟ ଆମ ପାଇଁ ବିଭିନ୍ନ ପ୍ରକାରର ନିୟମ ମଧ୍ୟ ବାହାର କଲେଣି।ଆଉ ଆମେ ଏୟା ଚାହୁଁଚୁ କି ଆମେ ଆମ ଅଧିକାର ପାଉ ବୋଲି ଆମର ଆର୍ଟିକିଲ ୧୪,୧୫,୧୬ ଯାହା ସବୁ ଅଛି ସେଇ ମାଧ୍ୟମରେ ଆମେ ଆମର ନିଜର କଥାକୁ ସମସ୍ତଙ୍କ ଆଗରେ ପ୍ରକାଶ କରି ପାରିବା ଆଉ ମଧ୍ୟ ବିଭିନ୍ନ କଥା ଆମ ଅଧିକାରରେ ଅଛି।

Leave a Reply

Your email address will not be published. Required fields are marked *