କାହିଁକି ଜୀବନ ଦେଲେ ରିଲ ରାଣୀ ତନୁଜା ବିଶ୍ୱାସ,TANUJA BISWAS କଣ ଲେଖିଛନ୍ତି ତାଙ୍କ ଅନ୍ତିମ ଇଚ୍ଛା ରେ…ଦେଖନ୍ତୁ Video

ଜୀବନକୁ ଗୀତ ଭଳି ଗାଉଥିବା ଓ ଫିଲ୍ମ ଡାଇଲଗ ଭଳି ବଞ୍ଚୁଥିବା ଏହି ଚୁଲ ବୁଲି ଝିଅଟି କଣ କେବେ ଅଘଟଣ କରି ପରିବ।ଆପଣ ଦେଖିଥିବେ ତା ଖୁସି ତା ଭିତରେ ଅଭିନୟ କରିବାର ଜୋସ ଓ ଜୀବନକୁ ଫୁ କରି ଉଡ଼ାଇ ଦେବାର କରାମତି।ସୋସିଆଲ ମିଡିଆରେ ଶହ ଶହ ଭିଡିଓ କରି ଦର୍ଶକଙ୍କ ଭିତରେ ପରିଚିତ ହୋଇ ପାରିଥିବା ଝିଅ ଜଣକ ହେଉଛନ୍ତି ଉମରକୋର୍ଟ ସହରର ଝିଅ ତନୁଜା ବିଶ୍ୱାସ।

ସେ ଜଣେ ପିଇଟି ବା କ୍ରୀଡା ଶିକ୍ଷକ।ତାଙ୍କ ଗ୍ରାମର ତାଙ୍କ ଘରୁ ତନୁଜାଙ୍କ ମୃତ ଝୁଲନ୍ତା ଦେହ ଉଦ୍ଧାର କରା ଯାଇଛି। ବହୁତ ଗୁଡ଼ିଏ ସର୍ଟ ଭିଡିଓ କରି ନିଜ ଜୀବନରେ ଖୁସି କରୁଥିବା ଏହି ଝିଅର କଣ ଏମିତି ସମସ୍ୟା ହେଲା ଯେ ସେ ଏହି ଅଫେରା ବାଟକୁ ବାଛି ନେଲା।ନିଜ ସହରରେ ଚଇନି ଚିକଣ ହୋଇ ସର୍ଟ ଭିଡିଓ କରି

ସବୁବେଳେ ବୁଲୁ ଥିବା ଏହି ଝିଅଟିକୁ ପ୍ରାୟ ସବୁ ଜାଣି ଥିଲେ।ସେଥି ପାଇଁ ସବୁ ତାର ଏହି ପଦକ୍ଷେପରେ ଆଶ୍ଚର୍ଯ୍ୟ ହୋଇଗଲେ।ଯାହା ଜଣା ପଡ଼ୁଛି ସେ ତାଙ୍କ ଫ୍ୟାନରେ ଝୁଲି ଅଘଟଣ କରିଛନ୍ତି।ଆଉ ଏହାକୁ ନେଇ ଏବେ ତଦନ୍ତ ହେଉଛି।ସେ କାହାକୁ ଦାୟୀ କରି ନାହାନ୍ତି।ସେ ଏକ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ

ଭାବେ କାମ କରୁଥିଲେ।ସେ ତାଙ୍କ ଜିଲ୍ଲାରେ ବହୁତ ଜଣାଶୁଣା ଥିଲେ।କାରଣ ସେ ଜିଲ୍ଲାରେ ଅନେକ ସ୍ଥାନକୁ ଯାଇ ବାଳିକା ମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାଉଥିଲେ।ଏହା ସହିତ କ୍ରୀଡା ଖେତ୍ରରେ ଅଗ୍ରଗତି କରିବା ପାଇଁ ଉତ୍ସାହିତ କରୁଥିଲେ।ଯିଏ ଅନ୍ୟ ଝିଅ ମାନଙ୍କୁ ଆଗକୁ ବଢ଼ିବାକୁ କହୁଥିଲେ ସେ କେମିତି

ଏହି ଭଳି ଏକ ଅଫେରା ରାଇଜକୁ ଚାଲି ଗଲେ।କିଛି ନ କହି ସେ କାହିଁକି ଏହି ଭଳି ଏକ ପନ୍ଥା ବାଛି ନେଲେ।ସେ ସକାଳେ ଘରେ ଥିବା ସମୟରେ ତାଙ୍କ ବାପା ତାଙ୍କୁ ଜଳଖିଆ ଦେଇ ବାହାରକୁ ଯାଇଥିଲେ।କିଛି ସମୟ ପରେ ଆସି ଦେଖାନ୍ତି ତ ତାଙ୍କ ମର ଶରୀର ଫ୍ୟାନରେ ଝୁଲୁଛି।ଏହା ଦେଖି ସେ ପୋଲିସକୁ ମଧ୍ୟ ଖବର ଦେଇଥିଲେ।

ଏହା ସହିତ ସେହି ଘରୁ ଏକ ଅଘଟଣ ନୋଟ ମଧ୍ୟ ଜବତ ହୋଇଛି।ଯାହା ଇଂରାଜୀ ଲିପିରେ ବଙ୍ଗଳା ଭାଷାରେ ଲେଖା ଯାଇଛି।ସେ କାହାକୁ କିଛି କୁହନ୍ତି ନାହିଁ।ସବୁବେଳେ ଭଲରେ କଥା ହୁଅନ୍ତି।ତେଣୁ ଜୀବନରେ ଦୁଃଖ ତ ଅନେକ ଆସିବ ହେଲେ ଏହାର ସମାଧାନ କେବେ ହେଲେ ଅଘଟଣ ନୁହେଁ।ଏକ ସୁନ୍ଦର ଜୀବନ ପାଇଁ ଆହୁରି ଅନେକ ବାଟ ଅଛି।ତେଣୁ ଅଘଟଣ କେବେ ବି କୌଣସି ସମସ୍ୟାର ସମାଧାନ ନୁହେଁ।

Leave a Reply

Your email address will not be published. Required fields are marked *