ପିଲାଙ୍କ ବ୍ୟାଗରେ ରଖିଦିଅନ୍ତୁ ଏହି ଜିନିଷ, ସବୁବେଳେ ପିଲା କ୍ଳାସରେ ଫାଷ୍ଟ ହେବ – ନିଶ୍ଚୟ ଜାଣି ରଖନ୍ତୁ

Spread the love

ଆପଣମାନେ ବାସ୍ତୁଶାସ୍ତ୍ର ଉପରେ ନିଶ୍ଚିତ ବିଶ୍ୱାସ କରୁଥିବେ।ବାସ୍ତୁ ଶାସ୍ତ୍ରରେ ଆମକୁ ଅନେକ କିଛ ସୂଚନା ମିଳିଥାଏ ଯଦି ଆମେ ତାହାକୁ ପାଳନ କରିବା ଆମେ ନିଶ୍ଚିତ ଅସୁବିଧାରୁ ଦୁରେଇ ରହିପାରିବା।କିନ୍ତୁ ଯଦି ଆମେ ଏହାକୁ ନମାନିବା ବହୁତ ଅଶୁବିଧା ହୋଇପାରେ।ଆଜି ଆମେ ସେହିପରି ଏକ ଜିନିଷ ବିଷୟରେ କହିବୁ ଯାହା କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଭ ମାନାଯାଇଛି ଏହାକୁ ଯଦି ଘରେ ରଖିବୁ ଆମର ବହୁତ ଉଅକାର ହୋଇଥାଏ।ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଓ ଏହା କୁ କେଉଁ କେଉଁ ସ୍ଥାନରେ ରଖିବା ଦ୍ଵାରା କଣ ସବୁ ଲାଭ ହୋଇଥାଏ।

ବାସ୍ତୁ ଶାସ୍ତ୍ରରେ ମୟୁର ପରକୁ ବହୁତ ଶୁଭ ମାନାଯାଇଛି।ସର୍ବଦା ଘରେ ମୟୁର ପରକୁ ସେଇଭଳି ସ୍ଥାନରେ ରଖନ୍ତୁ ଯେଉଁଠି ସେ ଦେଖାଯାଉଥିବ।ଏହା ଦ୍ଵାରା ସେହି ଘରେ ସର୍ବଦା ମାତା ଲଷ୍ମୀଙ୍କର କୃପା ରହିଥାଏ ଓ କାହା ଖରାପ ନଜର ମଧ୍ୟ ସେହି ଘରେ ପଡିନଥାଏ।ଅନେକ ଦେବୀ ଓ ଦେବତା ମାନଙ୍କୁ ମଧ୍ୟ ମୟୁର ପ୍ର ପସନ୍ଦ ଅଟେ।ଯେପରି ଭଗବାନ ଶ୍ରୀକୃଷ୍ଣ, ଗଣେଶ , କାର୍ତ୍ତିକେୟ ଙ୍କୁ ମୟୁର ପର ବହୁତ ପସନ୍ଦ।ଏହା ଛଡା ମୟୁର ମାତା ସରସ୍ୱତୀଙ୍କର ବାହାନ ହୋଇଥିବାରୁ ଯଦି ବିଦ୍ୟାର୍ଥୀ ମାନେ ନିଜ ବହିରେ ମୟୁର ପର ରଖିବେ ସେମାନେ ପାଠ ପଢ଼ାରେ ସର୍ବଦା ଭଲ କରିବେ।

ଘରେ ସର୍ବଦା ମୟୁର ପର ରଖିବା ଦ୍ଵାରା ଘରେ ଧନର ଅଭାବ ହୋଇନଥାଏ ଓ ଘରେ ସର୍ବଦା ସୁଖ ଶାନ୍ତି ଲାଗିରହିଥାଏ।ମାତା ଲଷ୍ମୀଙ୍କର କୃପା ମଧ୍ୟ ଘର ଉପରେ ରହିଥାଏ।ଏହା ସହିତ ଘରେ ମୟୁର ପର ରହିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ।ଯଦି ପିଲାଙ୍କର ପାଠ ପଢ଼ାରେ ମନ ରହୁନି ତେବେ ପିଲାର ପଢ଼ା ଟେବୁଲରେ ମୟୁର ପର ରଖିବା ଦ୍ଵାରା ପିଲାର ପାଠପଢ଼ାରେ ମନ ଲାଗିଥାଏ।

ତା ସହିତ ସନ୍ଧ୍ୟା ସମୟରେ ମୟୁର ପରକୁ ଘର ସାରା ବୁଲାଇବା ଦ୍ଵାରା ଖରାପ ଚିନ୍ତା ଦୂର ହୋଇଥାଏ।ଏହା ସହ ଯଦି ଆପଣ ମୟୁର ପରକୁ ଘରର ଦକ୍ଷିଣ-ପୂର୍ବ କୋଣରେ ଲଗାଇବେ ଏହା ଦ୍ଵାରା ବ୍ୟବସାୟ ରେ ଉନ୍ନତି ହୋଇଥାଏ।ଏହା ଦ୍ଵାରା ଘରେ ଧନର ଆଗମନ ର ଦ୍ଵାରା ଖୋଲିଯାଇଥାଏ। ଆପଣ ଦେଖିଥିବେ ଅନେକ ପୂଜାରେ ମଧ୍ୟ ମୟୁର ପରର ବ୍ୟବହାର ହୋଇଥାଏ।ଆଗ କାଳରେ ମୟୁର ପରରେ କାଳୀ ବୁଡାଇ ଲେଖାଯାଉଥିଲା।ମୟୁର ଏକ ସୁନ୍ଦର ପକ୍ଷୀ ମଧ୍ୟ ଅଟେ।ସେ ଆକାଶରେ କଳାମେଘ ଦେଖିଲେ ନିଜ ପର ମେଲାଇ ନୃତ୍ୟ କରିଥାଏ।ସେ ଯେବେ ପର ମେଲାଏ ସେହି ସମୟରେ ସେ ବହୁତ ସୁନ୍ଦର ଦେଖାଯାଇଥାଏ।ସେଥିପାଇଁ ଆପଣ ମଧ୍ୟ ନିଜ ଘରେ ନିଶ୍ଚିତ ମୟୁର ପର ରଖନ୍ତୁ ଦେଖିବେ ଏହା ଦ୍ଵାରା ନିଶ୍ଚିତ ଆପଣଙ୍କ ଘରେ ଅନେକ ସୁଖ ଶାନ୍ତି ବୃଦ୍ଧି ହେବ।ଓ ସମସ୍ତ ଅଶୁବିଧା ଦୂର ହେବ।

Leave a Reply

Your email address will not be published. Required fields are marked *