ଏକ ସମୟର କଥା ସେହି ସମୟରେ ଗୋଟେ ଅଳସୁଆ ଲୋକ ଥିଲା ଯିଏକି ନିଜ ପେଟ ପୋଷିବା ପାଇଁ ସହଜ ଉପାୟ ଖୋଜୁଥିଲା। ନିଜେ କୌଣସି ପରିଶ୍ରମ କରୁନଥିଲା ସର୍ବଦା ସହଜରେ ଖାଇବା କଥା ଭାବୁଥିଲା। ଦିନେ ସେ ଖାଇବା ସନ୍ଧାନରେ ବୁଲୁଥିଲା।ସେହି ସମୟରେ ତାକୁ ଏକ ଫଳ ବଗିଚା ଦେଖାଗଲା ସେ ଭାବିଲା ଚାଲ ଆଜି ଖାଇବାର ଉପାୟ ମିଳିଗଲା ସେ ସେହି ବଗିଚା ପାଖକୁ ଯାଇ ଦେଖିଲା କେହିବି ନାହାଁନ୍ତି ସେକହିଲା ଚାଲ ଆଜି ଭଗବାନ ବି ମୋ ସାଥ ଦେଉଛନ୍ତି। ଏହା ପରେ ସେ ସେଗି ବଗିଚାରୁ ଫଳ ଆଣିବା ପାଇଁ ଯାଇ ଗଛରେ ଚଢ଼ିଲା ।ଯେମିତି ସେ ଗଛରେ ଚଢ଼ିଛି ସେହି ବଗିଚାର ମାଲିକ ଚାଲିଆସିଲା ଓ ସେ ହାତରେ ଏକ ବାଡ଼ି ଆଣି ମାରିବା ପାଇଁ ଏହି ଲୋକକୁ ଆସିଲା।ଯେମିତି ସେ ଲୋକ ମାଲିକ କୁ ଦେଖିଲା ସେ ଗଛରୁ ଡେଇଁ ଏକ ଲଟାରେ ଯାଇ ଲୁଚିଗଲା।କିଛି ସମୟ ପରେ ଯେବେ କେହି ନଆସିଲେ ଲୋକଟି ବାହାରି ଜଙ୍ଗଲ ଆଡ଼କୁ ଗଲା।
ଏହା ପରେ ସେହି ଲୋକଟି ଜଙ୍ଗଲରେ ଏକ ଆଚାର୍ଯ୍ୟଜନକ ଜିନିଷ ଦେଖିଲା ସେ ଦେଖିଲା କି ଏକ ବିଲୁଆ ପଡିରହିଛି ଯାହାର ମାତ୍ର ୨ ଟି ଗୋଡ଼ ଅଛି। ସେହି ବିଲୁଆଟି ଚାଲି ନପାରି ଗୋଟିଏ ସ୍ଥାନରେ ପଡିରହିଛି ଓ ଖୁସି ମଧ୍ୟ ଅଛି। ଲୋକଟି ଭାବିଲା ଆର ଗୋଡ଼ ନଥାଇ ସେ ନିଜ ପାଇଁ ଖାଦ୍ୟ କେଉଁଠୁ ଆଣୁଥିବ ଓ ନିଜକୁ ଅନ୍ୟ ଯିବଜନ୍ତୁ ମାନଙ୍କ ଠୁ ବଞ୍ଚାଉଥିବ କିପରି ଏହା ପରେ ବି ସେ ଖୁସି ଅଛି କିପରି।ସେହି ସମୟରେ ସେଠାକୁ ଏକ ସିଂହ ଆସି ପହଁଚିଲା ସିଂହକୁ ଦେଖୀ ସବୁ ଯିବଜନ୍ତୁ ଦୌଡ଼ି ପଳାଇଲେ ଲୋକଟି ମଧ୍ୟ ଗଛରେ ଚଢ଼ିଗଲା ଓ ସେ ଏକ ଅଦ୍ଭୂତ ଘଟଣା ଦେଖିଲା।ସେ ଦେଖିଲା ସିଂହଟି ମୁହଁରେ ଏକ ମାଂସ ଖଣ୍ଡ ଥିଲା ଯାହା ସେ ବିଲୁଆକୁ ଦେଇ ଚାଲିଗଲା।ଲୋକଟି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଏହା ଦେଖି ଲୋକଟି ଭାବିଲା ଏକ ହେଉଛି ଭଗବାନଙ୍କର ଚମତ୍କାର। ଏହା ଦ୍ଵାରା ଭଗବାନ ମତେ କିଛି କହିବାକୁ ଚାହୁଁଛନ୍ତ । ବୋଧେ ଭଗବାନ ମତେ ଜଣାଉଛନ୍ତି କି ଦୁଃଖୀ ମାନଙ୍କ ପାଇଁ ଭଗବାନ ନିଶ୍ଚିତ କିଛି ବ୍ୟବସ୍ଥା କରିଥାନ୍ତି।ମୋ ପାଇଁ ମଧ୍ୟ କିଛି ବ୍ୟବସ୍ଥା ଭଗବାନ କରିଥିବେ।
ଏହା ପରେ ସେ ସେଠାରୁ ଚାଲିଗଲା ଓ ଏକ ରାସ୍ତା ପାଖରେ ବସିଲା ଓ ଭାବିଲା ନିଶ୍ଚିତ ଭଗବାନ କାହାକୁ ପଠାଇବେ ଯିଏ କି ମତେ ଖାଇବା ଦେବ। ସେ ସେହି ସ୍ଥାନରେ ଦୁଇଦିନ ବସିରହିଲା କିନ୍ତୁ କେହିବି ଆସିଲେନି କି ତାକୁ ଖାଇବା ମିଳିଲାନାହିଁ।ଭୋକ ରେ ଆଉଟପାଉଟ ହେବା ପରେ ସେ ଭଗବାନଙ୍କ ଉପରେ ରାଗି ସେଠାରୁ ଚାଲିଗଲା ଓ ବାଟରେ ସେ ଏକ ସାଧୁଙ୍କୁ ଦେଖିଲା ଓ ପୁରା କାହାଣୀ ସାଧୁଙ୍କୁ କହିଲା।ସବୁ ଶୁଣିବା ପରେ ସାଧୁ ହସିଲେ ଓ ତାକୁ କିଛି ଖାଇବା ପାଇଁ ଦେଲେ। ଖାଇ ସାରିବା ପରେ ଲୋକଟି ସାଧୁଙ୍କୁ କହିଲା କି ଭଗବାନ ସେହି ବିଲୁଆ ଉପରେ ଦୟା ଦେଖାଇଲେ ହେଲେ ମୋ ପାଇଁ କିଛି ଦୟା ଦେଖାଇଲେ ନାହିଁ । ଭଗବାନ ମୋ ଉପରେ ଏତେ ନିରଦୟୀ କଣ ପାଇଁ।ଏହା ଶୁଣିବା ପରେ ସାଧୁ ହସିଲେ ଓ କହିଲେ ତମେ ଠିକ କହିଛ।ଭଗବାନ ସମସ୍ତଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି ଓ ତମକୁ ମଧ୍ୟ ସେ କିଛି ଦେଖାଇଛନ୍ତି।
ସାଧୁ କହିଲେ ତମେ ଭଗବାନଙ୍କର ସଂନ୍ଦେସ କୁ ବୁଝିପାରିଲ ନାହିଁ।ସେ ତମକୁ ବିଲୁଆ ପରି ନୁହଁ ବରଂ ସିଂହ ଭଳି ହେବାକୁ କହୁଥିଲେ।ଏହା ଶୁଣିବା ପରେ ଲୋକଟିକୁ ତାର ଭଲ ଜଣାପଡିଲା। ଭଗବାନ ଆମ ସମସ୍ତଙ୍କୁ ମଧ୍ୟ କୌଣସି ନା କୌଣସି ରୂପରେ କିଛି ସଂକେତ ଦେଇଥାନ୍ତି କିନ୍ତୁ ଆମେ ତାହାକୁ ବୁଝିପାରିନଥାଉ। ଭଗବାନ ଆମକୁ ଶକ୍ତି ଦେଇଛନ୍ତି ଓ କାଯ୍ୟ କରିବା ପାଇଁ ବୁଦ୍ଧି ଦେଇଛନ୍ତି ତା ପରେ ମଧ୍ୟ ଆମେ କିଛି ନକରି ଭାଗ୍ୟଉପରେ ନିର୍ଭର କରି ବସିରହିବା ଭୁଲ ଅଟେ।ଆମେ ସର୍ବଦା ଏହା ଭାବିଥାଉ କେହି ହୁଏତ ଆମକୁ ସାହଯ୍ୟ କରିବା ପାଇଁ ଆସିବ କିନ୍ତୁ କେବେ ଆମେ ଏହା ଭାବିନଥାଉ କି ଆମେ କାହାକୁ ସାହାଯ୍ୟ କରିବା। ସର୍ବଦା ଜିନିଷକୁ ସକରାତ୍ମକ ଭାବରେ ଭାବିବା ଉଚିତ।