Fake ପ୍ରେମ ସତ ନାଟକ,ଅଡ଼ୁଆ ସୂତାର ଖିଅ ସୁମିତ-ଡ଼ିମ୍ପଲ ବିବାଦ ବର୍ତମାନ କାହିଁକି ଏତେ ବଡ ହେଇଗଲା,କିଏ ଏହା ପଛର ମୁଖ୍ୟ ଦାୟୀ..ଦେଖନ୍ତୁ Video

Spread the love

ଅଡ଼ୁଆରେ ସୁତାର ଖିଅ ସୁମିତ ଡିମ୍ପଲ ବିବାଦ।ବ୍ରହ୍ମପୁରର ଡାକ୍ତର ସୁମିତ ଓ ଡିମ୍ପଲ ଘଟଣାରେ ବିବାଦ ବାହାରିବାରେ ଯେତିକି ଦିନ ବଢ଼ିବାରେ ଲାଗିଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।ଏହି ଘଟଣାରେ ଉଭୟ ଉଭୟଙ୍କୁ କାଦୁଅ ପିଙ୍ଗା ଫିଙ୍ଗି ହୋଇଥିବା ବେଳେ ତେବେ କିଏ ସତ କହୁଛି ତାହା ଜଣା ପଡୁନି।କାରଣ ଘଟଣାରେ ଯଦି ପୂର୍ବକୁ ଯିବା ସୁମିତଙ୍କ ଭାଇରାଲ ହୋଇଥିବା ଏକ ଭିଡିଓରେ ୮ ଲକ୍ଷ ଦେଲେ ମୁଁ ତମ ଜୀବନରୁ ଚାଲିଯିବି ବୋଲି ଡିମ୍ପଲ କହୁଥିଲେ ଜଣା ପଡିଥିଲା।

ଆମର ଗାଈ ବିକ୍ରି କରି ଟଙ୍କା ଦିଆ ଯାଇଥିବା ଡିମ୍ପଲ କହିଥିବା ବେଳେ ଆମେ ଟଙ୍କା ନେଇ ନାହୁଁ ବୋଲି ସୁମିତ କହିଥିଲେ।ସେତେବେଳେ ଯଦି ସୁମିତ ପରିବାର କଥା ଚିନ୍ତା କରି ଡିମ୍ପଲଙ୍କ କଥାକୁ ମାନି ୮ ଲକ୍ଷ ଦେଇ ଦେଇଥାନ୍ତେ କାହାଣୀ ସେଇଠି ହୁଏ ତ ଶେଷ ହୋଇ ଯାଇ ଥାଆନ୍ତା।ତେବେ ବର୍ତ୍ତମାନ ଟଙ୍କା ଦେବା କଥା କହୁଥିବା

ବେଳେ ମତେ ୮ ଲକ୍ଷ କଣ ୮ କୋଟି ଦେଲେ ବି ମୁଁ ଗ୍ରହଣ କରିବି ନାହିଁ ଡିମ୍ପଲ କହିଛନ୍ତି।ସେପଟେ ଡିମ୍ପଲଙ୍କ ଦ୍ଵାରା ଭାଇରାଲ ଏକ ଅଡିଓରେ ତାଙ୍କୁ ବୋହୁ ବୋଲି ଗ୍ରହଣ କରିବା ନେଇ ସୁମିତ ବାପାଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।ତେବେ ସେହି ସୁମିତ ଏବେ ଅଡିଓର ସତ୍ୟତାକୁ ନେଇ ପ୍ରଶ୍ନ ନେଇଛନ୍ତି।

ସେହି ପରି ଉଭୟ ଏକାଠି ରହିବାର ୭ ଦିନ ପରେ ସୁମିତ ଚମ୍ପଟ ମାରିଥିବା ବେଳେ ମୁଁ କେଉଁଆଡେ ଫେରାର ହୋଇ ନାହିଁ ମୁଁ ମୋ ସାଙ୍ଗ ମାନଙ୍କ ସହ ଘର ଭଡ଼ା ଖୋଜୁଥିବା କଥା ଅଡିଓରେ ପ୍ରକାଶ ହୋଇଛି।ତେବେ ଘରର ଖୋଜା ଯାଉ ନାହିଁ।ସେପଟେ ଆସ୍କା ଆଇଆଇସିଙ୍କ ପକ୍ଷରୁ ୭ଟି ଘର ମଧ୍ୟରୁ ଗୋଟିଏ ବି ସୁମିତଙ୍କର ପସନ୍ଦ ହେଲା ନାହିଁ।

ତେବେ ସୁମିତ ଡିମ୍ପଲଙ୍କୁ ନେଇ ରହିବାର ସତରେ ଉଦେଶ୍ୟ ଥିଲା ନା।ଦିନ ଗଡ଼ାଇ କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠୁଛି।ସେହି ପରି ଡିମ୍ପଲ କାନ୍ଦି କାନ୍ଦି ଏକ ଭିଡିଓ ଭାଇରାଲ କରି ମୁଁ ସୁମିତଙ୍କୁ ବହୁତ ଭଲ ପାଏ ଓ ତାଙ୍କୁ ପାଇବା ପାଇଁ ଲଢେଇ ଜାରି ରଖିବି ବୋଲି ଏକ ଭିଡିଓ ଭାଇରାଲ କରିଥିଲେ।

ସୁମିତଙ୍କ ଦ୍ଵାରା ଭାଇରାଲ ଭିଡ଼ିଓରେ ସୁମିତଙ୍କୁ ଡିମ୍ପଲ ଖରାପ ଭାଷାରେ ବ୍ଯବହାର କରିଥିଲେ ଓ କହିଥିଲେ କି ତୁମ ବିଷୟରେ ପୂର୍ବରୁ ଜାଣିଥିଲେ କେବେ ବି ରହି ନଥାନ୍ତି କହିଥିବା ଦେଖିବାକୁ ମିଳିଛି।ଉଭୟଙ୍କ ମଧ୍ୟରେ କିଏ ସତ କହୁଛି ବା କିଏ ମିଛ କହୁଛି ତାହା ବୁଝା ପଡୁନି। ଶେଷରେ ଗୋଟିଏ ପ୍ରଶ୍ନ କିଏ କହୁଛି ସତ।

Leave a Reply

Your email address will not be published. Required fields are marked *