ମୋ ଝିଅ Shriya କୁ ପ୍ରବଳ ମାରୁଥିଲେ କହିଲେ ହ୍ୟୁମାନଙ୍କ ଶଶୁର,କହିଲେ ସେ ଚାଁହୁନଥିଲା ସବୁଦିନ…

Spread the love

ସେ କହିଛନ୍ତି ଯେ ହ୍ୟୁମାନ ଅତ୍ୟଧିକ ମଦ୍ୟପାନ କରି ତାଙ୍କ ଝିଅକୁ ନିର୍ଯାତନା ଦେଇଛନ୍ତି ବୋଲି। ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ ଆଉ କହୁଥିଲେ ତୁ ବ୍ରାହ୍ମଣରୁ ଖ୍ରୀଷ୍ଟିଆନ ହେଇଯା ଆଉ ଯଦି ତୁ ଧର୍ମ ପରିବର୍ତ୍ତନ କରିବୁ ନାହିଁ ତାହେଲେ ମୋ ସହ ବି ରହି ପାରିବୁ ନାହିଁ।ଆଉ ଧର୍ମ ପରିବର୍ତ୍ତନ କରିଲେ ହିଁ ଆମେ ସ୍ବାମୀ ଓ ସ୍ତ୍ରୀ

ହେଇ ରହି ପାରିବା ନ ହେଲେ ଆମେ କେବେ ସ୍ବାମୀ ଓ ସ୍ତ୍ରୀର ସମ୍ପର୍କରେ ରହି ପାରିବା ନାହିଁ। ଏମିତି କିଛି ଗୁମର ସେତିକି ବେଳେ ଖୋଲିଥିଲା ଯେତେବେଳେ ମହିଳା ଥାନାରେ ହାଜର ହୋଇଥିଲେ ହ୍ୟୁମାନ ସାଗର ଓ ଶ୍ରୀୟା ପରିବାର।ତେବେ ଏଭଳି ସୂଚନା ଦେଇଛନ୍ତି ଶ୍ରୀୟାଙ୍କ ପରିବାର ଲୋକ। ଶ୍ରୀୟାଙ୍କ

ବାପା ହ୍ୟୁମାନଙ୍କୁ ନେଇ ବହୁତ କଥା କହିଛନ୍ତି। ସେ କହିଛନ୍ତି କି ହ୍ୟୁମାନ ସବୁବେଳେ ତାଙ୍କ ଝିଅକୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଘରକୁ ମଦ ପିଇ ଆସି ଛୋଟ ଛୁଆ ସାମ୍ନାରେ ବେଲ୍ଟ ଖୋଲି ପିଟୁଥିଲେ।ଶ୍ରୀୟା ଯେତେ ଗୁହାରି କରି କହୁଥିଲେ ମଧ୍ୟ ସେ ଶୁଣୁନଥିଲେ। ଏ କଥା ଶ୍ରୀୟା

ବହୁତ ଥର କାନ୍ଦି କାନ୍ଦି ତାଙ୍କ ବାପା ଓ ମାଆଙ୍କୁ କହିଥିଲେ। ତାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ହ୍ୟୁମାନ ସବୁବେଳେ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସେ କହିଛନ୍ତି।ଯାହା ପରେ କଟକ ଆସି ଶ୍ରୀୟାଙ୍କୁ ତାଙ୍କ ବାପା ବାଲେଶ୍ୱର ନେଇ ଯାଇଥିଲେ ବୋଲି ସେ କହିଛନ୍ତି। ଶ୍ରୀୟା ହେଉଛନ୍ତି ବ୍ରାହ୍ମଣ ଘରର ଝିଅ

ଆଉ ହ୍ୟୁମାନ ସାଗର ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ ପରିବାରର ଦୁହେଁ ଦୁହିଁକି ଭଲ ପାଇଲି ବିବାହ କରିଥିଲେ।ହେଲେ ବାହାଘରର କିଛି ଦିନ ପରେ ହ୍ୟୁମାନ ସାଗର ଶ୍ରୀୟାଙ୍କୁ ଧମକ ଦେଉଥିଲେ ଆଉ କହୁଥିଲେ ଯେ ଧର୍ମ ପରିବର୍ତ୍ତନ କରିବା ପାଇଁ। ଆଉ ତାଙ୍କ ତଣ୍ଟି ଚିପି ତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଥିଲେ।

ହେଲେ ଶ୍ରୀୟା ବହୁତ ଥର ଖସିକି ପଳେଇଥିଲେ।ଧର୍ମାନ୍ରୀକରଣ ହେଉଛି ଏକ ସାଙ୍ଘାତିକ ଅଭିଯୋଗ ତେବେ ଏ ନେଇ ମହିଳା ଥାନାରେ ଅଭିଯୋଗ ହେବା ପରେ ଆଜି ଉଭୟ ପରିବାର କଟକ ଥାନାରେ ହାଜର ହୋଇଥିଲେ। ସେପଟେ ହ୍ୟୁମାନ ଅନ୍ୟ କେଉଁ ଝିଅ ସହ ସମ୍ପର୍କରେ ରହୁଥିଲେ ବୋଲି କଥା ମଧ୍ୟ ଉଠିଛି।

ଶ୍ରୀୟାଙ୍କ ବାପା କହିଥିଲେ ଯେ ସେ ବହୁତ ଚେଷ୍ଟା କରିଥିଲେ ତାଙ୍କର କଥାକୁ ସମାଧାନ କରିବା ପାଇଁ ହେଲେ ସମାଧାନ ନ ହୋଇଥିବାରୁ ସେ ପୋଲିସକୁ ଜଣାଇଥିଲେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *