ପ୍ରତି Month ୧୦ ସୁଦ୍ଧା ୧୭ ହଜାର ଟଙ୍କା ଦେବେ ସୁମିତ,ତପସ୍ୱିନୀ ଙ୍କ ହାତରେ ଦେବେ ତାଙ୍କ ନହେଲେ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଲହରେ ବର୍ତ୍ତମାନ ଜିଲ୍ଲା କୋର୍ଟ ଏକ ଚୂଡାନ୍ତ ନିଷ୍ପତି ଶୁଣାଇ ଦେଇଛନ୍ତି।କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତପସ୍ଵିନୀ ବର୍ତ୍ତମାନ ଡକ୍ଟର ସୁମିତଙ୍କ ଘରେ ରହି ପାରିବେ।ତେବେ ତପସ୍ୱିନୀଙ୍କୁ ପୂର୍ବରୁ ଭଡା ଘର ଖୋଜି ତାଙ୍କୁ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ତେବେ ଏହା ପରେ ମଧ୍ୟ ଡକ୍ଟର ସୁମିତ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଭଡା ଘର ଖୋଜି ରଖି ନଥିଲେ।

ଯାହା ଫଳରେ ସେ ଅନେକ ଦିନ ଧରି ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବସି ରହିଥିଲେ।ତେବେ ଏହା ଉପରେ ଡକ୍ଟର ସୁମିତ କିଛି ମଧ୍ୟ ନ କହି ଅଚାନକ ଭାବରେ କେଉଁ ଆଡେ ଚାଲି ଯାଇଥିଲେ।ଯାହା ଫଳରେ ତପସ୍ଵିନୀ ନିଜର ପତିଙ୍କ ଘର ସମ୍ମୁଖରେ ତାଙ୍କର ଘରକୁ ଯିବା ପାଇଁ ଅନଶନ କରି ବସିଥିଲେ।

ତେବେ ଏହି କଥା ଅନେକ ଦିନ ଧରି ଏପରି ଭାବରେ ଚାଲିଥିଲା।ତେବେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ସେହିପରି ଭାବରେ ଅଳୀ କରି ରହିଥିଲେ।ତେବେ ଅନେକ ଲୋକ ତାଙ୍କୁ ସମର୍ଥନ କରୁଥିବା ସମୟରେ ଆଉ କିଛି ଲୋକ ତାଙ୍କୁ ବିରୋଧ ମଧ୍ୟ କରୁଥିଲେ।ତେବେ ଶେଷରେ ଜିଲ୍ଲା କୋର୍ଟ ଆଜି ଚୂଡାନ୍ତ ନିଷ୍ପତି ଶୁଣାଇ ଦେଇଥିଲେ।

ଜିଲ୍ଲା କୋର୍ଟ କହିଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।ଏହା ସହିତ ତାଙ୍କୁ କେହି ମଧ୍ୟ ନିଜର ପତି ଡକ୍ଟର ସୁମିତଙ୍କ ଘରୁ ବାହାର କରି ପାରିବେ ନାହିଁ।ତେବେ ତପସ୍ଵିନୀ ଏହି ଶୁଣାଣିରେ ବହୁତ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।ଏହା ସହିତ ତପସ୍ଵିନୀ ଡକ୍ଟର ସୁମିତଙ୍କ ସହିତ ରହିବା ପାଇଁ ମଧ୍ୟ କହିଛନ୍ତି।

ତେବେ କୋର୍ଟ ଏହା ମଧ୍ୟ ନର୍ଦେଶ ଦେଇଛନ୍ତି କି ତପସ୍ୱିନୀଙ୍କୁ ତାଙ୍କର ଘର ଲୋକ କୌଣସି ପ୍ରକାରରେ ମଧ୍ୟ ନିଜର ଘରୁ ବାହାର କରି ପାରିବେ ନାହିଁ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବା ସହିତ ତାଙ୍କର ଭରଣ ପୋଷଣ ପାଇଁ ପ୍ରତି ମାସର ୧୦ ତାରିଖ ସୁଦ୍ଧା ତାଙ୍କୁ ୧୭ ହଜାର ଟଙ୍କା ପ୍ରତି ମାସରେ ଦେବା ପାଇଁ ମଧ୍ୟ କୋର୍ଟ ଡକ୍ଟର ସୁମିତଙ୍କ ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ମଧ୍ୟ ରାଜି ଅଛନ୍ତି।ଏହା ସହିତ ସେ କହିଥିଲେ କି ତାଙ୍କର ପତିଙ୍କ ସହିତ ସେ ଯେ କୌଣସି ସ୍ଥାନରେ ମଧ୍ୟ ରହିବା ପାଇଁ ରାଜି ଅଛନ୍ତି।ଏହା ସହିତ ସେ କହିଥିଲେ କି ସେ ନିଜର ପତିଙ୍କ ପାଖରେ ରହିବା ସହିତ ସେ ତାଙ୍କର ମନକୁ ମଧ୍ୟ ଜିତି ପାରିବେ।

ତେବେ ତପସ୍ଵିନୀଙ୍କ ଓକିଲ ଏହା ଉପରେ କହିଥିଲେ କି ଶେଷରେ ସେମାନେ ବିଜୟ ପାଇଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ରହିବା ପାଇଁ ଯାଉଛନ୍ତି ବୋଲି ମଧ୍ୟ ଜଣା ପଡ଼ିଛି।ତେବେ ଡକ୍ଟର ସୁମିତଙ୍କ ପରିବାର ବର୍ତ୍ତମାନ ଆଗକୁ କେଉଁ ନିଷ୍ପତି ନେଉଛନ୍ତି ଏହା ବର୍ତ୍ତମାନ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *