In-laws ଘରେ ରହିବେ ତପସ୍ୱିନୀ,ଖୁସିରେ କାନ୍ଦିଲେ ତପସ୍ୱିନୀ ଆଉ କହିଲେ ଏତେ ବଡ କଥା,କହିଲେ ବାପା ଏବେ ଜାଣିବେ ମୁଁ କଣ..ଦେଖନ୍ତୁ Video

Spread the love

ନିଶ୍ଚୟ ଧର୍ମର ଜୟ ହୋଇଚି।ନିଶ୍ଚୟ ସତ୍ୟର ଜିତ ହୋଇଚି।ଭଗବାନ ରୂପକ ଜଜ ସାହେବ ଆସି ମୋ ସତ୍ୟକୁ ଜଣେଇବା ପାଇଁ ଚାହୁଁଥିଲି ସାର।ଆଜି ପର୍ଯ୍ୟନ୍ତ ସେଇଟା କାହା ସାମ୍ନାକୁ ବି ଆସି ନଥିଲା।ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। କୋର୍ଟଙ୍କ ରାୟ ପରେ ଖୁସିରେ କାନ୍ଦି ପକେଇଲେ ତପସ୍ଵିନୀ।ବାରଣ୍ଡା ନୁହେଁ ଏଣିକି ସ୍ବାମୀଙ୍କ ଘରେ ରହିବେ ତପସ୍ଵିନୀ। ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଦୌରାଜଜ କୋର୍ଟ। ସୁମିତଙ୍କ ସହ ବ୍ରହ୍ମପୁର ବ୍ରହ୍ମାନଗର ଘରେ ରହିବେ ତପସ୍ଵିନୀ।

ଏଥିସହିତ ତପସ୍ୱିନୀଙ୍କୁ ପ୍ରତି ମାସରେ ଖର୍ଚ୍ଚ ପାଇଁ ସୂମିତ ଦେବେ ୧୭୦୦୦ ଟଙ୍କା।ଟଙ୍କା ପାଇଲେ ବୋଲି ରସିଦ ଲେଖି ଦେବେ ତପସ୍ଵିନୀ।ପ୍ରତି ମାସର ୧୦ ତାରିଖ ସୁଦ୍ଧା ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।ଆଉ ସୁମିତଙ୍କ ପିଟିସନ କୋର୍ଟ ଖାରଜ କରିଥିବା ତପସ୍ୱିନୀଙ୍କ ଓକିଲ କହିଛନ୍ତି।ସୁମିତ କେଉଁଠି ଅଛନ୍ତି ତ ମୁଁ ଜାଣିନି।

ସେ ନିଖୋଜ ଅଛନ୍ତି।ମୁଁ ତାଙ୍କୁ ଅନୁରୋଧ କରିବି ଚାଲି ଆସ ତମେ।ମୁଁ ବାପା ମାଆଙ୍କୁ ମଧ୍ୟ ଅନୁରୋଧ କରିବି ନେଇ ଆସନ୍ତୁ ସୁମିତଙ୍କୁ।ଆଉ ଆମ ଦୁଇ ଜଣଙ୍କୁ ମିଶେଇ ଦିଅନ୍ତୁ।ଆମେ ମାନେ ବି ଆପଣ ଦୁଇ ଜଣଙ୍କ ଭଳିଆ ଭଲରେ ରହିବା ପାଇଁ ଚାହୁଁଚୁ।ଆପଣ ମାନେ ଚାହିଁଲେ ଉଜୁଡ଼ି ଯାଇଥିବା ସଂସାର ପୁଣିଥରେ ସଜାଡି ହୋଇ ପାରିବ।

ରାୟ ହେଲା ଯେ ତପସ୍ଵିନୀ ଯେଉଁଠି ବିବାହ ହୋଇଥିଲେ ସେ ତାଙ୍କ ସ୍ବାମୀଙ୍କ ପାଖରେ ରହିବେ।ଏବଂ ତାଙ୍କ ସ୍ଵାମୀ ପ୍ରତି ମାସ ୧୦ ତାରିଖ ପୂର୍ବରୁ ତାଙ୍କୁ ୧୭୦୦୦ ଟଙ୍କା ମାସିକ ଭତ୍ତା ଦେବେ।ସେ ଚଳିବା ପାଇଁ ଏଇ ଯେଉଁ ମିସକେସ ସରିବା ଯାଏଁ।ତପସ୍ଵିନୀ କିମ୍ବା ତାଙ୍କ ସ୍ବାମୀ ବା ଉଭୟପକ୍ଷ ପରିବାର କେହି କାହା ବିରୁଦ୍ଧରେ ଆକ୍ଷେପ କରିବେ ନାହିଁ।

କିଛି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ।ଆମେ ଯେଉଁ ଅପିଲରେ ବୋଥ ସାଇଡ ଆଡଭୋକେଟ ଯାଇଥିଲେ ଜିଲ୍ଲା ଦୌରାଜଜଙ୍କ ଦ୍ବାରସ୍ଥ ହୋଇଥିଲେ ଆଜି ତାର ଅର୍ଡର ଆସିଚି।ଯାହା ଉପରେ ସନ୍ତୁଷ୍ଟ ନ ହୋଇ ସୁମିତ ଉପର କୋର୍ଟର ଦ୍ବାରସ୍ଥ ହେଉଛନ୍ତି।ସ୍ବାମୀଙ୍କ ସହ ରହିବା ପାଇଁ ଜିଦରେ ଅଟଳ ଥିଲେ ତପସ୍ୱିନୀ।

୪୪ ଦିନ ହେବ ଶାଶୁଘର ଆଗରେ ଧାରଣାରେ ବସିଛନ୍ତି।ତାଙ୍କ ସହିତ ଧାରଣାରେ ବସିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।କୋର୍ଟ ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଇଥିବାରୁ ଖୁସିରେ ସେ କାନ୍ଦି ପକାଇଥିଲେ।ସେଥିରେ ତପସ୍ୱିନୀଙ୍କ ପରିବାର ମଧ୍ୟ ଖୁସି ପ୍ରକାଶ କରିଛନ୍ତି।କୋର୍ଟଙ୍କ ରାୟ ପରେ ସୁମିତ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ରାୟ ପ୍ରକାଶ ପାଇନାହିଁ।ଧର୍ମର ଜୟ ହୋଇଚି ସାର।ମୁଁ ଆଉ ଆପଣଙ୍କୁ କିଛି କହିପାରୁନି।କିନ୍ତୁ ଆପଣଙ୍କ ଗଣମାଧ୍ୟମ ତରଫରୁ ଆପଣ ଦେଖେଇଥିବାରୁ ଆଜି ନ୍ୟାୟ ମିଳିପାରିଛି।

Leave a Reply

Your email address will not be published. Required fields are marked *