ମୁଁ ଯେତେବେଳେ America ରେ ପାଠ ପଢ଼ୁଥିଲି ମୋ ସ୍ତ୍ରୀକୁ ଭେଟିଥିଲି,ସେ ବିଦେଶନି ହେଲେ ମଧ୍ୟ ହରିନାମ ଜପ କରେ ଆଉ ଭକ୍ତି ରେ…

Spread the love

ଫରେନର ମହିଳା କହୁଛନ୍ତି ଆମେ ଛୁଟି ସମୟରେ ଏଠାରେ ରହିବାକୁ ଆସିଥିଲୁ ଆଉ କ୍ରିଷ୍ଣାଙ୍କ ସେବା କରି ଆମେ ବହୁତ କୃତଜ୍ଞ। ଭୁବନେଶ୍ୱର ବିମାନ ବନ୍ଦରରେ ହରେ କୃଷ୍ଣ ହରେ ରାମର ଜପ ଚାଲିଛି ଆଉ ଏହି ରାମ ନାମ ଜପିବା ମଧ୍ୟରେ ଜଣେ ଛୋଟିଆ ଛୁଆ ମଧ୍ୟ ଏଠାରେ ଅଛନ୍ତି ଯିଏ କି ତାଙ୍କର ଗୁରୁ ମହାରାଜଙ୍କୁ ଅପେକ୍ଷା କରିଛନ୍ତି।

ଆପଣ ଦେଖି ପାରୁଥିବେ ଏଠାରେ ପୁରା ପରିବାର କେମିତି ଭାବରେ ଅପେକ୍ଷା କରିଛନ୍ତି ତାଙ୍କର ଗୁରୁ ମହାରାଜାଙ୍କୁ।ଚାଲନ୍ତୁ ଆମେ ଏବେ ତାଙ୍କ ସହିତ ଟିକେ ଆଲୋଚନା କରିବା। ଆଜ୍ଞା ଆପଣ ବର୍ତ୍ତମାନ ଏହି ଏୟାରପୋର୍ଟକୁ ଆସିଛନ୍ତି ଆଉ ହରେ କୃଷ୍ଣ ହରେ ରାମ ଜପ କରୁଛନ୍ତି ହେଲେ ଆପଣଙ୍କ ପାଖକୁ କିଏ ଆସୁଛନ୍ତି?

ଜଣେ ଓଡ଼ିଆ ଲୋକ କହୁଛନ୍ତି ଆମର ଗୁରୁ ମହାରାଜ ଆସୁଛନ୍ତି ସେ କାର୍ଲିଫୋନିଆରୁ ଆଉ ସେ ଏବେ କଲିକତାରେ ଥିଲେ ଆଉ ଆସୁଛନ୍ତି ମାୟପୁର ଧାମରୁ, ମାୟାପୁର ଧାମରୁ ପୁରୀ ଆସୁଛନ୍ତି।ପୁରୀରେ ଆମର ଏବେ ୭ ଦିନର ଯାତ୍ରା ଅଛି ସେଥିପଇଁ ସେ ପୁରୀରେ ଏବେ ରହିବେ।ପୁରୀରେ ଯେତେ

ସବୁ ପ୍ରମୁଖ ପ୍ରମୁଖ ଜାଗା ଅଛି ଆମେ ସେ ସବୁ ଯାଗାକୁ ଯିବୁ ଆଉ ନାମ ହେବ, ପ୍ରସାଦ ହେବ। ପ୍ରାୟ ୧୦୦ ଲୋକ ଆମେରିକାରୁ ଆସୁଛନ୍ତି। ଆମେରିକା ଆଉ ଅନ୍ୟାନ୍ୟ ଜାଗାରୁ ଆସୁଛନ୍ତି।ଆପଣଙ୍କର ବୈଷ୍ଣବ ଧର୍ମ କିଏ ନେଇଛନ୍ତି ଆପଣ ନେଇଛନ୍ତି ନା ଆପଣଙ୍କର କେହି ନେଇଛନ୍ତି? ଓଡ଼ିଆ ଲୋକ କହୁଛନ୍ତି

ମୁଁ ନେଇଛି ମୋ ସ୍ତ୍ରୀ ନେଇଛି ଆଉ ମୋ ମା ମଧ୍ୟ ନେଇଛି ମୋ ଝିଅ ମଧ୍ୟ ନେଇଛି।ଆପଣ ଓଡ଼ିଆ? ସେ କହିଲେ କି, ହଁ ମୁଁ ଓଡ଼ିଆ। ଆଉ ଆପଣଙ୍କର ସ୍ତ୍ରୀ? ସେ ଲୋକ କହୁଛନ୍ତି ନା ସେ ଓଡ଼ିଆ ନୁହଁ ସେ ହଉଛି ଆମେରିକାର। କେମିତି କଣ ଏମିତି ଧର୍ମ ବଦଳାଇ ଦେଲେ? ସେ କହିଲେ, ମୁଁ ଆମେରିକା ଯାଇଥିଲି

ପାଠ ପଢିବା ପାଇଁ ଆଉ ସେଇଠି ମୁଁ ମୋ ସ୍ତ୍ରୀକୁ ଭେଟିଲି ଆଉ ସେ ମଧ୍ୟ ଭକ୍ତି ମାର୍ଗରେ ଥିଲା ମୁଁ ମଧ୍ୟ ଭକ୍ତି ମାର୍ଗରେ ଥିଲି ତାପରେ ଆମେ ବାହା ହେଇଗଲୁ ଆଉ। ଏବେ ଆମ ବାହାଘରକୁ ୮ ବର୍ଷ ହେଇଗଲାଣି।ଏଇଠି ଭୁବନେଶ୍ୱରରେ ହିଁ ଆମେ ବାହାଘର ହେଉଥିଲୁ ଆଉ ଏବେ ଛୁଟିରେ ଆସିଛୁ ଆଉ।

Leave a Reply

Your email address will not be published. Required fields are marked *