ମୁଣ୍ଡଠୁ ନେଇ ଗୋଡ ପର୍ଯ୍ୟନ୍ତ ଆଣ୍ଠୁଗଣ୍ଠି ବିନ୍ଧା ଏହି ତେଲ ଦୂର କରିଦେବ, ଏହାକୁ ଲଗେଇ Malis କରନ୍ତୁ ଆଉ ମାତ୍ର କିଛି ଦିନ ରେ ଆପଣ ପାଇବେ ପୁରା ଉପଶମ…

Spread the love

ଯେଉଁମାନେ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟାରେ ଚିନ୍ତିତ।ସେମାନଙ୍କ ଏହି ସମସ୍ୟା ଦୂର କରିବା ପାଇଁ ଆଜି ଆମେ ଏହି ଘରୋଇ ଉପଚାର ବିଷୟରେ ଜାଣିବା।ଏଥି ପାଇଁ ଆପଣଙ୍କୁ କିଛି ବି ଖାଇବା ପିଇବାର ଆବଶ୍ୟକତା ନାହିଁ।ପ୍ରଥମେ ଆପଣଙ୍କୁ ଆବଶ୍ୟକ ପଡ଼ିବ ତାହା ହେଉଛି ଲବଙ୍ଗ।୨୦ରୁ ୨୫ଟି ଲବଙ୍ଗ ନିଅନ୍ତୁ।ଏହାକୁ ଥରେ ବନେଇ ମାସ ସାରା ଏହାର ପ୍ରୟୋଗ କରି ପାରିବେ।ଯେଉଁ ମାନଙ୍କର ହାତ ଗୋଡ ହାଡ଼ ବହୁତ ଅଧିକ ଯନ୍ତ୍ରଣା ହୋଇଥାଏ

ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ।ପ୍ରଥମେ ୨୦ରୁ ୨୫ଟି ଲବଙ୍ଗ ଏକ ପାତ୍ରକୁ ନିଅନ୍ତୁ।ଏବେ ଆପଣକୁ ସୋରିଷ ତେଲର ଆବଶ୍ୟକତା ପଡ଼ିବ।ଏହା ସହ ଆପଣ ରାଶି ତେଲର ପ୍ରୟୋଗ ମଧ୍ୟ କରି ପାରିବେ। ଏହାକୁ ଗ୍ୟାସରେ ବସାଇ ଧିମା ଆଞ୍ଚରେ ଫୁଟାଇ ଦିଅନ୍ତୁ।୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ।

ଲବଙ୍ଗ ସଂପୂର୍ଣ୍ଣ କଳା ହେବା ଯାଏ ଫୁଟାନ୍ତୁ ।ତେଲ ଥଣ୍ଡା ହେବା ପରେ ଏହି ତେଲକୁ ଯେଉଁ ଜାଗାରେ ବିନ୍ଧା ହେଉଛି ସେଠାରେ ଲଗାନ୍ତ।ରାତିରେ ଏହାକୁ ଲଗାଇ ସୋଇ ପଡନ୍ତୁ। ସକାଳକୁ ଦେଖିବେ ବହୁତ ଭଲ ଆରାମ ମିଳିବ।ଯେଉଁ ମାନଙ୍କର ଗଣ୍ଠି ବିନ୍ଧା ହେଉଛି ସେମାନେ ଏହାକୁ ବ୍ୟବହାର କରନ୍ତୁ।

ଏଥି ପାଇଁ ଆପଣଙ୍କୁ ସୁଦ୍ଧ ଗାଇ ଘିଅର ଆବଶ୍ୟକ ପଡିବ।ଅଧିକ ଫାଇଦା ପାଇଁ ଦେଶୀ ଗାଇ ଘିଅ ସଂଗ୍ରହ କରନ୍ତୁ।ପ୍ରତିଦିନ ଏକ ଚାମଚ ଗାଇ ଘିଅର ସେବନ କରନ୍ତୁ। ଭବିଷ୍ୟତରେ ମଧ୍ୟ ତାଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।ଲୋକ କୁହନ୍ତି କି ଘିଅକୁ ଖାଇଲେ ଚର୍ବି ବଢେ।ହେଲେ ଯଦି ଏହାକୁ ଠିକ ଉପାୟରେ ଖାଇବେ ତେବେ କୌଣସି ସମସ୍ୟା ହେବ ନାହିଁ।

ଘିଅର ସେବନ କରିବା ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚି ରହି ପାରିବେ।ଏହା ସହିତ ଆପଣ ଦିନ ସାରା ୩ରୁ ୪ ଲିଟର ପାଣିରେ ସେବନ କରନ୍ତୁ।ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଅଛି ତେବେ ଖଟା ଓ ତେଲ ମସଲା ଯୁକ୍ତ ଖାଦ୍ୟର କମ ସେବନ କରନ୍ତୁ।ଏହା ସହ ଯଦି ଗଣ୍ଠି ବିନ୍ଧା ଭଳି ସମସ୍ୟା ଅଛି ତେବେ ଏହାକୁ ଥରେ ଟ୍ରାଏ କରନ୍ତୁ।

ଏକ ପାତ୍ରରେ କିଛି ଥଣ୍ଡା ପାଣି ନିଅନ୍ତୁ ଓ ଏକ କପଡା ବା ରୁମାଲ ନିଅନ୍ତୁ। ପାଣିରେ ଏହାକୁ ଭଲ ଭାବେ ଭିଜେଇ ଦିଅନ୍ତୁ ଓ ଆଗକୁ ଭଲ ଭାବେ ଚିପୁଡି ଦିଅନ୍ତୁ।ଯେଉଁ ଜାଗାରେ ଆପଣଙ୍କୁ ଅଧିକ ବିନ୍ଧା ହେଉଛି ସେହି ଜାଗାରେ ଏହି କପଡ଼ାକୁ ଭଲ ଭାବେ ଗୁଡ଼ାଇ ରଖନ୍ତୁ।ଏହି ଭଳି ୫ରୁ ୭ ମିନିଟ ରଖନ୍ତୁ।ଏହି କପଡ଼ା ଯେତେବେଳେ ଗରମ ହୋଇଯିବ ପୁଣି ଏହି ଭଳି କରନ୍ତୁ। ଅଣ୍ଟା ବିନ୍ଧା ହେଉଥିଲା ମଧ୍ୟ ଏହି ଭଳି କରନ୍ତୁ।ଦେଖିବେ ବହୁତ ଆରମ ମିଳିବ।

Leave a Reply

Your email address will not be published. Required fields are marked *