ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଓ ସାର୍ଥକଙ୍କ ବିଷୟରେ ଜାଣନ୍ତୁ – ନମିତା ଅଗ୍ରୱାଲ ଙ୍କ ପୁଅ ମାନେ ଦେଖିବା ପାଇଁ ଓଡ଼ିଆ ହିରୋ ଠୁ ଅଧିକ ସୁନ୍ଦର – ଓଡ଼ିଆ ହିରୋ ତାଙ୍କ ଆଗେ ଫିକା ପଡିଯିବେ

Spread the love

ଆମେ ସମସ୍ତେ ନମିତା ଅଗ୍ରୱାଲଙ୍କୁ ବହୁତ ଭଲ ଭାବରେ ଜାଣିଛୁ।ସେ ନିଜର ଅନେକ ଭଜନ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି।ସେ ନିଜର କଣ୍ଠ ସାହାଯ୍ୟରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଓଡ଼ିଶାର ସମସ୍ତ ଭଜନ ପ୍ରେମୀ ମାନେ ତାଙ୍କର ଭଜନ ଶୁଣିବାକୁ ସର୍ବଦା ତତ୍ପର ଥାଆନ୍ତି।ସେ ଏପରି ଜଣେ ଗାୟିକା ଯିଏକି କୌଣସି ବି ଭଜନକୁ ଆଖି ସାମ୍ନାରେ ଆଙ୍କି ପାରନ୍ତି।ସେ ସମଗ୍ର ଓଡ଼ିଶା ପାଇଁ ଏକ ବରଦାନ ସଦୃଶ।ତାଙ୍କ ବିନା ଆମେ ଓଡ଼ିଆ ଭଜନ ଜଗତର କଳ୍ପନା ମଧ୍ୟ କରିପାରିବା ନାହିଁ।

ସେ ୧୯୯୨ ମସିହାରେ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ।ସେ ନିଜର ସେହି ସୁମଧୁର କଣ୍ଠ ପାଇଁ ଓଡ଼ିଶାର ସମସ୍ତ ଘରେ ପରିଚିତ।ଆମେ ବର୍ତ୍ତମାନ ତାଙ୍କର ପୁଅଙ୍କ ବିଷୟରେ ଆଲୋଚନା କରିବା।ସେ ୧୯୯୨ ମସିହାରେ ସଙ୍ଗୀତ କମ୍ପାନୀର ଅଧକ୍ଷ ସୀତାରାମଙ୍କୁ ବିବାହ କରିଥିଲେ।ଯାହା ପରେ ପରେ ସେ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ।ଏହାପରେ ନମିତା ଓ ସୀତାରାମଙ୍କର ଦୁଇଟି ଯାଆଁଳା ପୁତ୍ର ସନ୍ତାନ ଜନ୍ମ ନେଇଥିଲେ।ସେମାନଙ୍କର ଏହି ସନ୍ତାନ ୧୯୯୩ ମସିହାରେ ଜନ୍ମ ନେଇଥିଲେ।।

ସେହି ଦୁଇ ପୁତ୍ରଙ୍କର ନାମ ଥିଲା ସାର୍ଥକ ଓ ସିଦ୍ଧାର୍ଥ।ଏବେ ସେହି ଦୁଇଜଣଙ୍କର ବୟସ ୨୭ ବର୍ଷ ଅଟେ।ସେମାନେ ନିଜର ପାଠ ପଢା ସାରିବା ପରେ ବର୍ତ୍ତମାନ ନିଜ କମ୍ପାନୀରେ କାର୍ଯ୍ୟ କରୁଛନ୍ତି।ସେହି ଦୁଇଜଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।ତାଙ୍କ ମାଆ ନମିତାଙ୍କ ସହ ସେ ଅନେକ ସ୍ଥାନରେ ଭ୍ରମଣରେ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।ସେମାନେ ବର୍ତ୍ତମାନ ନିଜ କମ୍ପାନୀକୁ ଆଗକୁ ବଢ଼ାଇବା କାର୍ଯ୍ୟରେ ଲାଗି ପଡିଛନ୍ତି ଓ ନିଜର କମ୍ପାନୀ କିଭଳି ସମଗ୍ର ଓଡ଼ିଶାର ଏକନମ୍ୱର କମ୍ପାନୀ ହେବ ସେହି ଚେଷ୍ଟାରେ ଅଛନ୍ତି।ସେ ଦୁହେଁ ନିଜର ପ୍ରଚେଷ୍ଟା ଫଳରେ ନିଜର କମ୍ପାନୀକୁ ବହୁତ ଆଗକୁ ବଢାଇ ସାରିଲେଣି।

ସେ ଦୁହେଁ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ତଥା ନିଜ ପିତାଙ୍କ ସହ ମଜା କରୁଥିବାର ଫୋଟୋ ପୋଷ୍ଟ କରନ୍ତି। ତାଙ୍କର ସୋସିଆଲ ମିଡିଆରେ ଅନେକ ଅନୁଗତ ଅଛନ୍ତି।ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି,ସେ ଦୁହେଁ ଅବିବାହିତ ଅଛନ୍ତି।ତେବେ ସୂଚନା ମିଳୁଛି ଯେ ନମିତା ଓ ସୀତାରାମ ଖୁବ ଶୀଘ୍ର ତାଙ୍କର ଦୁଇ ପୁଅଙ୍କର ବିବାହ କରିବାକୁ ସ୍ଥିର କରିଛନ୍ତି।ମାତ୍ର ସେ ଦୁହିଁଙ୍କର ବିବାହ କେବେ କରାଇବେ ତାହା ବିଷୟରେ କିଛି ସଠିକ ସୂଚନା ଦେଇ ନାହାନ୍ତି।

ତେବେ ସମସ୍ତ ଓଡ଼ିଶାବାସୀ ନମିତାଙ୍କ ସଙ୍ଗୀତକୁ ଅପେକ୍ଷା କଲା ଭଳି ତାଙ୍କର ଦୁଇ ପୁତ୍ରଙ୍କର ବିବାହ କେବେ ହେଉଛି ଏହା ଜାଣିବା ପାଇଁ ମଧ୍ୟ ଅପେକ୍ଷା କରି ରହିଛନ୍ତି।ତେବେ ନମିତା ନିଜର ସଙ୍ଗୀତ ମାଧ୍ୟମରେ ନିଜର ଏକ ବହୁତ ବଡ଼ ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ସେହି ପରିଚୟ ମାଧ୍ୟମରେ ସେ ନିଜର ଦୁଇ ପୁଅଙ୍କୁ ସମଗ୍ର ଓଡ଼ିଶା ସମ୍ମୁଖରେ ପରିଚିତ କରାଇ ପାରିଛନ୍ତି।ତେବେ ତାଙ୍କର ପୁଅମାନେ କେବେ ବିବାହ କରୁଛନ୍ତି ଦେଖାଯାଉ।

Leave a Reply

Your email address will not be published. Required fields are marked *