ଲକ ଡାଉନ ରେ ପରିବା ବିକୁଥିବା ବ୍ୟକ୍ତିର ଦୋକାନକୁ ଆସିଲେ ସ୍ଵୟଂ ଭଗବାନ ଶିବ – ଆଉ ତାପରେ ଯାହା ଘଟିଲା ଆପଣ ବିଶ୍ୱାସ କରିପାରିବେନି..

Spread the love

ଏହି ଘଟଣା ଶୁଣିବା ମାତ୍ରେ ଆପଣଙ୍କୁ କଣ ଅନୁଭବ ହେଉଛି।କଣ ସତରେ ଭଗବାନ ଶିବ ଏହି ବ୍ୟକ୍ତିର ଦୋକାନକୁ ଆସିଲେ।ଏହି ଘଟଣା ଘଟିଛି ରାଜସ୍ଥାନର ଏକ ଜିଲ୍ଲାରେ।ସେହି ଜିଲ୍ଲାର ସନ୍ଦୀପ ନାମକ ଏକ ବ୍ୟକ୍ତିର ଏକ ପରିବା ଦୋକାନ ରହିଛି।ମାତ୍ର ସେ ଯେତେବେଳେ ଭଗବାନ ଶିବଙ୍କର ଏହି କରୁଣା ମୟ କଥା କହିଥାନ୍ତି ତାହାକୁ ଶୁଣିବା ମାତ୍ରେ ଯେ କୌଣସି ବ୍ୟକ୍ତିର ଲୋମ ଛିଡା ହୋଇଯିବ।କଣ ସତରେ ଭଗବାନ ଶିବ ସେହି ବ୍ୟକ୍ତିକୁ ଦେଖା ଦେଇଥିଲେ।ଚାଲନ୍ତୁ ପ୍ରକୃତ ଘଟଣା କଣ ଜାଣିବା।

ସନ୍ଦୀପଙ୍କର କହିବା ଅନୁସାରେ ତାଙ୍କର ଘରେ ସେ ତାଙ୍କ ସ୍ତ୍ରୀ ଓ ତାଙ୍କର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି।ସେ ନିଜର ପରିବା ବିକ୍ରି କରି ନିଜର ପରିବାର ଚଳାଇ ଥାଆନ୍ତି।ଏହିପରି ଭାବରେ ସେ ଅନେକ ବର୍ଷରୁ ନିଜର ପରିବାରର ପ୍ରତିପାଳନ କରି ଆସୁଛନ୍ତି।ମାତ୍ର କିଛି ଦିନ ତଳେ ଯେତେବେଳେ ସମଗ୍ର ଦେଶକୁ ଧୀରେ ଧୀରେ କରୋନା ନିଜର କବଳରେ କରିବାକୁ ଲାଗିଲା ସେତେବେଳେ ପ୍ରଧାନ ମନ୍ତ୍ରୀ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରିଦେଲେ।ଏହାପରେ ତାଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା।

ସେ ନିଜର ପରିବାର ଚଳାଇବା ପାଇଁ ନିଜର ସଞ୍ଚିତ ଅର୍ଥରୁ ଅଳ୍ପ ଅଳ୍ପ ବ୍ୟବହାର କରିବାକୁ ଲାଗିଲେ।ମାତ୍ର ଲକ ଡାଉନ ଶେଷ ହେବାର ନାମ ନେଉନଥାଏ।ଏପଟେ ତାଙ୍କର ସଞ୍ଚିତ ଅର୍ଥ ମଧ୍ୟ ଧୀରେ ଧୀରେ ଶେଷ ହେବାରେ ଲାଗିଥାଏ।ଫଳରେ ତାଙ୍କ ପରିବାରକୁ ଠିକ ଭାବରେ ସେ ଖାଦ୍ୟ ଯୋଗାଇ ପାରିଲେ ନାହିଁ।ସେ ସହର ଠାରୁ ଦୂରରେ ଏକ ଗ୍ରାମରେ ରହୁଥିଲେ ଫଳରେ ସେଠାରେ କୌଣସି ବ୍ୟକ୍ତି ସାହାଯ୍ୟ କରିବା ପାଇଁ ପହଞ୍ଚୁ ନଥିଲେ।ଫଳରେ ସେ କାହା ପାଖରୁ ସାହାଯ୍ୟ ମଧ୍ୟ ପାଇ ପାରିନଥିଲେ।

ଫଳରେ ସେ ନିଜର ଠେଲା ଗାଡ଼ିରେ ଅଳ୍ପ କିଛି ପାରିବା କିଣି ଏହାକୁ ବିକ୍ରୀ କରିବା ପାଇଁ ବାହାରି ପଡ଼ିଲେ।ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା ସମୟ ଗଡି ଚାଲିଲା ମାତ୍ର ତାଙ୍କର ପାରିବା ବିକ୍ରି ହେଲାନାହିଁ।ଏହାପରେ ସେ ସେଠାରେ ଥିବା ଗୋମାତାଙ୍କୁ କିଛି ପାରିବା ଖାଇବାକୁ ଦେଇଥିଲେ।ଏହାପରେ ସେ ଘରକୁ ଯିବାପାଇଁ ବାହାରିଥିଲେ କିନ୍ତୁ ତାଙ୍କର ପାରିବା ବିକ୍ରି ହୋଇନଥିବାରୁ ସେ କିପରି ଭାବରେ ଘରକୁ ଯିବେ ଓ ନିଜର ପତ୍ନୀଙ୍କୁ କିପରି ଭାବରେ ମୁହଁ ଦେଖାଇବେ ବୋଲି ଭାବି ସେଠାରେ ଥିବା ଏକ ଶିବ ମନ୍ଦିରରେ ଯାଇ ବସିଥିଲେ ଓ ଭଗବାନ ଶିବଙ୍କୁ ନିଜର ଅଭିଯୋଗ ଜଣାଇଥିଲେ।

ଏହାର କିଛି ସମୟ ପରେ ସେଠାକୁ ଜଣେ ବ୍ୟକ୍ତି ଆସିଲେ ଓ ସେ ତାଙ୍କ ଠାରୁ ସମସ୍ତ ପାରିବା କିଣିନେଲେ ଓ ଯେପର୍ଯ୍ୟନ୍ତ ଲକ ଡାଉନ ଖୋଲି ନ ଯାଇଛି ସେ ପର୍ଯ୍ୟନ୍ତ ସେ ତାଙ୍କ ଠାରୁ ବହୁତ ପାରିବା କିଣିବେ ବୋଲି କହିଲେ ଏହା ସହିତ ସେ ଆଗୁଆ ତାଙ୍କୁ ୨୦୦୦୦ ଟଙ୍କା ମଧ୍ୟ ପ୍ରଦାନ କଲେ।ଯାହା ଦେଖି ସନ୍ଦୀପ ନିଜେ ମଧ୍ୟ ବିଶ୍ଵାସ କରି ପାରିଲେ ନାହିଁ।ସେ ଭଗବାନ ଶିବଙ୍କୁ ଧନ୍ୟବାଦ ଜଣାଇ ନିଜ ଘର ଆଡ଼କୁ ପ୍ରସ୍ଥାନ କଲେ।ସେ ବିଚାରି ନେଲେ ଯେ ଭଗବାନ ଶିବ ନିଜେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠାକୁ ଆସିଥିଲେ।

Leave a Reply

Your email address will not be published. Required fields are marked *