ଆପଣଙ୍କ ପିଲା କଥା ମାନୁନି କି ଦୁଷ୍ଟ ହେଉଛି କି ? କଣ ଏହାର କାରଣ ଓ କିପରି ପିଲାଙ୍କୁ ବାଟକୁ ଆଣିବେ ପଢି ନିୟନ୍ତୁ

Spread the love

ବନ୍ଧୁମାନେ ଏହି ଲକ୍ଷଣଟି ପିଲାମାନଙ୍କ କ୍ଷେତ୍ରରେ ବେଶୀ ଦେଖାଦିଏ।ଏଥିରେ ପିଲାଟି ନିଜର ଦୁନିଆରେ ସବୁବେଳେ ରହିବାକୁ ପସନ୍ଦ କରିଥାଏ।ଯେଉଁଟା କି ତା ସାମାଜିକ ଜୀବନକୁ ପରେ ପ୍ରଭାବ ପକାଇଥାଏ।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣିବା ପାଇଁ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।ତେବେ ଯଦିଓ ଏହି ଲକ୍ଷଣର ପ୍ରକୃତ କାରଣ ଏବେ ଯାଏଁ ଠିକ ଭାବରେ ଜଣା ନାହିଁ।ତେବେ ମୁଖ୍ୟତଃ ଲକ୍ଷ୍ୟ କର ଯାଉଛି ଏହା ୨ଟି ପ୍ରକାରର ହେଇଥାଏ।ପ୍ରଥମ ପ୍ରକାର ହେଲା ଯେତେବେଳେ ପିଲା ମା ପେଟରେ ଥାଏ, ସେତେବେଳେ ଯଦି ମାଆ ମାନେ ମିସ୍କ୍ୟାରେଜ କରିବା ପାଇଁ ବହୁତ ମେଡ଼ିସିନ ଖାଇଥାନ୍ତି କି ମଦ୍ୟପାନ କି ସିଗାରେଟ ନଉଛନ୍ତି, ତେବେ ଏହା ସମ୍ପୂର୍ଣ୍ଣ ରୂପେ ପିଲାର ବିକାଶକୁ ପ୍ରଭାବ ପକାଏ।

ଯଦି ପିଲା ଜନ୍ମ ହେଲା ପରେ ଏହି ଲକ୍ଷଣ ଦେଖାଯାଉଛି।ଏହାର କାରଣ ହେଉଛି ଆଜିକାଲିର ନିଉକ୍ଲିୟର ପରିବାର।ଏହା ଦ୍ଵାରା ପିଲାମାନେ ପିଲାବେଳୁ କାହା ସହ ମିଶୁ ନାହାନ୍ତି।ଯେତେବେଳେ ତାଙ୍କ ବାପା ମା ଚାକିରୀରେ ପଳାଉଛନ୍ତି,ପିଲାମାନେ ସମ୍ପୂର୍ଣ୍ଣ ରୂପେ ଏକା ହେଇ ଯାଉଛନ୍ତି।ଯାହାଦ୍ଵାରା ତାଙ୍କ ଭିତରେ ଏହି ଲକ୍ଷଣ ପ୍ରକାଶ ପାଉଛି।ଏହା ସହ ଯଦି ପିଲାକୁ ସବୁବେଳେ ମୋବାଇଲ ଦିଆ ଯାଇଛି ଗୋଟେ ଛୋଟ ପିଲାଟିଏ ଦିନକୁ ୬-୭ ଘଣ୍ଟା ମୋବାଇଲରେ ଭିଡିଓ ଦେଖେ ତେବେ ସେ ସବୁବେଳ ପାଇଁ ହିଁ ସେ ମୋବାଇଲ ଦୁନିଆକୁ ପଳାଏ।ତାକୁ ବାହାର ଦୁନିଆର ଲୋକ ଆଉ ସେତେ ପସନ୍ଦ ଆସନ୍ତି ନାହିଁ।

ତେବେ ଯଦି ପିଲାର ଜନ୍ମ ହେବା ପୂର୍ବରୁ ଏହି ଲକ୍ଷଣ ରହୁଛି ତେବେ ଜନ୍ମ ହେବାର ୩ମାସ ଭିତରେ ହିଁ ଏହା ଦେଖା ଯାଇଥାଏ।ଏହି ସମୟରେ ପିଲା କିଛି ହେଲେ ହସିଥାନ୍ତି।ଏହା ସହ ୬ମାସରେ ପିଲା ବାବାବା ମାମାମା ଏଭଳି କହିବାକୁ ଚେଷ୍ଟା କରିଥାଆନ୍ତି।ତେବେ ଏହି ଲକ୍ଷଣ ଥିଲେ ପିଲା ଏଭଳି କିଛି କରି ନଥାନ୍ତି।କିନ୍ତୁ ଯଦି ଏହି ଲକ୍ଷଣ ୨ବର୍ଷ ପରେ ପାଖାପାଖି ଦେଖା ଯାଉଛି ତେବେ ସେମାନେ ସବୁବେଳେ ଚିଡିଚିଡି ରହିଥାନ୍ତି।ନିଜ ରାଗରେ ସବୁ ଜିନିଷ ପତ୍ର ଫୋପଡ଼ା ଫିଙ୍ଗା କରିଥାନ୍ତି।ତେବେ ଏହିଭଳି ଭାବରେ ଅନେକ ଲକ୍ଷଣରୁ ଆମେ ଜାଣିପାରିବା କି ପିଲାର ଅଟିଜିମ ଅଛି।

ତେବେ ଆଗରୁ ଅଟିଜିମ ହେଉଥିଲା କିନ୍ତୁ ଅଳ୍ପ ମାତ୍ରାରେ।ଏବେ ଏହାର ପରିମାଣ ବହୁତ ବଢ଼ି ଯାଇଛି।ଏହାର ମୁଖ୍ୟ କାରଣ ହେଉଛି ଗାଜେଟର ଅଧିକରୁ ଅଧିକ ବ୍ୟବହାର।ବାପାମାଆ ମାନେ ଜମାରୁ ବି ପିଲାକୁ ସମୟ ଦେଇ ପାରୁ ନାହାନ୍ତି।ଏହାଦ୍ଵାରା ପିଲାର ଏହି ଲକ୍ଷଣ ସୃଷ୍ଟି ହେଉଛି।ତେବେ ଏହା ଅଧିକ ପୁଅମାନଙ୍କ କ୍ଷେତ୍ରରେ ଦେଖା ଯାଉଛି।ପ୍ରାୟ ୧ ପ୍ରତିଶତ ଝିଅଙ୍କ ଠାରେ ଏହି ଲକ୍ଷଣ ଦେଖା ଯାଉଥିବା ବେଳେ ୪ ପ୍ରତିଶତ ପୁଅଙ୍କ ପାଖରେ ଏହା ଦେଖା ଦେଇଛି।ତେବେ ଏହାର କାରଣ ମଧ୍ୟ ସ୍ପଷ୍ଟ ହେଇ ନାହିଁ।

ତେବେ ଏହି ଲକ୍ଷଣ ଟିକେ ବି ଦେଖା ଦେଲେ ଏହାର ସଠିକ ଭାବରେ ପରୀକ୍ଷଣ କରି ନିଅନ୍ତୁ।ଯଦି ଠିକ ଭାବରେ ପରୀକ୍ଷଣ ନ ହେଉଛି ତେବେ ଉପଚାର ମଧ୍ୟ ଠିକ ଭାବରେ ହେଇ ପାରିବ ନାହିଁ।ଯେତେବେଳେ ପିଲାର ବାପା ମା ମାନେ ଲକ୍ଷଣ ଦେଖୁଛନ୍ତି ସେତେବେଳେ ହିଁ ତାକୁ ନେଇ ତାର ପରୀକ୍ଷଣ କରନ୍ତୁ।ତେବେ ପରୀକ୍ଷଣ ପରେ ଉପଚାର ଜଲଦି ଆରମ୍ଭ କରନ୍ତୁ ଏହାଦ୍ବାରା ଏହା ବହୁତ ଜଲଦି ଭଲ ହେଇଯିବ।

Leave a Reply

Your email address will not be published. Required fields are marked *