ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତକାର ନମିତା ଅଗ୍ରୱାଲଙ୍କ ପରିବାର ଓ ଜୀବନଶୈଳୀ -ତାଙ୍କ ପରିବାର ରେ କିଏ କିଏ ଅଛନ୍ତି ଆପଣ ଆଗରୁ କେବେ ଜାଣି ନଥିବେ – ଏମାନଙ୍କୁ ଦେଖି ନିୟ

Spread the love

ଆମେ ସମସ୍ତେ ନମିତା ଅଗ୍ରୱାଲଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ସ୍ଵର ମାଧ୍ୟମରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ତେବେ ଆମେ ତାଙ୍କ ଭଜନ ଶୁଣିବାକୁ ବହୁତ ପସନ୍ଦ କରିଥାଉ।କାରଣ ତାଙ୍କ ସ୍ଵରରେ ରହିଛି ଏଭଳି ଏକ ଯାଦୁ ଯାହା ସମସ୍ତଙ୍କୁ ତାଙ୍କ ପାଖକୁ ଆକର୍ଷିତ କରି ଆଣିଥାଏ।ତେବେ ସେ ଭଜନ ସହିତ ଅନେକ ଆଧୁନିକ ସଙ୍ଗୀତ ମଧ୍ୟ ଗାଇଛନ୍ତି।ତେବେ ସେ ଭଜନ ଦୁନିଆରେ ନମିତା ଭାବରେ ପରିଚିତ ହେଲେ ମଧ୍ୟ ସେ ଆଧୁନିକ ସଙ୍ଗୀତ ଜଗତରେ ନିବେଦିତା ଭାବରେ ପରିଚିତ।

ତେବେ ନାମ ଯାହା ହେଉ ନ କାହିଁକି ତାଙ୍କର ସ୍ୱର ତ ଗୋଟିଏ। ନମିତା ୧୯୬୯ ମସିହାରେ ତୁଳସୀପୁର ଠାରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପିଲାବେଳୁ ସଙ୍ଗୀତ ପ୍ରତି ଅନେକ ଆଗ୍ରହ ରହିଥିଲା ସେଥିପାଇଁ ସେ ଛୋଟବେଳୁ ସଙ୍ଗୀତ ଶିକ୍ଷା କରୁଥିଲେ। ନମିତା ଏହାପରେ ବିବାହ କରିଥିଲେ ସୀତାରାମ ଅଗ୍ରୱାଲଙ୍କୁ ଆମେ ସମସ୍ତେ ସୀତାରାମଙ୍କୁ ବହୁତ ଭଲଭାବରେ ଜାଣୁ।ସେ ହେଉଥାନ୍ତି ସିଦ୍ଧାର୍ଥ ଟିଭିର ପ୍ରତିଷ୍ଠାତା।ଏହା ସହିତ ସେ ଅନେକ ସଙ୍ଗୀତର ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି।ଏହା ସହିତ ସେ ଆଗରୁ ସାର୍ଥକ ଟିଭିର ପ୍ରତିଷ୍ଠାତା ଓ ମାଲିକ ମଧ୍ୟ ଥିଲେ।

ନମିତା ତାଙ୍କୁ ବିବାହ କଲାପରେ ଆରମ୍ଭ କରିଥିଲେ ନିଜର ସଙ୍ଗୀତ ଜୀବନ।ନିଜର ବିବାହ ବର୍ଷ ଅର୍ଥାତ ୧୯୯୨ ମସିହାରେ ତାଙ୍କର ପ୍ରଥମ ସଙ୍ଗୀତ ମୁକ୍ତି ଲାଭ କରିଥିଲା।ଫଳରେ ତାଙ୍କର ସଙ୍ଗୀତ ଓଡ଼ିଶାର ସମସ୍ତ ଲୋକଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିଥିଲା।ଏହାପରେ ସେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପାଇଁ ଏକ ସୁପରିଚିତ ନାମ ହୋଇଯାଇଥିଲେ।ସେ ନିଜର ଦକ୍ଷତା ଫଳରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ।ତାଙ୍କର ସଙ୍ଗୀତ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମନକୁ ଛୁଇଁଥିଲା।

ନମିତାଙ୍କର ଦୁଇଟି ପୁତ୍ର ଅଛନ୍ତି ତାଙ୍କର ନାମ ହେଉଛି ସାର୍ଥକ ଓ ସିଦ୍ଧାର୍ଥ।ତେବେ ତାଙ୍କର ପ୍ରଥମ ପୁତ୍ର ସାର୍ଥକଙ୍କ ନାମରେ ଏକ ଟିଭି ଚାନେଲ ଖୋଲି ଅନେକ ସଫଳତା ଲାଭ କରିଥିଲେ ସୀତାରାମ।ଏହାପରେ ସେ ଏହି ଚାନେଲକୁ ଯି କମ୍ପାନୀକୁ ବିକି ଦେଇଥିଲେ।ଏହାପରେ ସେ ନିଜର ପୁଣି ଏକ ନୂତନ ଚାନେଲ ଖୋଲିଥିଲେ।ଯାହାର ନାମ ଥିଲା ସିଦ୍ଧାର୍ଥ ଟିଭି।ଏବେ ତାଙ୍କର ଦୁଇ ପୁଅ ବର୍ତ୍ତମାନ ସେହି କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଓ ନିଜର କମ୍ପାନୀକୁ ଆଗକୁ ବଢ଼ାଇବା ପାଇଁ ଭରପୁର ପ୍ରୟାସ କରୁଛନ୍ତି।

ଏହା ସହିତ ସେ ବର୍ତ୍ତମାନ ମଧ୍ୟ ଅନେକ ଭଜନ ଗାଉଛନ୍ତି ଓ ଆଗକୁ ଏହିଭଳି ଅନେକ ଭଜନ ଗାଇବେ ବୋଲି କହିଛନ୍ତି।ତେବେ ସେ ନିଜର କଣ୍ଠ ମାଧ୍ୟମରେ ନିଜର ଯେଉଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ତାହା ହୁଏତ ଅନ୍ୟ କାହା ପାଇଁ ଅଧିକ କଷ୍ଟ ସାଧ୍ୟ ହୋଇପାରେ।ତେବେ ସେ ନିଜର ଦକ୍ଷତା ମାଧ୍ୟମରେ ଆଜି ଏହି ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଛନ୍ତି।ଏହା ସହିତ ସେ ନିଜର ଏକ ଚଳଚ୍ଚିତ୍ରର ଶୁଭାରମ୍ଭ କରିଛନ୍ତି।ଯେଉଁଥିରେ ସେ ନିଜର ଅନେକ ସଙ୍ଗୀତ ଶ୍ରୋତା ମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *