ସେଦିନ NH 55 ରେ ଖୋର୍ଦ୍ଧା ରୁ Balangir ଯିବା ବାଟରେ ଯାହା ଘଟିଲା ଜାଣିଲେ ଥରିବ ଆପଣଙ୍କ ଦେହ ହାତ,ସାହସୀ ଲୋକ ପଢନ୍ତୁ ଛୋଟ ପିଲା ପଢନ୍ତୁ ନାହିଁ

ସାଙ୍ଗମାନେ ଆଜି ଆମେ ଏକ ସତ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।ସେଦିନ ରାତିରେ ଯେତେବେଳେ ମୁଁ ଖାଇବା ପାଇଁ ରାସ୍ତା କଡର ଏକ ଢ଼ାବାରେ କିଛି ସମୟ ରହିଲି ସେତେବେଳେ ମୋ ନଜର ସେହିଠାରେ ବସିଥିବା କିଛି ବ୍ୟକ୍ତିମାନଙ୍କ ଉପରେ ପଡିଲା ଏବଂ ସେମାନେ ସେଠାରେ ଭୂତ ବିଷୟରେ କଥା ହେଉଥିଲେ।

ଏବଂ ସେମାନେ ଏକ ରୋଡ ବିଷୟରେ କଥା ହେଉଥିଲେ।ମତେ କିଛି ସମୟ ପରେ ସେହି ରୋଡ଼ ଦେଇ ଯିବାର ଅଛି।ମୋତେ ଡର ଲାଗିବାରୁ ମୁଁ ସେହିଠାରୁ ଟ୍ରକ ନେଇ ବାହାରି ପଡିଲି କିନ୍ତୁ ତଥାପି ମତେ ଡର ଲାଗୁଥାଏ।ମୁଁ ଆଉ କିଛି ନଭାବି ଗାଡି ଚଳେଇବାରେ ଲାଗିଲି।କିନ୍ତୁ ଯେତେବେଳେ ସେହି ଜଗାଟି ଆସିଲା ମୋ ହୃଦ ସ୍ପନ୍ଦନ ବଢିଗଲା କିନ୍ତୁ ମୁଁ ମୋର ପୁରା ଧ୍ୟାନ ରାସ୍ତା ଉପରେ ରଖିଥିଲି ତଥାପି ମତେ ପ୍ରବଳ ଡର ଲାଗୁଥିଲା।

ମୁଁ କେତେବେଳେ ଗାଡିର ବ୍ରେକ ମାରିଦେଇଛି ତାହା ଜାଣିପାରିଲି ନାହିଁ।ଗାଡି ଅଟକିଯିବା ଦେଖି ମୋ ଦେହରୁ ସେତେବେଳେ ଝାଳ ବାହାରି ସାରିଲାଣି।କିନ୍ତୁ ସେପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଥିଲା।ଗାଡି ଅଟକିଯିବାର ଦେଖି ମୁଁ ଯେତେବେଳେ ଗାଡି ଷ୍ଟାର୍ଟ କରୁଥିଲି ହଠାତ ସମ୍ନାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଦେଖିଲି।

ମୁଁ ଭୟରେ ତାଙ୍କୁ ସମ୍ନାରୁ ହଟିବାକୁ କହିଲି।କିନ୍ତୁ ସେହି ଲୋକ ଜଣଙ୍କ ମତେ ଇସାରାରେ କିଛି ମାଗିବାର ଲାଗିଥିଲା।ମୁଁ ଗାଡିର ହର୍ଣ୍ଣ ମାରିଲି।ଏହାପରେ ସେହି ଲୋକ ରାସ୍ତାରୁ ଗୟାବ ହୋଇଗଲା।ଏହାପରେ ମୁଁ ଯେତେବେଳେଗାଡିକୁ ଆଗକୁ ବଢିବାକୁ ଚେଷ୍ଟା କଲି ତାହା ଆଗକୁ ବଢିନଥାଏ।ଏହାପରେ ସେ ଲୋକ ବାଡ଼ି ମୁଁ ଦେଖିଲି।ମତେ ଡର ଲାଗୁଥାଏ ତେଣୁ ମୁଁ ଗାଡିରୁ ବାହାରକୁ ବାହାରୁ ନଥିଲି।

କିନ୍ତୁ ଏହାପରେ ମୁଁ ବାହାରି ବାଡ଼ିକୁ ହାତରେ ଉଠାଇଲି ଏହାପରେ ଗାଡି ଆପେ ଆପେ ଷ୍ଟାର୍ଟ ହୋଇଗଲା।ମୁଁ ଡରିକି ସେହି ବାଡ଼ିଟି ଫୋପାଡି ଦେଲି।ଏହାପରେ ପୁନର୍ବାର ଗାଡିର ଷ୍ଟାର୍ଟ ବନ୍ଦ ହୋଇଗଲା।ଏହାପରେ ମୁଁ ପୁନର୍ବାର ବାଡ଼ିଟି ଉଠାଇଲି ଏହାପରେ ଗାଡି ମଧ୍ୟ ଷ୍ଟାର୍ଟ ହୋଇଗଲା।ମୁଁ ଭାବିଲି ଏହି ବାଡ଼ିକୁ ସାଙ୍ଗରେ ରଖିବାକୁ ପଡିବ।ଏହାପରେ ମୁଁ ବାଡ଼ିଟି ନେଇ ଟ୍ରକ ମଧ୍ୟରେ ରଖିଲି।

ମତେ ଏହାପରେ ଟ୍ରକ ମଧ୍ୟରୁ ଅଜବ ଅଜବ ଶବ୍ଦ ଶୁଭିଲା ଯେପରି କେହିଜଣେ ତାର ବଡ଼ ବଡ଼ ନଖରେ ଟ୍ରକକୁ ରାମ୍ପୁଡିବାରେ ଲାଗିଛି।ଏହାପରେ ଟ୍ରକର ସମସ୍ତ ଲାଇଟ ଆପେ ଆପେ ବନ୍ଦ ହୋଇଗଲା।ନା ମତେ ଟ୍ରକ ବାହାରେ କିଛି ଦେଖା ଗଲା ନା ଭିତରେ କିଛି ଦେଖାଗଲା।ଟ୍ରକ ଏପରି ଅନ୍ଧାରରେ କିଛି ବାଟ ଗଡ଼ିବା ପରେ ଆପେ ଆପେ ଅଟକିଗଲା।ଚାରିଆଡେ ଅନ୍ଧକାର।

ଏହାପରେ ମୁଁ ସେ ବାଡ଼ିଟି ଖୋଜିବାକୁ ଲାଗିଲି।ଯେତେବେଳେ ତାହା ମୋ ହାତକୁ ଆସିଯାଏ ପୁନର୍ବାର ଗାଡି ଷ୍ଟାର୍ଟ ହୋଇଗଲା।ଏହାପରେ କିଛି ବାଟ ଯିବାପରେ ପୁଣିଥରେ ପୂର୍ବପରି ଘଟିଲା।ମତେ ଏହାପରେ ଏକ ପାଦର ଝୁମ ଝୁମ ଶବ୍ଦ ଶୁଭୁଥାଏ।ମୁଁ ଟ୍ରକକୁ ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥାଏ କିନ୍ତୁ କିଛି ହେଉ ନଥାଏ।

ଧୀରେ ଧୀରେ ଏହି ରାମ୍ପୁଡିବା ଶବ୍ଦ ଅଧିକ ହେବାରେ ଲାଗିଲା।ଏହାପରେ ଟ୍ରକର ହେଡ ଲାଇଟ ଆପେ ଆପେ ଜଳିଲା।ମୁଁ ସାମ୍ନାକୁ ଦଖିଲି ତ ଚାରି ପାଞ୍ଚ ଜଣ ଠିଆ ହୋଇଛନ୍ତି ଏବଂ ମୁ ଆହୁରି ଜୋରରେ ଡରିଗଲି।କାରଣ କାହାର ମଧ୍ୟ ମୁଣ୍ଡ ନଥାଏ।ଏହାପରେ ଏକ ଖଣ୍ଡିଆ ହାତ ଆସିଲା।ଏବଂ ମୁଁ ଏହାକୁ ଦୂରକୁ ଛାଡିବାକୁ ଚେଷ୍ଟା କରିବା ମାତ୍ରେ ମୋର ଶରୀର ଜଳିବାକୁ ଲାଗିଲା ଏବଂ ମୁ ସିଟରେ ଛଟପଟହେବାରେ ଲାଗିଲି।

ମୁଁ ଆଉ ଥରେ ସେ ବାଡିଟି ଧରିଲି ଏବଂ ସବୁ କିଛି ଉଭେଇଗଲା।ଏହାପରେ ମୁଁ ଫୁଲ ସ୍ପଡରେ ସେଠାରୁ ଗାଡି ନେଲି।ଏବଂ ସେହି ଦିନ ମୋର ଏକ ଆଖି ମଧ୍ୟ ଫୁଟି ଯାଇଥିଲା।ଏହି ଦୁର୍ଘଟଣା ମନେ ପଡିଲେ ମୋର ଦେହ ଥରିଯାଏ | ତେବେ ଆମେ ଏଠାରେ ପୁଣି କହିରଖୁ ଆମେ ଏହାକୁ ବିଶ୍ୱାସ କରୁନାହୁଁ ଓ ଆମେ ଏହାକ ଏକ ଗଳ୍ପ ଭାବେ ଗ୍ରହଣ କରୁଚୁ ଆପଣ ମଧ୍ୟ ଗଳ୍ପ ଭାବେ ଗ୍ରହଣ କରିବେ,ଆମେ କୌଣସି ପ୍ରକାର ଦରେଇବା ଉଦେଶ୍ୟ ରେ ଦେଉନାହୁଁ

Leave a Reply

Your email address will not be published. Required fields are marked *