ମିତି କଣ ହେଲା ଯାହାକି ଜଣେ ଭକ୍ତଙ୍କୁ ସାକ୍ଷୀ ଦେବାକୁ ଗଲେ ଦେବ ଦେବ ମହାଦେବ।ସାଧାରଣ ତ ଯାହାକି ବହୁତ ଆଶ୍ଚର୍ଯ୍ୟ କଥା।ବନ୍ଧୁଗଣ ଆସନ୍ତୁ ଜାଣିବା ଅସଲି କଥା କଣ।ଆଜ୍ଞା ହଁ ଏହା ଏକ ସତ ଘଟଣା, ବୃନ୍ଦାବନର ଏହା ଘଟଣା।ବୃନ୍ଦାବନରେ ଜଣେ ବାବା ରହୁଥିଲେ, ତାଙ୍କୁ ଲୋକେ ଜଜ ସାହେବ ଜଜ ସାହେବ ବୋଲି ଡାକୁଥିଲେ ସମସ୍ତେ ପ୍ରଥମେ ଚକିତ ଥିଲେ ଯେ ବାବା ଜଣଙ୍କୁ ଜଜ ସାହେବ ବୋଲି କଣ ପାଇଁ ଡକାଯାଉଛି।ଅସଲୀରେ ସେ ଜଣେ ଜଜ ସାହେବ ଅଟନ୍ତି, ସେ ଜିଲ୍ଲା ଅଦାଲତରେ ଶେଷ ଶୁଣାଣି ସୁଣାନ୍ତି। ସେହି ଜିଲ୍ଲାର ଗୋଟିଏ ଗ୍ରାମରେ ରୁଦ୍ର ନାମରେ ଜଣେ ଲୋକ ରହୁଥିଲା।ସେ ଛୋଟ ବେଳୁ ମହାଦେବଙ୍କ ବହୁତ ବଡ଼ ଭକ୍ତ।ସେ ବହୁତ ଭୋଲା ପିଲାଟି।ସେ ପ୍ରତିଦିନ ଶିବ ମନ୍ଦିର ଯାଇ ଶିବଙ୍କୁ ପୂଜାର୍ଚ୍ଚନା କରେ।ଦିନକର ଘଟଣା ରୁଦ୍ରକୁ ତାର ପିତା ଡାକିଲେ ଓ କହିଲେ ଯେ ତୋ ଭଉଣୀ ବଡ଼ ହୋଇଗଲାଣି, ତାର ବିବାହ କରିବା।ବିବାହ କରିବା ଲାଗି କିଛି ଅର୍ଥ ଜମିଦାରଙ୍କ ଠାରୁ ଉଦ୍ଧାର ଆଣିବା ପାଇଁ।
ପରେ ଆମେ ଯେମିତି ଯାହା କରି ତାଙ୍କ ପଇସା ସୁଝି ଦେବା। ବାପାଙ୍କ କଥା ମାନି ରୁଦ୍ର ଜମିଦାରଙ୍କ ଘରକୁ ଯାଇ ଭଉଣୀର ବିବାହର ସାହାଯ୍ୟ ଅର୍ଥେ କିଛି ପଇସା ଆଣିକି ଆସିଲା।ପରେ ବଡ଼ ଧୁମଧାମରେ ଭଉଣୀର ବିଭାଘର ସମ୍ପୂର୍ଣ୍ଣ କଲେ।
ପରଦିନ ରୁଦ୍ର କିଛି ପଇସା ନେଇ ପିତାଙ୍କୁ କହିଲା ଏଇ ନିଅ ପଇସା ଜମିଦାରଙ୍କୁ ଫେରିଇଦେବେ।ପିତା କହିଲେ ତୁ ଆଣିଥିଲୁ ତୁ ନେଇ ଫେରିଇ ଆସିଲେ ଭଲ ହୁଅନ୍ତା।ତେଣୁ ରୁଦ୍ର ଯାଇ ଜମିଦାରଙ୍କୁ କହିଲା ସାହେବ ଆମର କେତେ ଟଙ୍କା ସୁଝିବାକୁ ଥିଲା, ତାପରେ ଜମିଦାର ହିସାବ କରି ସୁଧ ମୂଳ ହିସାବରେ ଯେତିକି ଟଙ୍କା କହିଲେ, ରୁଦ୍ର ସବୁ ପଇସା ସୁଝି ଦେଲା।ଜମିଦାର ରୁଦ୍ରକୁ ଏକ କାଗଜ ଦେଲେ, ରୁଦ୍ର କହିଲା ନାଇ ଜମିଦାର ବାବୁ ସବୁ ସେଇ ଭୋଳା ବାବାଙ୍କୁ ଜଣା।ପୁଣିଥରେ ଜମିଦାର କହିଲେ ରୁଦ୍ର ଥରେ ପଢି ନିଅ, ରୁଦ୍ର କହିଲେ ସବୁ ସେଇ ଶଙ୍କରଙ୍କ ଇଚ୍ଛା।ଜମିଦାର ଜାଣିପାରିଲେ ଯେ ରୁଦ୍ର ଜଣେ ଭୋଲା ମନିଷ, ଏହାର ଫାଇଦା ଉଠେଇବାକୁ ଯାଇ ଅଧିକ ପଇସା ହାସଲ କରିବା ପାଇଁ ରୁଦ୍ର ପାଇଁ ଆହୁରି ଏକ ଅଲଗା କାଗଜ ଆଣିଲେ ଯେଉଁଥିରେ ଲେଖା ଥିଲା ଯେ ରୁଦ୍ର ମୋର ସମ୍ପୂର୍ଣ୍ଣ ପଇସା ଫେରେଇନାହିଁ।ଏହି କାଗଜକୁ ରୁଦ୍ର ପାଖକୁ ପଠେଇଲେ ଏବଂ କହିଲେ ପଇସା ନ ଫେରେଇଲେ କେଶ କରିବେ। ରୁଦ୍ର କହିଲା ମୁଁ ସବୁ ପଇସା ଫେରେଇଛି, ତେଣୁ ଜମିଦାର ବାଧ୍ୟ ହୋଇ ଅଦାଲତରେ କେଶ କରିଲେ।
ତା ପରଦିନ ରୁଦ୍ରକୁ କୋର୍ଟରେ ହାଜିରା ପଡ଼ିବାକୁ ଆଡ଼ର୍ର ଆସିଲା ଏବଂ ସେ ହାଜିରା ପଡିଲା।ତେଣୁ ଜଜ ସାହେବ ରୁଦ୍ରର ସାକ୍ଷୀ କଥା ପଚାରିଲେ, ଏବଂ ସେ କହିଲା ସେଠାରେ ମୋ ଶଙ୍କର ଥିଲେ, ତ ଜଜ ସାହେବ କହିଲେ ତାଙ୍କୁ ଡକାଯାଉ, ଯାହାଫଳରେ ମହାଦେବ ଗୋଟିଏ ବାବା ବେଶରେ ହଜିର ହୋଇ ସତ କହିଲେ, ଯାହା ଦ୍ୱାରା ରୁଦ୍ର ଖୁସି ହୋଇଗଲା।ଆଉ ସେ ବାବା ଜଣେ ସେହି ବାବା ଥିଲେ ଯାହାକୁ ସମସ୍ତେ ଜଜ ସାହେବ ଡାକନ୍ତି।