ଦଶମ ପାସ କରିଥିବା ପିଲା ଙ୍କ ପାଇଁ ବଡ ନିଯୁକ୍ତି ଖବର ଆସିଲା – ନିଜ ଗାଁ ରେ ପାଇବେ ଚାକିରୀ – ଦେଖନ୍ତୁ କିଏ ଆବେଦନ କରିପାରିବେ..

Spread the love

ଆଜି ଅଙ୍ଗନବାଡ଼ି ପାଇଁ ନୂତନ ଭାବରେ ୮୩୦ ଟି ପୋଷ୍ଟ ଆସିଛି।ଯେଉଁମାନେ ୧୦ମ ପାସ କରିଛନ୍ତି ସେମାନେ ଚାହିଁଲେ ଏହି ପୋଷ୍ଟ ପାଇଁ ଆବେଦନ କରି ପାରିବେ।କିନ୍ତୁ ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କ ବୟସ ସୀମା ୧୮-୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।ତେବେ ଭିନ୍ନ ଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ବ୍ଲକ ପାଇଁ ଏହି ନିଯୁକ୍ତି ସୁଯୋଗ ରହିଛି।ତେବେ ପ୍ରଥମେ ସୁନ୍ଦରଗଡ ଜିଲ୍ଲାର କୋଡାଇ,ନୂଆଗାଁ,ଦିଶ୍ରା, କୁଆଁରମୁଣ୍ଡା,ବାଲିସଙ୍କରା, ଇତ୍ୟାଦି।

ଆପଣ ଚାହିଁଲେ ଏହାର ୱେବସାଇଟକୁ ଯାଇକି ଏହାର ସମ୍ପୂର୍ଣ୍ଣ ବିବରଣୀ ହାସଲ କରି ପାରିବେ।ତେବେ ଭିନ୍ନ ଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ତାରିଖ ଧାର୍ଯ୍ୟ କରା ଯାଇଛି।ତେବେ ଏହା ସହିତ ଅନ୍ୟ ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି ଗଜପତି  ,ମୟୂରଭଞ୍ଜ ,କଳାହାଣ୍ଡି, ବଲାଙ୍ଗୀର ,କୋରାପୁଟ ,ନୂଆପଡ଼ା, ଅନୁଗୁଳ, କନ୍ଧମାଳ, ମାଲକାନଗିରି, କେନ୍ଦୁଝର,ସମ୍ବଲପୁର,ଗଞ୍ଜାମ,ଢେଙ୍କାନାଳ,ବରଗଡ଼,ରାୟଗଡ଼ା,ବୌଦ୍ଧ, ନବରଙ୍ଗପୁର,ଝାରସୁଗୁଡ଼ା।

ଏହି ସମସ୍ତ ଜିଲ୍ଲା ଗୁଡିକର ଭିନ୍ନ ଭିନ୍ନ ବ୍ଲକ ମାନଙ୍କରେ ପ୍ରାୟ ୮୩୦ ଟି ଖାଲି ସ୍ଥାନ ରହିଛି।ତେବେ ଆପଣ ଯଦି ଏହି ଅଞ୍ଚଳରେ ନିଜର ନିଯୁକ୍ତି ଚାହୁଁଛନ୍ତି ତେବେ ଆପଣ ଆବେଦନ କରି ପାରିବେ।ତେବେ ଏହାର ମୁଖ୍ୟ ଶିକ୍ଷାଗତ ଯୋଗ୍ୟତା ହେଉଛି ଆପଣଙ୍କୁ ୧୦ମ ପାସ କରିବାକୁ ପଡ଼ିବ।ଏହା ସହିତ ଆପଣଙ୍କର ବୟସ ୦୧/୦୧/୨୦୨୧ ସୁଦ୍ଧା ଆପଣଙ୍କୁ ୧୮-୪୨ ବର୍ଷ ହୋଇଥିବା ଆବଶ୍ୟକ।

ଆପଣଙ୍କୁ ଯଦି ୧୮ ବର୍ଷରୁ କମ ବୟସ ତେବେ ଆପଣ ଏହି ଚାକିରି ପାଇଁ ଆବେଦନ କରି ପାରିବେ ନାହିଁ।ଏହା ସହିତ ଯଦି ଆପଣଙ୍କର ବୟସ ସୀମା ୪୨ ବର୍ଷରୁ ଅଧିକ ହୋଇ ସାରିଛି ତେବେ ଆପଣ ଏହି ନିଯୁକ୍ତିରେ ନିଜକୁ ସାମିଲ କରି ପାରିବେ ନାହିଁ।ଏହା ସହିତ ଆପଣଙ୍କ ଅଞ୍ଚଳରେ ହିଁ ଆପଣ ନିଯୁକ୍ତି ପାଇବେ।

ତେବେ ଆପଣ ଯଦି ଏହି ନିଯୁକ୍ତି ପାଇଁ ଏକ ଆଶାୟୀ ପ୍ରାର୍ଥୀ ଓ ଆପଣଙ୍କ ଅଞ୍ଚଳରେ ଏହି ପୋଷ୍ଟ ବାହାରି ନାହିଁ ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ କିଛି ସମୟ ଅପେକ୍ଷା କରନ୍ତୁ ହୁଏତ ଆପଣଙ୍କ ଜିଲ୍ଲାରେ ମଧ୍ୟ ଏହି ନିଯୁକ୍ତି ବାହାରି ପାରେ।ସେଥିପାଇଁ ଆପଣ ସବୁବେଳେ ଅଙ୍ଗନବାଡ଼ି ୱେବସାଇଟ ଚେକ କରନ୍ତୁ।ତେବେ ଏହାର ମାସିକ ଦରମା ହେଉଛି ୭୫୦୦ ଟଙ୍କା।ତେବେ ଏହାକୁ ଆବେଦନ କରିବା ପାଇଁ ପ୍ରଥମେ ଆପଣ ଏକ ମହିଳା ହେବା ବାଧ୍ୟତାମୂଳକ।

ଏହା ସହିତ ଆପଣ ଯେଉଁ ଅଞ୍ଚଳରେ ଆବେଦନ କରିବାକୁ ଯାଉଛନ୍ତି ଆପଣ ସେହି ଅଞ୍ଚଳର ବାସିନ୍ଦା ହୋଇଥିବା ବାଧ୍ୟତାମୂଳକ ଅଟେ।ତେବେ ଏହାକୁ ଆବେଦନ କରିବା ପାଇଁ ଆପଣଙ୍କୁ ଆବଶ୍ୟକ କାଗଜ ପତ୍ର ହେଉଛି ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା,ଆପଣଙ୍କ ସ୍ଥାନୀୟ ବାସିନ୍ଦା ପ୍ରମାଣ ପତ୍ର,ଆପଣଙ୍କ ଜାତିଗତ ପ୍ରମାଣ ପତ୍ର,ଆପଣଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର, ଆପଣଙ୍କ ଫଟୋ ଓ ମୋବାଇଲ ନମ୍ବର।ତେବେ ଆପଣ ଏହାର ୱେବସାଇଟକୁ ଯାଇ ଏଥିପାଇଁ ଆବଶ୍ୟକ ହେଉଥିବା ଆବେଦନ ପତ୍ର ଡାଉନଲୋଡ କରିପାରିବେ ଓ ଏହି ସମସ୍ତ କାଗଜପତ୍ର ସାହାଯ୍ୟରେ ଆପଣ ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *